PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ପୁଲୱାମା ଆକ୍ରମଣକୁ ‘କର୍ମର ଫଳ’ କହିଲେ ପ୍ରଫେସର, ଗିରଫ କଲା ପୋଲିସ

source:aajtak.intoday.in

ନୁଆଦିଲ୍ଲୀ ୧୮/୨: ପୁଲୱାମା ଆକ୍ରମଣ ପରେ ସୋସିଆଲ ମିଡିଆରେ ଭାରତୀୟ ସୁରକ୍ଷାବଳଙ୍କ ସମ୍ପର୍କରେ ଆପମାନଜନକ ଟିପ୍ପଣୀ ଦେଇ ଗୁୱାହାଟିର ଜଣେ ମହିଳା ପ୍ରଫେସର ଗିରଫ ହୋଇଛନ୍ତି । ଗୁୱାହାଟୀର ଆଇକନ୍ କମର୍ସ କଲେଜରେ ଇଂରାଜୀ ଡିପାର୍ଟମେଣ୍ଟର ଆସିଷ୍ଟାଣ୍ଟ ପ୍ରଫେସର ପପରୀ ଜେଡ୍ ବାନାର୍ଜୀ ଆତଙ୍କୀ ହମଲା ପରେ ସୋସିଆଲ ମିଡିଆରେ ସୈନିକଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀ ଦେଇଥିଲେ । କଲେଜ ପ୍ରଶାସନ ମଧ୍ଯ ତାଙ୍କୁ ନିଲମ୍ବିତ କରିଦେଇଛି ।

ପୁଲୱାମା ଆକ୍ରମଣ ପରେ ସାରା ଦେଶରେ କ୍ରୋଧର ପରିବେଶ ଦେଖିବାକୁ ମିଳୁଛି । ସାରା ଦେଶ ଏହି ଘଟଣାକୁ ନିନ୍ଦା କରୁଛି । ଏଭଳି ସମୟରେ ପ୍ରଫେସରଙ୍କ ବିବାଦୀୟ ଟିପ୍ପଣୀ ସମସ୍ତଙ୍କୁ ନାରାଜ କରିଛି ।  ପ୍ରଫେସର ବାନାର୍ଜୀ ୧୫ ଫେବୃୟାରୀରେ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖିଥିଲେ ‘ଆତଙ୍କବାଦ ଇସଲାମୀ ହୋଇପାରେ କିନ୍ତୁ ଭାରତୀୟ ଅବଧାରଣା’ ।

ଆସିଷ୍ଟାଣ୍ଟ ପ୍ରଫେସର  ଜେ.ବାନାର୍ଜୀ ଲେଖିଛନ୍ତି ଯେ ୪୫ ଯବାନ ଗତକାଲି ସହିଦ ହୋଇଗଲେ, ଏହା କିଛି ଯୁଦ୍ଧ ନୁହେଁ । ସେମାନଙ୍କୁ ଲଢିବାକୁ ସୁଯୋଗ ମଧ୍ଯ ଦିଆଗଲାନି । କିନ୍ତୁ, କିନ୍ତୁ ସୁରକ୍ଷାବଳ ଘାଟୀରେ ଏହି କାମ କରିନି କି ! ତୁମେମାନେ ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କଲ, ତାଙ୍କୁ ହତ୍ୟା କଲ, ସେମାନଙ୍କୁ ପତିଙ୍କୁ ହତ୍ୟା କଲ, ତୁମ ମିଡିଆ ଲଗାତାର ତାଙ୍କୁ ରାକ୍ଷସ ପ୍ରମାଣ କରିବାକୁ ଚାହୁଁଛି …. ଆଉ ଆପଣଙ୍କୁ ଲାଗୁଛି ଏହାର ପ୍ରତିକାର ହେବନି । ଆପଣ ଜାଣିଛନ୍ତି କି ? ଆତଙ୍କବାଦ ଇସଲାମୀ ହୋଇପାରେ କିନ୍ତୁ କର୍ମ ବହୁତ ଭାରତୀୟ, ସନାତନ ଅବଧାରଣା …।

ପ୍ରଫେସରଙ୍କ ଏହି ଟିପ୍ପଣୀ ପରେ ୟୁଜର୍ସ ବହୁତ ନାରାଜ ହେଲେ ଏବଂ ତାଙ୍କୁ ଗିରଫ କରିବା ପାଇଁ ଦାବି କଲେ । ସୋସିଆଲ ମିଡିଆରେ ଏହା ଉପରେ ଚର୍ଚ୍ଚା ଚାଲିଲା ଏବଂ ଅନେକ ଏହାକୁ ସେୟାର କରିବାକୁ ଲାଗିଲେ ।

ଏହାପରେ ଘଟଣାର ଗମ୍ଭୀରତାକୁ ଦେଖି ଆସାମ ପୋଲିସ ଗୁୱାହାଟୀର ଚନ୍ଦମାରୀ ପୋଲିସ ଷ୍ଟେସନରେ ଲେଡି ପ୍ରଫେସରଙ୍କ ବିରୁଦ୍ଧରେ ମାମରା ରୁଜୁ କଲା ଏବଂ ପରେ ତାଙ୍କୁ ଗିରଫ କରାଗଲା ।

ସମ୍ବନ୍ଧିତ ଖବର