PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ଜ୍ଞାନବାପୀ ମସ୍‌ଜିଦ ବିବାଦ: ୭ ମାମଲାର ଏକାଠି ଶୁଣାଣି ହେବ

ବାରାଣସୀ, ୨୪।୫: ଜ୍ଞାନବାପୀ ମସ୍‌ଜିଦ ବିବାଦ ସହ ଜଡ଼ିତ ସମସ୍ତ ୭ ମାମଲାର ଏକାଠି ଶୁଣାଣି କରିବାକୁ ବାରାଣାସୀ କୋର୍ଟ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲା ଜଜ୍‌ ଡ. ଅଜୟ କୃଷ୍ଣ ବିଶ୍ୱେଶ ସୋମବାର ଏହି ନିର୍ଦ୍ଦେଶ ଦେଇଛନ୍ତି । ହିନ୍ଦୁ ପକ୍ଷ ୭ ମାମଲାର ଏକାଠି ଶୁଣାଣି ପାଇଁ ଗତବର୍ଷ ପିଟିଶନ ଦାଖଲ କରିଥିଲେ । ଆସନ୍ତା ଜୁଲାଇ ୭ରେ ଏହାର ଶୁଣାଣି ହେବ । ଜ୍ଞାନବାପୀ ମସ୍‌ଜିଦ ପରିସରରେ ଥିବା ଶ୍ରୀନଗର ପରିସରରେ ପୂଜାପାଠ ପାଇଁ ଅନୁମତି ମାଗି ୨୦୨୧ ଅଗଷ୍ଟରେ ୫ ମହିଳା ପିଟିଶନ ଦାଖଲ କରିଥିଲେ । ୨୦୨୨ ଏପ୍ରିଲରେ ସିନିୟର ଡିଭିଜନ କୋର୍ଟ ମସ୍‌ଜିଦ ପରିସରରେ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୨୦୨୨ ମେ’ରେ ଏହି ସର୍ଭେ ସରିଥିଲା । ଏହି ସମୟରେ ସେଠାରେ କଥିତ ଶିବଲିଙ୍ଗ ମିଳିଥିଲା । ଏହାକୁ ମୁସ୍‌ଲିମ ପକ୍ଷ ଫାଉଣ୍ଟେନ ବୋଲି କହୁଥିବାବେଳେ ହିନ୍ଦୁ ପକ୍ଷ ତାହାକୁ ଶିବଲିଙ୍ଗ କହିବା ପରେ ବିବାଦ ଲାଗି ରହିଛି ।