ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ମାମଲାରେ କେଜ୍ରିଓ୍ବାଲଙ୍କୁ ଝଟକା, ଗୁଜରାଟ ହାଇକୋର୍ଟ ଲଗାଇଲେ ଜରିମାନା

ଅହମ୍ମଦାବାଦ,୩୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଝଟକା। ମୋଦିଙ୍କ ଏମ୍ଏ ଡିଗ୍ରୀ ସାର୍ବଜନୀନ କରିବା ନେଇ କେଜ୍ରିଓ୍ବାଲ ଦାବି କରିଥିଲେ। ତେବେ ଗୁଜରାଟ ହାଇକୋର୍ଟ ଏହାକୁ ମୂଲ୍ୟହୀନ ଓ ଭ୍ରମାତ୍ମକ ପିଟିସନ ବୋଲି ଘୋଷଣା କରି କେଜ୍ରିଓ୍ବାଲଙ୍କ ଉପରେ ୨୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି। ଗୁଜରାଟ ହାଇକୋର୍ଟ କେନ୍ଦ୍ର ସୂଚନା କମିଶନ୍ଙ୍କ ସେହି ନିର୍ଦେଶକୁ ଖାରଜ କରିଛନ୍ତି, ଯେଉଁଥିରେ ଆରଟିଆଇ ଅନୁଯାୟୀ ମୋଦିଙ୍କୁ ଡିଗ୍ରୀ ସାର୍ବଜନୀନ କରିବାକୁ କୁହାଯାଇଥିଲା।

କେନ୍ଦ୍ର ସୂଚନା କମିଶନ୍ ୨୦୧୬ ରେ ଗୁଜରାଟ ୟୁନିଭର୍ସିଟିକୁ ନିର୍ଦେଶ ଦେଇଥିଲେ ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ସମ୍ପର୍କରେ ସୂଚନା ଉପଲବ୍ଧ କରାନ୍ତୁ। ଏହି ଖବର ଉପରେ ପ୍ରତିକ୍ରିୟା ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି, ଅପାଠୁଆ କିମ୍ବା କମ୍ ପାଠ ପଢିଥିବା ପ୍ରଧାନମନ୍ତ୍ରୀ ଦେଶ ପାଇଁ ଖୁବ୍ ବିପଦଜନକ। ଟ୍ବିଟରରେ କେଜ୍ରିଓ୍ବାଲ ଲେଖିଛନ୍ତି, କ’ଣ ଦେଶକୁ ଏହା ଜାଣିବାର ଅଧିକାର ନାହିଁ ଯେ, ତାଙ୍କର ପ୍ରଧାନମନ୍ତ୍ରୀ କେତେ ପାଠ ପଢିଛନ୍ତି ? କୋର୍ଟରେ ତାଙ୍କ ଡିଗ୍ରୀ ଦିଆଯିବାରଜୋରଦାର ବିରୋଧ କଲେ। କାହିଁକି ଓ ତାଙ୍କ ଡିଗ୍ରୀ ଦେଖିବାର ଦାବି କରୁଥିବା ଲୋକଙ୍କ ଉପରେ ଜରିମାନା ଲଗାଗଲା ? ଏହା କ’ଣ ହେଉଛି ?
क्या देश को ये जानने का भी अधिकार नहीं है कि उनके PM कितना पढ़े हैं? कोर्ट में इन्होंने डिग्री दिखाए जाने का ज़बरदस्त विरोध किया। क्यों? और उनकी डिग्री देखने की माँग करने वालों पर जुर्माना लगा दिया जायेगा? ये क्या हो रहा है?
— Arvind Kejriwal (@ArvindKejriwal) March 31, 2023
अनपढ़ या कम पढ़े लिखे PM देश के लिए बेहद ख़तरनाक हैं https://t.co/FtSru6rddI