କେସିଙ୍ଗା ସହରର ଦୁଇଟି ସ୍ଥାନରେ ଜିଏସଟି ଚଢ଼ାଉ

କେସିଙ୍ଗା,୨୪/୦୧: କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ମଙ୍ଗଳବାର ଜିଏସଟି ଏନଫୋର୍ସମେଣ୍ଟ ପକ୍ଷରୁ ଦୁଇଟି ସ୍ଥାନରେ ଚଢାଉ କରାଯାଇଛି । କେସିଙ୍ଗା ସହରର ମୁଖ୍ୟ ରାସ୍ତାରେ ଥିବା କମାନୀ ହାର୍ଡୱେର ଏଣ୍ଡ ଇଲେକ୍ଟ୍ରିକାଲ ଏବଂ ଏକ ନିର୍ଦ୍ଦିଷ୍ଟ କମ୍ପାନୀର ଡିଷ୍ଟ୍ରିବ୍ୟୁଟର ଶାନ୍ତି ଟେକ୍ସଟାଇଲ ଉପରେ ଏକକାଳୀନ ଚଢ଼ାଉ ହୋଇଛି । କମାନୀ ହାର୍ଡୱେର ଏଣ୍ଡ ଇଲେକ୍ଟ୍ରିକାଲ ଦୋକାନରେ ୪ ଜଣିଆ ଏବଂ ଶାନ୍ତି ଟେକ୍ସଟାଇଲ ଡିଷ୍ଟ୍ରିବ୍ୟୁଟର ଉପରେ ୧୦ ଜଣିଆ ଜିଏସଟି ଏନଫୋର୍ସମେଣ୍ଟ ଟିମ୍ ଚଢାଉ ଜାରି ରଖିଥିବା ଜଣାପଡିଛି । ତେବେ ଏହି ଦୁଇଟି ସ୍ଥାନରେ ଜିଏସଟି ଏନଫୋର୍ସମେଣ୍ଟ ପକ୍ଷରୁ ଚଢାଉ ଜାରି ରହିଥିଲେ ମଧ୍ୟ ମୁଖ୍ୟ ଗେଟ୍ ବନ୍ଦ ରଖାଯାଇଛି । ଯାହା ଫଳରେ ଜିଏସଟି ଏନଫୋର୍ସମେଣ୍ଟ ପକ୍ଷରୁ କ’ଣ ତଦନ୍ତ ଚାଲିଛି ତାହା ସ୍ପଷ୍ଟ ଜଣାପଡି ନାହିଁ । ଯାଞ୍ଚ ସରିବା ପରେ ବ୍ୟବସାୟ ଅନୁସାରେ ଜିଏସଟି ଟିକସ ପୈଠ ହୋଇଛି କି ନାହିଁ ତାହା ଜଣା ପଡ଼ିବ ବୋଲି ଜନୈକ ଅଧିକାରୀ ପ୍ରକାଶ କରିଛନ୍ତି ।