ହରଭଙ୍ଗା ,୧୪।୧୧ ( ଚିତ୍ତରଞ୍ଜନ ସିଂହ) : ବୌଦ୍ଧ ଜିଲ୍ଲାରେ ତରଭୁଜ ଓ ଗୁଆଁର ଚାଷ ଜିଲ୍ଲା ତଥା ରାଜ୍ୟ ଓ ରାଜ୍ୟ ବାହାରେ ରାମଗଡକୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି l ରାମଗଡ ଗ୍ରାମର ମହାନଦୀ କୁଳିଆ ନାଲି ଓ ଉର୍ବର ବାଲି ମାଟି ଚାଷୀଙ୍କୁ ଦେଉଛି ସୁନାର ଫସଲ l ଅଢେଇରୁ ତିନି ମାସ ଭିତରେ ରାସାୟନିକ ସାର ବିନା ଜୈବିକ ଓ ପ୍ରାକୃତିକ ମହାନଦୀର ବଢ଼ି ପାଣି ପଙ୍କ ଏକର ପିଛା ଚାଷୀଙ୍କୁ ଏକ ଲକ୍ଷରୁ ଉର୍ଦ୍ଧ ଟଙ୍କା ରୋଜଗାର କରି ଆତ୍ମନିର୍ଭରଶୀଳ କରୁଛି l

ରାମଗଡ ଗୁଆଁର ଭାରି ସୁଆଦିଆ । ସୁଆଦିଆ ପାଇଁ ଚାହିଦା ଅଧିକ ସେଇଥିପାଇଁ ଲାଗୁଛି ଜିଲ୍ଲା ବାହାରୁ ବେପାରୀଙ୍କ ଭିଡ । ଜିଲ୍ଲା ବାହାର ଓ ବାହାର ରାଜ୍ୟକୁ ଗାଡିରେ ରପ୍ତାନି ହୋଇ ଯାଉଛି ବସ୍ତା ବସ୍ତା ଗୁଆଁର । ଜଣେ କି ଦୁଇ ଜଣ ନୁହଁ ଗ୍ରାମରେ ସମସ୍ତ ଚାଷୀ କରିଛନ୍ତି ହେକ୍ଟର ହେକ୍ଟର ଏରିଆରେ ଗୁଆଁର ଚାଷ । ସମ୍ପ୍ରତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଗ୍ରାମର ଚାଷୀଙ୍କୁ ରୋଜଗାର ଦେଉଛି ଗୁଆଁର ଓ ତରଭୁଜ। ବାହାର ବଜାର ହେଉ କି ନିଜ ବାଡିରୁ ହେଉ ରୋଷେଇ ଘରକୁ ପଶିଥାଏ ଭଳିକିଭଳି ପନିପରିବା । ସେଥିମଧ୍ୟରୁ ଗୁଆଁର ବାବଦରେ ସହରାଞ୍ଚଳ ରେ ଲୋକେ ବହୁ କମ ଜାଣିଥାନ୍ତି । କାରଣ ଏହା ବହୁତ କମ ପରିମାଣରେ ବଜାରରେ ମିଳିଥାଏ । ସେଥିପାଇଁ ପ୍ରତିଦିନ ବେପାରୀ ମାନଙ୍କ ଭିଡ ଚାଷୀ ଙ୍କ ବାଡ଼ିରେ ଲାଗିବା ସହିତ କୁଇଣ୍ଟାଲ, କୁଇଣ୍ଟାଲ ଗୁଆଁର ଗାଡିରେ ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର, ଅନୁଗୁଳ, ଛତିଶଗଡ଼ ର ରାଇପୁର, ରାଜସ୍ଥାନ ର ଜୟପୁର ଆଦି ସ୍ଥାନକୁ ରାମଗଡ଼ ର ଗୁଆଁର ରପ୍ତାନୀ ହେଊଛି l ସେପଟେ ଗ୍ରୀଷ୍ମ ଋତୁରେ ରାମଗଡ ର ତରଭୁଜ ବିଦେଶ କୁ ରପ୍ତାନି ହେଉଥିବା ବହୁ ସମୟରେ ନଜିର କୁ ଆସିଛି l ଏହି ମାଟିରେ ୧୫ରୁ ୨୦କିଲିଆ ନାଲି ସୁଆଦିଆ ତରଭୁଜ କିଲୋ ପିଛା ୧୨ରୁ ୧୫ଟଙ୍କା ରେ ଚାଷୀ ଠୁ ବେପାରୀ କିଣି ଚାଷୀ ଓ ବେପରି ମଧ୍ୟ ଲାଭବାନ ହେଉଛନ୍ତି l

ଶୀତ ଋତୁରେ ଡାଲି ଜାତୀୟ ଫସଲ ଛାଡି ରାମଗଡ, ପ୍ରଗଳ ପୁର, ଓ ପଲସା ପାଟ ସହିତ କୋଇଲିସୁତା ର ଚାଷୀ କରୁଛନ୍ତି ଗୁଆଁର ଚାଷ । ଗୁଆଁର ଯେ କେବଳ ପାଟିକୁ ସୁଆଦିଆ ତାହା ନୁହଁ ଗୁଆଁର ଚାଷ ଦେଉଛି ଚାଷୀଙ୍କୁ ରୋଜଗାର । ଶ୍ରାବଣ ମାସରୁ ଆରମ୍ଭ କରିଥିବା ଗୁଆଁର ଚାଷ କାର୍ତ୍ତକ ମାସରେ ଅମଳ ଆରମ୍ଭ କରି ମାର୍ଗଶିର ଏବଂ ପୌଷ ମାସ ତମାମ ଅମଳ କରିଥାନ୍ତି । ଗୁଆଁର ଏକ ଲାଭ ଦାୟକ ଚାଷ ହୋଇଥିବାରୁ ରାମଗଡ ଗ୍ରାମର ପ୍ରାୟ ଚାଷୀ ଏବେ ଗୁଆଁର ଚାଷ କିଲୋ ପିଛା ୪୦ରୁ ୫୦ଟଙ୍କା ରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ସେପଟେ ବେପାରୀ ଓ ବଡ଼ ବଡ଼ କମ୍ପାନୀ ଗୁଆଁର ରୁ ବିହନ ଉତ୍ପାଦନ ଓ ଚୋପା କୁ ଉନ୍ନତ ମାନର ଛେଳି ଓ ଗାଈ ଙ୍କ ଦାନାର ଖାଦ୍ୟ ମଧ୍ୟ ପ୍ରସ୍ତୁତ କରୁଛନ୍ତି l ରାମଗଡ ରୁ ଯାଉଥିବା ପାକଳ ଗୁଆଁର ରାଇପୁର ଓ ରାଜସ୍ତାନର ଜଇପୁରରେ ବିହନ ବାହାର କରି ବିହନ କିଲୋ ପିଛା ୬ରୁ ୭ହଜାର ଟଙ୍କା ରେ ବିଭିନ୍ନ ଟ୍ରେଡ଼ର୍ସ ନାମରେ ବିକ୍ରି କରା ହେଊଛ । ତେବେ ଜିଲ୍ଲା ପ୍ରଶାସନ, କୃଷି ବିଭାଗ ଓ ସରକାର ତରଭୁଜ ଓ ଗୁଆଁର ଚାଷ ଜିଲ୍ଲାର ମହାନଦୀ କୁଳିଆ, ନାଳ ପଠା ଓ ଅନ୍ୟସ୍ଥାନ ମାନଙ୍କରେ ଚାଷୀ ଙ୍କୁ ସଚେତନତା,ଉତ୍ସାହ ଓ ପ୍ରୋତ୍ସାହନ ଯୋଗାଇ ଦେଲେ ଜିଲାର ଆହୁରୀ ବହୁ ଚାଷୀ ଦାଦନ ମୁଁହା ନ ହୋଇ ସ୍ୱାବଲମ୍ବି ହୋଇ ପାରନ୍ତେ l