ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ

ଗୌହାଟୀ – ଆସାମର ଧେମାଜୀ ଜିଲ୍ଲୀରେ ଅରୁଣାଚଳ ପ୍ରଦେଶର ସୀମା ପାଖରେ ଫାୟାରିଂ ହୋଇଛି। ପୁଲିସର ସୂଚନା ଅନୁସାରେ, ସୋମବାର ଘଟିଥିବା ଏହି ଘଟଣାରେ ୨ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ନିଖୋଜ ଅଛନ୍ତି। ପୁଲିସ ଅଧିକାରୀ (ଏସପି) ରଞ୍ଜନ ଭୁଇୟାଁ କହିଛନ୍ତି ବିଶ୍ୱ ପରିବେଶ ଦିବସ ଅବସରରେ ସ୍ଥାନୀୟ ଲୋକେ ଅନ୍ତଃରାଜ୍ୟ ସୀମାରେ ଏକ ବୃକ୍ଷରୋପଣ ଅଭିଯାନର ଆୟୋଜନ କରିଥିଲେ। ଏହାର ପ୍ରସ୍ତୁତି ପାଇଁ ସକାଳେ ୭ ଗ୍ରାମବାସୀ ଘଟଣା ସ୍ଥଳକୁ ଯାଇଥିଲେ , କିନ୍ତୁ ସେ ସେଠାରେ ହୋଇଥିବା ଫାୟାରିଂରେ ଫସି ଯାଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା।

ପୁଲିସ ଅଧିକାରୀ କହିଛନ୍ତି କି, ଅନ୍ୟ ୩ଜଣ ଲୋକଙ୍କୁ ବି ଗୁଳି ବାଜିଛି। ତାଙ୍କୁ ଧେମାଜୀ ସଦର ହସ୍ପିଟାଲ ନିଆଯାଇଛି , ସେଠାରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏସପି କହିଛନ୍ତି କି ଆଉ ୩ଜଣ ନିଖୋଜ ଅଛନ୍ତି ଏବଂ ପୁଲିସ ତାଙ୍କର ତଲାସ କରୁଛି । ସେ କହିଛନ୍ତି ସୂଚନା ପାଇବା ପରେ ଆମର ଟିମ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଥିଲା । ଆମେ ଘଟଣାର ଯାଞ୍ଚ କରୁଛୁ। ସ୍ଥାନୀୟ ଲୋକଙ୍କର ଅଭିଯୋଗ କି, ଏହି ଘଟଣାକୁ ଅରୁଣାଚଳ ପ୍ରଦେଶର ଅସାମାଜିକ ଲୋକେ କରିଛନ୍ତି , କାରଣ ସଂପୃକ୍ତ ଅଞ୍ଚଳରେ ଅନ୍ତଃରାଜ୍ୟ ସୀମାକୁ ନେଇ ବିବାଦ ରହିଛି।

ଉଲ୍ଲେଖନୀୟ ଯେ, ଆସାମ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ୮୦୪ କିଲୋମିଟରର ଦୀର୍ଘ ସୀମା ଲାଗି ରହିଛି । ଉଭୟ ପକ୍ଷ ସୀମା ବିବାଦକୁ ସମାଧାନ କରିବାକୁ କଥାବାର୍ତ୍ତା କରୁଛନ୍ତି । ସୀମା ବିବାଦକୁ ବୁଝାଇବା ପାଇଁ ୨୦ ଅପ୍ରେଲରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଓ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ସହମତି ପତ୍ର ଉପରେ ହସ୍ତାକ୍ଷର କରିଥିଲେ । ନୂଆ ଦିଲ୍ଲୀରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏହି ପଦକ୍ଷେପ ନିଆ ଯାଇ ଥିଲା ।

ଏହାସହ ମଧ୍ୟ ପଢ଼ନ୍ତୁ -ସାକ୍ଷୀଙ୍କ ଅଣ୍ଟା ଓ କାନ୍ଧରେ ସବୁଠୁ ଅଧିକ ଛୁରାଘାତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.