କପଡା ହୋଲସେଲର ଦୋକାନରେ ଜିଏସଟି ଚଢାଉ

ଜୁନାଗଡ଼,୩୦।୧୧ (ଆ. ପ୍ର ) କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ସହର ତାଳବନ୍ଦ ପଡା ସ୍ଥିତ ରାହୁଲ ଏଣ୍ଡ କୋ କପଡା ହୋଲସେଲର ଦୋକାନରେ ଟିକସ ଫାଙ୍କିବା ଅଭିଯୋଗରେ ବୁଧବାର ସକାଳୁ ଜିଏସଟି ଚଢ଼ାଉ କରାଯାଇଛି l କଳାହାଣ୍ଡି ସିଟି ଓ ଜିଏସଟି ଡେପୁଟି କମିଶନର ସମୀର କୁମାର ମାଝୀଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଏହି ଚଢ଼ାଉ ଚାଲିଛି l ବର୍ତ୍ତମାନ ସୁଦ୍ଧା ଏହି ଚଢ଼ାଉ ଜାରି ରହିଛି l