PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଥାନା ସମ୍ମୁଖରେ ପେଟ୍ରୋଲ୍‌ ଢାଳି ଯୁବକଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଡାକ୍ତରଖାନାରେ ଆଖି ବୁଜିଲେ ଗୁଣମଣି

କଟକ, ୨୪/୬ : କଟକ ଜିଲ୍ଲା କିଶନନଗର ଥାନା ଆଗରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଗୁଣନିଧୀ ବିଶୋଇଙ୍କ ମୃତ୍ୟୁ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗୁରୁବାର ସେ ଥାନା ଆଗରେ ପୋଲିସ ସାହାଯ୍ୟ ନ କରିବାକୁ ବିରୋଧ କରି ପେଟ୍ରୋଲ୍‌ ଢାଳି ଦେହରେ ନିଆଁ ଲଗାଇ ଦେଇଥିଲେ । ପରେ ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା । ତାଙ୍କର ଚିକିତ୍ସା ଏସସିବିରେ ଆଶୁ ଚିକିତ୍ସା ବିଭାଗରେ ଚାଲିଥିଲା । ଗୁଣନିଧୀଙ୍କ ଶରୀରର ୯୦ ରୁ ଊର୍ଦ୍ଧ୍ବ ଅଂଶ ପୋଡି ଯାଇଥିଲା । ଜମିବାଡି ବିବାଦ ସମ୍ପର୍କୀୟ ବିଷୟକୁ ନେଇ ସେ ବାରମ୍ବାର ଥାନାର ଦ୍ବାରସ୍ଥ ହେଉଥିଲେ ସୁଦ୍ଧା ତାଙ୍କ କଥାକୁ ପୋଲିସ ଗୁରୁତ୍ୱ ଦେଉ ନଥିବାରୁ ସେ ଆତ୍ମାହୁତି ଉଦ୍ୟମ କରିଥିବା ପରିବାରବର୍ଗ ପ୍ରତିକ୍ରିୟା ରଖିଥିଲେ ।

କିଶନନଗର ପୋଲିସ ଚାହିଁଥିଲେ ଏଭଳି ଅଘଟଣକୁ ଏଡାଇ ଦେଇ ପାରିଥାନ୍ତା। ଏହି ଘଟଣାକୁ ନେଇ କିଶନ ନଗର ଆଇଆଇସି ସସ୍ମିତା ରଣାଙ୍କୁ ବହିଷ୍କାର ସହିତ ଗିରଫ ଦାବି କରି ଥାନା ସମ୍ମୁଖରେ କଂଗ୍ରେସ ଓ ଉତ୍କଳ ବିକାଶ ପରିଷଦ ପକ୍ଷରୁ ବିକ୍ଷୋଭ କରାଯିବା ସହ ଆଡିସନାଲ ଏସପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟପଟେ ପୋଲିସ ତିନୋଟି ଟିମ ଗଠନ କରି ମୁଖ୍ୟ ଅଭିଯୁକ୍ତ ସାଗର ବିଶୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଥାନା ପରିସରରେ କିଭଳି ଗୁଣନିଧି ଆତ୍ମାହୁତି ଦେଲେ ତାହାର ପ୍ରାଥମିକ ରିପୋର୍ଟ ପଠାଇବା ସହ ତଦନ୍ତ ଚଳାଇଛି । ଅନ୍ୟ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଆଇନ୍‌ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଡିସନାଲ ଏସପି କହିଛନ୍ତି ।