ନୂଆଦିଲ୍ଲୀ,୦୧/୦୫; ଆଇପିଏଲ୍ ଫାଇନାଲରେ ପରାଜୟ ପରେ ଗୁଜରାଟକୁ ବଡ଼ ଝଟକା ଲାଗିଛି । ଟ୍ରଫି ସ୍ବପ୍ନ ଧୂଳିସାତ ଦୁଃଖ ଭିତରେ ଦଳ ଉପରକୁ ଏକ ବିପଦ ମାଡ଼ି ଆସିଥିଲା । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଆପିଏଲ୍ ଉପବିଜେତା ଗୁଜରାଟ ଟାଇଟନ୍ସ । ଫାଇନାଲ ମ୍ୟାଚ୍ ପରେ ଦଳ ଷ୍ଟାଡିୟମରୁ ହୋଟେଲକୁ ଫେରୁଥିବା ସମୟରେ ଏକ ଦୁର୍ଘଟଣା ଘଟିଥିଲା। ସର୍ଟ ସର୍କିଟ୍ ଯୋଗୁଁ ଗୁଜରାଟ ଟାଇଟାନ୍ସକୁ ନେଇ ଯାଉଥିବା ବସ୍ ଖରାପ ହୋଇଗଲା । ସୌଭାଗ୍ୟବଶତଃ, କୌଣସି ବଡ଼ ଦୁର୍ଘଟଣା ଘଟିନାହିଁ ଏବଂ ବସ୍ରେ ଥିବା ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ଙ୍କୁ ସମୟ ମଧ୍ୟରେ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ରବିବାର ଅହମ୍ମଦାବାଦରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁଜୁରାଟକୁ ୫ ୱିକେଟ୍ରେ ପରାସ୍ତ କରି ଦ୍ୱିତୀୟ ଟ୍ରଫି ଜିତିଥିଲା ।

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଗୁଜରାଟ ଖେଳାଳି- ଗୁଜୁରାଟ ଟାଇଟାନ୍ସର ସମସ୍ତ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ସୁରକ୍ଷିତ ଅଛନ୍ତି। ତଥାପି, ଟିମ୍ ବସ୍‌ରେ ସର୍ଟ ସର୍କିଟ୍ ଯୋଗୁଁ ଗୁଜରାଟ ଖେଳାଳିମାନଙ୍କୁ କିଛି ସମୟ ପାଇଁ ରାସ୍ତାରେ ଅପେକ୍ଷା କରିବାକୁ ପଡିଲା । କିଛି ସମୟ ପରେ, ସେମାନଙ୍କୁ ଅନ୍ୟ ଏକ ବସ୍‌ରେ ଟିମ୍ ହୋଟେଲକୁ ନିଆଯାଇଥିଲା। ଆଇପିଏଲ୍ ଫାଇନାଲ୍‌ରେ ପରାଜୟ ପରେ ଘଟିଥିବା ଏହି ଦୁର୍ଘଟଣା ଗୁଜରାଟ ଦଳକୁ ମାନସିକ ଭାବରେ ଆହୁରି ଦୋହଲାଇ ଦେଇଛି । ଫାଇନାଲରେ ଗୁଜରାଟ ଟାଇଟାନ୍ସର ପରାଜୟ ଆହୁରି ଦୁଃଖଦାୟକ କାରଣ ଏହା ସେମାନଙ୍କର ଘରୋଇ ଗ୍ରାଉଣ୍ଡ, ଅହମ୍ମଦାବାଦରେ ମ୍ୟାଚ ଖେଳାଯାଇଥିଲା । ଆଉ ଦଳକୁ ତାରି ହୋମଗ୍ରାଉଣ୍ଡରେ ପାରସ୍ତ କରି ବାଜି ମାରିନେଲା ଆରସିବି । 

ଏହା ବି ପଢନ୍ତୁ...ଆଇପିଏଲ୍ ଜିତିବା ପରେ ବିରାଟ-ଅନୁଷ୍କାଙ୍କ ଜବରଦସ୍ତ ଡ୍ୟାନ୍ସ, ପାର୍ଟି ସମୟର ଭିଡିଓ ଭାଇରାଲ୍    

 ଆଇପିଏଲ୍ ଫାଇନାଲ ମ୍ୟାଚ୍ ବାବଦରେ କହିବାକୁ ଗଲେ, ଦୀର୍ଘ ୧୮ ବର୍ଷ ଧରି ବିଫଳ ହେବା ପରେ ବେଙ୍ଗାଲୁରୁ କ୍ରମାନ୍ୱୟରେ ଦ୍ୱିତୀୟ ବର୍ଷ ଧରି ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇ ଆଇପିଏଲ ଟାଇଟଲ ବଜାୟ ରଖିଛି । ରବିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ବେଙ୍ଗାଲୁରୁ ୫ ୱିକେଟ୍‌ରେ ଗୁଜରାଟକୁ ହରାଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୮ ୱିକେଟ୍ ହରାଇ ୧୫୫ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ବେଙ୍ଗାଲୁରୁ ୧୮ ଓଭରରେ ୫ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଗୁଜରାଟ ଟାଇଟନ୍ସର ଟ୍ରଫି ସ୍ୱପ୍ନ ଦୂଳିସାତ ହୋଇଥିଲା । ୨୦୨୨ରେ ବିଜେତା ହେଇଥିଲା ଟାଇଟନ୍ସ ନିରାଶ ହୋଇଥିଲା । ଅପରାଜିତ ୭୫ ରନର ଇନିଂସ ପାଇଁ ବିରାଟ କୋହଲି ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।