ପ୍ରମୂଖ ଖବର
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ନରାଜ-ବିଦ୍ୟାଧରପୁର ରାସ୍ତାରେ ଡକାୟତି: ମାଡ଼ ମାରିଲେ, ବନ୍ଧୁକ ମୁନରେ ଲୁଟି ନେଲେ ସୁନା ଚେନ୍

Published By : Prameya | November 10, 2024 10:09 AM

ବାରଙ୍ଗ ୧୦/୧୧: ରାଜଧାନୀ ଉପକଣ୍ଠରେ ଆତଙ୍କ ଖେଳାଇଲେ ଡକାୟତ। ବନ୍ଧୁକ ମୁନରେ ଲୁଟିନେଲେ ସୁନା ଚେନ। ପ୍ରତିବାଦ କରିବାରୁ ୨ ଜଣଙ୍କୁ ମାଡ଼ ମାରିବା ସହ ଭାଙ୍ଗିଲେ ଗାଡ଼ି। ଏଭଳି ଡକାୟତି ଘଟଣା ବାରଙ୍ଗ ଥାନା ଅନ୍ତର୍ଗତ ନରାଜ-ବିଦ୍ୟାଧରପୁର ପାହାଡରେ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୧୦ ସମୟରେ ନରାଜ - ବିଦ୍ୟାଧରପୁର ପାହାଡ ଦେଇ ସ୍କୁଟିରେ ଯାଉଥିଲେ ଯୁବକ ଯୁବତୀ। ୬ ଜଣ ଦୁର୍ବୃତ୍ତ ମଝିରାସ୍ତରେ ତାଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଥିଲେ। ଏହା ପରେ ତାଙ୍କୁ ମାଡ଼ ମାରିବା ସହ ଟଙ୍କା ପଇସା ମାଗିଥିଲେ। କିଛି ନ ପାଇବାରୁ ଯୁବତୀଙ୍କ ବେକରେ ଥିବା ଚେନକୁ ଚିଡ଼େଇ ନେଇଥିଲେ। ଉଭୟ ତାଙ୍କୁ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ଦୁହିଁଙ୍କୁ ମାଡ଼ ମାରିବା ସହ ଗାଡ଼ିକୁ ଭାଙ୍ଗି ଦେଇଥିଲେ।  ଦୁର୍ବୃତ୍ତଙ୍କ ଭିତରୁ ଜଣେ ବନ୍ଧୁକ କାଢ଼ି ୨ ରାଉଣ୍ଡ ଫାଙ୍କା ଗୁଳି ଚଳାଇଥିଲେ। ରାସ୍ତାରେ ଯାଉଥିବା ଅନ୍ୟ ଗାଡ଼ି ଚାଳକ ତାଙ୍କୁ ଡରେଇବାରୁ ସେଠାରୁ ୬ ଜଣ ନରାଜ ଆଡେ ପଳେଇ ଯାଇଥିଲେ। ଘଟଣା ସ୍ଥଳରେ ବାରଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.