PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଲୁଟ୍ ଉଦ୍ଦେଶ୍ୟରେ ଦୋକାନ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼

ବଡବିଲ, ୨୨।୫ ଯୋଡ଼ାରେ ହୋଲସେଲ୍ ଦୋକାନ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ । ଯୋଡ଼ା କଲ୍ୟାଣ ମଣ୍ଡପ ନିକଟରେଏହି ଗୁଳିକାଣ୍ଡ ଘଟିଛି । ଆହତ କର୍ମଚାରୀଙ୍କ ନାଁ ରାଜେଶ ମହାକୁଡ। ସେ ଗୋଏଲ ଟ୍ରେଡର୍ସ ନାମକ ହୋଲସେଲ୍ ଦୋକାନର  କାମ କରନ୍ତି ।

ଦୋକାନ ବନ୍ଦ ହେବାପରେ ଦୋକାନ ମାଲିକ ଖାତାପତ୍ର ଥିବା ଏକ ବ୍ୟାଗ ରାଜେଶ ହାତରେ ଦେଇ କଲ୍ୟାଣ ମଣ୍ଡପ ନିକଟରେ ଥିବା ତାଙ୍କ ଘରକୁ ପଠାଇଥିଲେ । ତେବେ ଏହି ସମୟରେ ୩ଜଣ ଦୁର୍ବୁତ୍ତ  ଏକ ବାଇକରେ ଆସି ରାଜେଶଙ୍କ ଉପରକୁ ୨ରାଉଣ୍ଡ ଗୁଳି ଚଳାଇ ତାଙ୍କ ହାତରେ ଥିବା ବ୍ୟାଗଟିକୁ ଛଡାଇ ନେଇଥିଲେ । ତେବେ ଗୁଳି ଫୁଟାଇବା ସମୟରେ କର୍ମଚାରୀ ଜଣକ ସାହସର ସହିତ ଦୁର୍ବୁତ୍ତ ମାନଙ୍କୁ ଠେଲି ଦେବାରୁ ଗୁଳିଟି ତାଙ୍କ ଶରୀରର ଉପର ଭାଗରେ ନବାଜି ଡାହାଣ ଗୋଡ ଆଣ୍ଠୁରେ ବାଜିଥିଲା । ଦୁର୍ବୁତ୍ତ ମାନେ ଟଙ୍କାବ୍ୟାଗ ଭାବି ଏହି ଲୁଟ୍ କରିଥିବା ସନ୍ଦେହ କରାଯାଉଛି ।  ବ୍ୟାଗଟିରେ କେବଳ ଦୋକାନର ଖାତାପତ୍ର ଇତ୍ୟାଦି ଥିବା ଦୋକାନର ମାଲିକ ରମେଶ ଅଗରୱାଲ ସୂଚନା ଦେଇଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ଯୋଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଆହତ ରାଜେଶ ମହାକୁଡକୁ ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଶୁକ୍ରବାର ରାତିରେ ଏକକାଳୀନ ୨ଟି ଦୋକାନରୁ ତାଲାଭାଙ୍ଗି ଲୁଟ୍ ପରେ ବିଚାକୁଣ୍ଡି ଜଙ୍ଗଲ ରାସ୍ତାରେ ଶନିବାର ଜଣେ ପରିବହନ ସଂସ୍ଥାର କର୍ମଚାରୀଙ୍କ ଠାରୁ ୫ଲକ୍ଷ ଲୁଟ୍ ହୋଇଥିଲା ।