PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଗୁପ୍ତ ସିଦ୍ଧି ପାଇବାକୁ ଚାହୁଁଛନ୍ତି କି ତେବେ କରନ୍ତୁ ଭଗବାନ ଶିବ ଓ ମାତା ଶକ୍ତିଙ୍କର ପୂଜା

ହିନ୍ଦୁ ଧର୍ମ ଅନୁସାରେ ଗୋଟିଏ ବର୍ଷରେ ୪ଥର ନବରାତ୍ରୀ ପଡ଼େ। ବିଶେଷକରି ଚୈତ୍ର ଓ ଶାରଦୀୟ ନବରାତ୍ରୀ ସମସ୍ତେ ପାଳନ କରିଥାନ୍ତି। ଏହା ବ୍ୟତୀତ ମାଘ ଓ ଆଷାଢ଼ ମାସରେ ଯେଉଁ ନବରାତ୍ରୀକୁ ପଡ଼େ ତାହାକୁ ଗୁପ୍ତ ଭବରେ ପାଳନ କରାଯାଇଥାଏ। ତେଣୁ ଏହାକୁ ଗୁପ୍ତ ନବରାତ୍ରୀ ବୋଲି କୁହାଯାଏ। ଚଳିତ ବର୍ଷ ଏହି ଗୁପ୍ତ ନବରାତ୍ରୀ ମାଘ ମାସ ଶୁକ୍ଲ ପ୍ରତିପଦା ତଥା ୫ ଫେବ୍ରୁଆରି ଠାରୁ ଆରମ୍ଭ ହେଉଛି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ।

ଗୁପ୍ତ ନବରାତ୍ରୀ କଣ?

ମାଘ ମାସରେ ପଡ଼ୁଥିବା ନବରାତ୍ରୀକୁ ଗୁପ୍ତ ନବରାତ୍ରୀ ବୋଲି କୁହାଯାଏ। କାରଣ ଏଥିରେ ଭଗବାନ ଶିବ ଓ ମାତା ଶକ୍ତିଙ୍କ ଉପାସନା କରାଯାଏ। ଚୈତ୍ର ଓ ଶାରଦୀୟ ନବରାତ୍ରୀରେ ମାତାଙ୍କ ପୂଜା କରିବା ସହିତ ତାଙ୍କୁ ଭକ୍ତି କରିବାର ବିଧାନ ରହିଛି। ମାଘ ମାସ ଶୁକ୍ଲ ପଂଚମୀରେ ଦେବୀ ସରସ୍ବତୀ ମଧ୍ୟ ପ୍ରକଟ ହୋଇଥିଲେ। ଏହି କାରଣରୁ ମାଘ ମାସରେ ପଡ଼ୁଥିବା ନବରାତ୍ରୀରେ ସନାତନ, ବୈଦିକ ରିତି ଅନୁସାରେ ଦେବୀଙ୍କୁ ସାଧନା କରିବାର ବିଧି ରହିଛି। ବିଶେଷକରି ଏହି ଦିନ ଗୁପ୍ତ ସିଦ୍ଧି ପାଇବା ପାଇଁ ପୂଜା କରାଯାଇଥାଏ। ଏହା ଦ୍ବାରା କିଛି ଚମତ୍କାରିତା ଶକ୍ତି ପ୍ରାପ୍ତ ହୋଇଥାଏ। ଗୋଟିଏ ବର୍ଷରେ ୪ଥର ନବରାତ୍ରୀ ପଡ଼େ। ପ୍ରଥମ ମାସ ଅର୍ଥାତ୍ ଚୈତ୍ର ମାସରେ ପ୍ରଥମ ନବରାତ୍ରୀ ପଡ଼େ। ଚତୁର୍ଥ ମାସ ଅର୍ଥାତ୍ ଆଷାଢରେ ଦ୍ବିତୀୟ ନବରାତ୍ରୀ, ଆଶ୍ବିନ ମାସରେ ପ୍ରମୁଖ ନବରାତ୍ରୀ ପଡ଼େ। ଏହିପରି ଭାବେ ମାଘ ମାସରେ ପଡ଼ୁଥିବା ନବରାତ୍ରୀକୁ ଗୁପ୍ତ ନବରାତ୍ରୀ ବୋଲି କୁହାଯାଏ।