ଭୁବନେଶ୍ୱର, ୧୮/୦୩:  ଗୁରୁ ପଙ୍କଜ ଉତ୍ସବ ଓ ମାହାରୀ  ସମ୍ମାନ ସମାରୋହ ରବୀନ୍ଦ୍ର ମଣ୍ଡପ  ପ୍ରେକ୍ଷାଳୟରେ ସୋମବାରଠାରୁ ଆରମ୍ଭ ହୋଇଛି । ଆସନ୍ତା ୧୯ ତାରିଖ ଯାଏ  ଏହି କାର୍ଯ୍ୟକ୍ରମ ଚାଲିବ । ଓଡ଼ିଶୀ  ନୃତ୍ୟଗୁରୁ ପଙ୍କଜ ଚରଣ ଦାସଙ୍କ  ୧୦୬ତମ ଜୟନ୍ତୀ ସମାରୋହ ଓଡ଼ିଶା  ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ  ସଂସ୍କୃତି ବିଭାଗ ଏବଂ ଗୁରୁ କେଳୁଚରଣ  ମହାପାତ୍ର ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ ପାଳନ କରାଯାଉଛି । 

ଏହି ଅବସରରେ ଚାରିଜଣ  ଶିଳ୍ପୀଙ୍କୁ ଜୀବନବ୍ୟାପୀ ସାଧନା ପାଇଁ  ସମ୍ମାନିତ କରାଯାଇଛି । ଡ.ଧୀରଜ  କୁମାର ମହାପାତ୍ରଙ୍କୁ ବୀଣାକାର ସମ୍ମାନ, ଡ. ମିତାଲି ଚିନ୍ନରାଙ୍କୁ ଗାଉଣି  ସମ୍ପ୍ରଦା ସମ୍ମାନ, ଓଡ଼ିଶୀ ମର୍ଦ୍ଦଳ  କ୍ଷେତ୍ରରେ ଗୁରୁ ବୁଦ୍ଧନାଥ ସ୍ୱାଇଁଙ୍କୁ  ମାଦେଳି ସମ୍ମାନ, କୋଲକାତାର ବିଶିଷ୍ଟ ନୃତ୍ୟଶିଳ୍ପୀ ଶ୍ରୀପର୍ଣ୍ଣା ବୋଷଙ୍କୁ  ନାଚୁଣୀ ସମ୍ପ୍ରଦାୟ ସମ୍ମାନରେ  ସମ୍ମାନିତ କରାଯାଇଥିଲା । ଉଦ୍‌ଘାଟନୀ  ସଂଧ୍ୟାରେ ଅତିଥି ଭାବେ ପଦ୍ମଶ୍ରୀ  ଦୁର୍ଗାଚରଣ ରଣବୀର, ପୂର୍ବତନ  ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପରିଚୟ  ଫାଉଣ୍ଡେସନର ନିର୍ଦ୍ଦେଶିକା ରୋଜାଲିନ  ପାଟ୍ଟଶାଣୀ, ଓଡ଼ିଶୀ ଗବେଷଣା କେନ୍ଦ୍ରର  ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ  ମିଶ୍ର, ଶରତ ଦାସ, ବଟକୃଷ୍ଣ ତ୍ରିପାଠୀ,  ସ୍ମିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।  

ପ୍ରଥମେ ନୃତ୍ୟଶିଳ୍ପୀମାନେ ଗୁରୁଙ୍କ  ପ୍ରତିକୃତିରେ ଶ୍ରଦ୍ଧା ସୁମନ ଅର୍ପଣ କରି  ନୃତ୍ୟ ନିବେଦନ କରିଥିଲେ । ନୃତ୍ୟଶିଳ୍ପୀ  ଆଦ୍ୟାଶା ମିଶ୍ରଙ୍କ ଦ୍ୱାରା ଯାଜ୍ଞସେନୀ  ନୃତ୍ୟାଭିନୟ ଦର୍ଶକଙ୍କୁ ବିମୋହିତ  କରିଥିଲା । ନୃତ୍ୟ ସଂଯୋଜନା କରିଥିଲେ  ଗୁରୁ ପୁଷ୍ପିତା ମିଶ୍ର । ନୃତ୍ୟ ଶିଳ୍ପୀ ଆତ୍ରେ  ଦତ୍ତ, ଅନୁଶ୍ରୀ ପଦ୍ମନାଭଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । କଟକର  ଗୁଞ୍ଜନ ଡ୍ୟାନ୍‌ସ ଏକାଡେମୀର ସ୍ୱର୍ଣ୍ଣମୟୀ ବେହେରାଙ୍କ ଚାଟୁ ବଚନ ଶ୍ରୋତାଙ୍କୁ  ମନ୍ତମୁଗ୍ଧ କରିଥିଲା ।ଶେଷରେ ଅରୁଣା  ମହାନ୍ତିଙ୍କ ସହଯୋଗରେ ରୁଦ୍ରମଙ୍ଗଳା  ପ୍ରସ୍ତୁତି କରିଥିଲେ ନୃତ୍ୟଶିଳ୍ପୀ  ଚିନ୍ମୟ ବେହେରା । ମଞ୍ଚ ପରିଚାଳନା  କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ ।