ପ୍ରମୂଖ ଖବର
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ନାବାଳକ ସହ ୩ ପାକିସ୍ତାନୀ ନାଗରିକ ଅଟକ, ୨୫ ବର୍ଷ ଧରି ଭାରତରେ ବେଆଇନ ଭାବରେ ରହୁଥିଲେ

Published By : Prameya | May 3, 2025 7:09 PM

ନୂଆଦିଲ୍ଲୀ,୩।୫: ଗୁଜୁରାଟର ରାଜକୋଟରେ ଜଣେ ୫୦ ବର୍ଷୀୟ ପାକିସ୍ତାନୀ ମହିଳା, ତାଙ୍କ ପୁଅ ଏବଂ ଦୁଇ ବର୍ଷର ନାତିଙ୍କୁ ବେଆଇନ୍ ଭାବରେ ରହିବା ପାଇଁ କଷ୍ଟଡିରେ ନିଆଯାଇଛି। ରାଜକୋଟ ପୋଲିସ ଶନିବାର ଏହି ସୂଚନା ଦେଇଛି। ଏହି ମାମଲାରେ ଅଧିକାରୀମାନେ କହିଛନ୍ତି ଯେ ମହିଳା ଏବଂ ତାଙ୍କ ପୁଅ ୨୫ ବର୍ଷରୁ ଅଧିକ ସମୟ ଧରି ଭାରତରେ ରହୁଛନ୍ତି, ତେବେ ତାଙ୍କ  ନାବାଳକ ଶିଶୁ ପୁତ୍ରର ମା’ ଜଣେ ଭାରତୀୟ। 

ଉଲ୍ଲେଖନୀୟ ଯେ, ରାଜକୋଟ ଗ୍ରାମୀଣ ସ୍ଥାନୀୟ ଅପରାଧ ଶାଖା ନିକଟରେ ସୂଚନା ପାଇଥିଲା ଯେ କିଛି ପାକିସ୍ତାନୀ ନାଗରିକ ଲୋଧିକା ତାଲୁକାରେ ଅବୈଧ ଭାବରେ ରହୁଛନ୍ତି` ଏହା ପରେ ଆରମ୍ଭ ହୋଇଥିଲା ତଦନ୍ତ । ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, କର୍ତ୍ତୃପକ୍ଷ ଭାରତରେ ଅବୈଧ ଭାବରେ ରହୁଥିବା ପାକିସ୍ତାନୀ ନାଗରିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।କ୍ରାଇମବ୍ରାଞ୍ଚ କହିଛି ଯେ ପାକିସ୍ତାନର କରାଚୀରେ ରହୁଥିବା ରିଜୱାନାବେନ୍ ତାତାରିଆ ଜୁଲାଇ ୧୯୯୯ ଠାରୁ ରାଜକୋଟ ଜିଲ୍ଲାର ଲୋଧିକାରେ ରହୁଥିଲେ। ରାଜକୋଟ ଜିଲ୍ଲାର ବାସିନ୍ଦା ତାଙ୍କ ସ୍ୱାମୀ ମୁନାଫ୍ ତାତାରିଆ ୧୯୯୨ ରେ କାମ କରିବା ଭିସାରେ କରାଚୀ ଆସିଥିବା ସମୟରେ ତାଙ୍କ ସହିତ ସାକ୍ଷାତ ହୋଇଥିଲା। ଏହାପରେ ଦୁହେଁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଏକ ପୁଅ ରହିଛି, ତାଙ୍କ ନାମ ଜୀଶାନ। ମହିଳାଙ୍କ ସ୍ୱାମୀ ୧୯୯୪ ରେ ଭାରତ ଫେରି ଆସିଥିଲେ, ତାଙ୍କ ସହ ରିଜୱାନାବେନ୍ ଏବଂ ଜୀଶାନ୍ ୧୯୯୯ ଜୁଲାଇ ୩୦ ତାରିଖରେ ମିଳିତ ପାକିସ୍ତାନୀ ପାସପୋର୍ଟରେ ଦେଶକୁ ଆସିଥିଲେ ଏବଂ ଆଉ କେବେ ପାକିସ୍ତାନ ଫେରି ନଥିଲେ।

ପୋଲିସ କହିଛି ଯେ ୨୦୨୧ରେ ୨୯ ବର୍ଷୀୟ ଜିଶାନ ଜଣେ ସ୍ଥାନୀୟ ମହିଳାଙ୍କୁ ଭାବରେ ବିବାହ କରିଥିଲେ । ସେପ୍ଟେମ୍ବର ୨୦୨୨ ରେ ସେମାନଙ୍କର ଏକ ପୁଅ ଜନ୍ମ ହୋଇଥିଲା। କ୍ରାଇମବ୍ରାଞ୍ଚ କହିଛି ରିଜୱାନାବେନ, ଜିଶାନ ଏବଂ ଶିଶୁଟି ଭାରତରେ ଅବୈଧ ଭାବରେ ରହୁଥିବା ପାକିସ୍ତାନୀ ନାଗରିକ, ତେଣୁ ସେମାନଙ୍କୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଅଟକ ରଖାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.