ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଜିଏସ୍‌ଟି ନିୟମ ଉଲ୍ଲଂଘନ: ସ୍କାନରରେ ଟାୟାର କମ୍ପାନି

ନୂଆଦିଲ୍ଲୀ,୨୮ା୧(ଏଜେନ୍ସି): ଜିଏସ୍‌ଟି ନିୟମ ଉଲ୍ଲଂଘନ ଅଭିଯୋଗରେ ଜେକେ ଟାୟାର, ଆପୋଲୋ, ସିଆଟ୍‌ ଏବଂ ଏମ୍‌ଆର୍‌ଏଫ୍‌ ଭଳି ଟାୟାର କମ୍ପାନିଙ୍କୁ ଟିକସ ବିଭାଗ ନିଜ ସ୍କାନରକୁ ନେଇଛି । ଜିଏସ୍‌ଟି ସଂକ୍ରାନ୍ତ ବ୍ୟବସ୍ଥାକୁ ଏମାନେ ଦୁରୁପଯୋଗ କରିଥିବା ଜଣାପଡ଼ିଛି । ଟାୟାର କମ୍ପାନିଙ୍କ ସମେତ ଯୋଗାଣକାରୀ ସଂସ୍ଥାଙ୍କୁ ମଧ୍ୟ ଲେନ୍ସରେ ରଖାଯାଇଛି । ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା ଜଣାପଡ଼ିଛି ।
ସୂତ୍ର ମୁତାବକ ଟାୟାର କମ୍ପାନିଙ୍କ ପକ୍ଷରୁ ହୋଇଥିବା ବିଭିନ୍ନ ହେରଫେରକୁ ଏବେ ତର୍ଜମା କରାଯାଉଛି । ଅତ୍ୟଧିକ ଇନ୍‌ପୁଟ୍‌ ଟିକସ ଦାବି, ପ୍ଲାଣ୍ଟ ଓ ଡିପୋ ମଧ୍ୟରେ ହୋଇଥିବା ଦେଣନେଣରେ ଟିକସ ଜାଲିଆତି ଏବଂ ଟିକସ ପୈଠ ନ ହେବା ଆଦି ଘଟଣା ଉପରେ ଅନୁଧ୍ୟାନ କରାଯାଉଛି । ତେବେ ଏହାଦ୍ୱାରା କମ୍ପାନିମାନେ କେତେ ପରିମାଣର ଟିକସ ଫାଙ୍କିବାରେ ସମର୍ଥ ହୋଇଛନ୍ତି, ସେ ନେଇ କୌଣସି ଆକଳନ କରାଯାଇ ନାହିଁ ।
ଜଣେ ଜିଏସ୍‌ଟି ଓକିଲଙ୍କ କହିବାନୁଯାୟୀ ମାମଲାକୁ ଏଡ଼ାଇବା ପାଇଁ କମ୍ପାନିଗୁଡ଼ିକ ନିକଟରେ ସୁଯୋଗ ରହିଛି। କେନ୍ଦ୍ରୀୟ ଜିଏସ୍‌ଟି ଆଇନ ଦ୍ୱାରା ଯୋଗାଣକାରୀ କମ୍ପାନି ସୁଧ ସହ ଟିକସ, ୧୫% ଜରିମାନା ଦେଇ ମାମଲାରୁ ବର୍ତ୍ତିପାରିବେ । ଜେକେ ଟାୟାରର ଜଣେ ମୁଖପାତ୍ର ଏହି ଘଟଣାକୁ ସ୍ୱୀକାର କରିବା ସହ ଘଟଣା ଉପରେ ଏବେ ଅନୁଧ୍ୟାନ କରାଯାଉଥିବା କହିଛନ୍ତି । କିନ୍ତୁ ସିଆଟ୍‌, ଆପୋଲୋ ଏବଂ ଏମ୍‌ଆର୍‌ଏଫ୍‌ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

Copyright © 2022 - Summa Real Media Private Limited. All Rights Reserved.