ମୁମ୍ୱାଇ : ୧୯୯୮ରେ ଗୋବିନ୍ଦା , ରବୀନା ଟଣ୍ଡନ ଓ କାଦର ଖାନାଙ୍କ ଅଭିନୀତ ଫିଲ୍ମ ‘ଦୁହ୍ଲେ ରାଜା’ ଆସି ଥିଲା। ଉକ୍ତ ଫିଲ୍ମର କାହାଣୀ ଢାବା ମାଲିକ ରାଜା ଓ ସେଠ୍ କେକେ ସିଂଘାନିଆ ମଧ୍ୟରେ ଥିବା ବିବାଦ ଉପରେ ପର୍ଯ୍ୟବେଶିତ ଥିଲା। ‘ଦୁହ୍ଲେ ରାଜା’ ସେହି ବର୍ଷର ସବୁଠୁ ବଡ଼ ଫିଲ୍ମଙ୍କ ମଧ୍ୟରୁ ଗୋଟିଏ ସାବ୍ୟସ୍ତ ହୋଇ ଥିଲା। ଫିଲ୍ମର କାହାଣୀ ଓ କମେଡି ଅଡିଆନ୍ସକୁ ଖୁବ୍ ଏଣ୍ଟରଟେନ୍ କରିଥିଲା। ଫିଲ୍ମର ଗୀତ ଗୁଡ଼ିକ ମଧ୍ୟ ଖୁବ୍ ଲୋକପ୍ରିୟତା ହାସଲ କରି ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଥିଲା। ସେହି ବର୍ଷ ହିଟ୍ ହୋଇଥିବା ଗୀତ ଗୁଡ଼କର ତାଲିକାରେ ଗୋଟିଏ ଗୋବିନ୍ଦା ଓ ରବୀନା ଟଣ୍ଡନଙ୍କ ଉପରେ ଚିତ୍ରଣ ‘ ଆଖିୟୋଂ ସେ ଗୋଲି ମାରେ’ ମଧ୍ୟ ଥିଲା। କିନ୍ତୁ ଏହି ଗୀତକୁ ତିଆରି କରିବାରେ ଏକ ଭିନ୍ନ କଥା ଅଛି।

ଗୁଲସନ କୁମାର ଗାଁରୁ ଖୋଜି ଆଣିଥିଲେ ଏହି ଗୀତ –

ଫିଲ୍ମ ଦୁହ୍ଲେ ରାଜାର ଗୀତ ‘ଆଖିୟୋଂ ସେ ଗୋଲି ମାରେ ’ କୁ ଗୀତିକାର ସମୀର ଅନଜାନ ଲେଖି ଥିଲେ। କିନ୍ତୁ ବାସ୍ତବରେ ଏହି ଗୀତ ଟି-ସିରିଜର ମାଲିକ ଗୁଲସନ କୁମାର ଖୋଜି ଆଣି ଥିଲେ। ସମୀର ନିଜର ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ସେ ଦିନେ ଗୁଲସନ କୁମାରଙ୍କ ଘରକୁ ଯାଇ ଥିଲେ। ସମୀର , ଗୁଲସନ କୁମାରଙ୍କୁ ପାପା ଜୀ କହି ଡାକୁ ଥିଲେ। ସମୀର କହିଥିଲେ ଯେ, ଯେବେ ସେ ତାଙ୍କ (ଗୁଲସନ କୁମାର) ଘରେ ପହଞ୍ଚିଲେ , ସେ ତାଙ୍କୁ କହିଲେ କି , ସେ ଛପରା , ରେଲି ବୁଲି ଆସିଛନ୍ତି ଏବଂ ସେଠାରୁ ଏକ ମତୁଆଲା ଗୀତ ଆଣିଛନ୍ତି।

ପ୍ରଥମେ ଶପଥ କରାଇ ଗୀତ ଶୁଣାଇଲେ -

ସମୀର ଆହୁରି କୁହନ୍ତି , ପାପା ଜୀ କାମରେ ଖୁବ୍ ଭଲ ଦକ୍ଷ ଥିଲେ। ସେ ଗୀତର ପ୍ରଥମ ମୁଖଡା ଶୁଣି କହି ଦେଉ ଥିଲେ ଏହି ଗୀତ ହିଟ୍ କି ଫ୍ଲପ୍ ହେବ। ଗୀତିକାର ଆହୁରି କହିଥିଲେ – ପାପା ଜୀ ଅର୍ଥାତ୍ ଗୁଲସନ କୁମାର ତାଙ୍କୁ ନିଜର ବେଡରୁମ୍ ର ଏକ କୋଣକୁ ନେଇଗଲେ , ଯେମିତି କୌଣସି ଅମୂଲ୍ୟ ଜିନିଷ ଦେବାର ଅଛି। ଗୁଲସନ କୁମାର ପ୍ରଥମେ ସମୀରଙ୍କୁ ଶପଥ କରାଇବାକୁ କହିଲେ ଯେ, ସେ ଏହି ଗୀତ ଆଉ କୌଣସି ମ୍ୟୁଜିକ କମ୍ପାନୀ ୱିନସ , ଟିପ୍ସକୁ ଦେବେ ନାହିଁ। ଯେବେ ସମୀର ପ୍ରତିଶ୍ରୁତି ଦେଲେ ତ ସେ ଏହି ଗୀତ କେବଳ ତାଙ୍କ କମ୍ପାନୀ ଟି-ସିରିଜକୁ ହିଁ ଦେବେ , ସେତେବେଳେ ଗୁଲସନ କୁମାର ସେହି ଗୀତ ଶୁଣାଇଲେ। ସେହି ଗୀତ ଥିଲା ,‘ଜବ ସେ ସିପାହୀ ସେ ଭଇଲ ବୱାଲଦାର କି ନଥୁନିଏ ସେ ଗୋଲି ମାରେ’। ଏହା ୟୁପିର ଫୋକ୍ ସଙ୍ଗ ଥିଲା। ଏହି ଗୀତ ଶୁଣାଇବା ପରେ ଗୁଲସନ କୁମାର ଏହାର ହିନ୍ଦୀ ଭର୍ସନ ପ୍ରସ୍ତୁତ କରିବାକୁ କହିଲେ।

ଏମିତି ତିଆରି ହେଲା ଏହି ଗୀତ –

ଗୀତକୁ ନେଇ ମ୍ୟୁଜିକ ଡାଇରେକ୍ଟର୍ସ ଆନନ୍ଦ-ମିଲିନ୍ଦଙ୍କ ଯୋଡ଼ି ସହ ବୈଠକ ହେଲା। ଏହି ଗୀତ ଗୋବିନ୍ଦାଙ୍କ ଉପରେ ଚିତ୍ରଣ କରାଯିବାର ଥିଲା , ତାଙ୍କର ସେହି ସମୟର ଫିଲ୍ମ ‘ଦୁହ୍ଲେ ରାଜା’ ପାଇଁ। ସମୀର କହିଛନ୍ତି ଯେ, ପ୍ରଥମେ ଏହି ଗୀତକୁ ଦେଶୀ ଅନ୍ଦାଜରେ ହିଁ ତିଆରି କରାଯାଇଛି। ପୁରୁଣା ଷ୍ଟାଇଲରେ। କିନ୍ତୁ ଗୋବିନ୍ଦାଙ୍କ ଏନର୍ଜି ସହ ଏହା ସମାନ ହେଉ ନଥିଲା। ପୁଣି ମ୍ୟୁଜିକ କମ୍ପୋଜର ମିଲିନ୍ଦ କହିଥିଲେ ଯେ, ଏହାକୁ ମଡର୍ଣ୍ଣ ଭର୍ସନ ଦିଆଯିବା ଉଚିତ୍। ଏହାପରେ ତିଆରି ହେଲା ...ଅପନେ ଦିୱାନେ କା କର ଦେ ବୁରା ହାଲ କି ଆଖିୟୋଂ ସେ ଗୋଲି ମାରେ..’।

ଏଥିରେ ଆଉ ଏକ କଥା ଯେ, ମ୍ୟୁଜିକ୍ ଡାଇରେକ୍ଟରଙ୍କ ଯୋଡି ପ୍ରଥମେ ଏହି ଗୀତ ଅଲତାଫ ରାଜାଙ୍କ ଦ୍ୱାରା ଗାଇବାକୁ ଚାହୁଁ ଥିଲେ। କିନ୍ତୁ ସେ ଅର୍ଥ ଦାବି କରି ଦେଲେ ଏବଂ ଏହି ଗୀତ ଚାଲି ଗଲା ସୋନୁ ନିଗମ ଓ ଜସପିନ୍ଦର ନରୁଲାଙ୍କ ପାଖକୁ। ଏମିତି ତିଆରି ହୋଇଥିଲା ଆଖିୟୋଂ ସେ ଗୋଲି ମାରେ ଗୀତ।

ଆହୁରି ମଧ୍ୟ ପଢନ୍ତୁ : ସଂଜୟ ଦତ୍ତଙ୍କ ଫିଲ୍ମ 'ଆଖିରୀ ସୱାଲ' ବେହାଲ , କରି ପାରିଲାନି କମାଲ