ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି: କୁଆପଥର ମାଡ଼ରେ ଭାଙ୍ଗିଲା ଘର ଆଜବେଷ୍ଟସ୍‌, ନଷ୍ଟ ହେଲା ଫସଲ

Published By : Prameya | March 21, 2025 11:39 AM

ବାଙ୍ଗିରିପୋଷି,୨୧/୦୩: କାଳବୈଶାଖୀ ପ୍ରଭାବରେ ଗୁରୁବାର ସଂଧ୍ୟାରେ  ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ବିପୁଳ କ୍ଷୟକ୍ଷତି ଘଟିଛି । ପ୍ରବଳ ବେଗରେ ପବନ ବର୍ଷା ସାଙ୍ଗକୁ କୁଆ ପଥର ମାଡ ସହ ବିଭିନ୍ନ ସ୍ଥାନରେ ଗଛପତ୍ର  ଭାଙ୍ଗିଥିଲା । କେଉଁଠି ଘର ଆଜବେଷ୍ଟସ୍‌ ଛାତ ଭାଙ୍ଗିଛି ତ’ ଆଉ କେଉଁଠି ଗାଡି କାଚ ଭାଙ୍ଗି ଚୁରମାର ହୋଇଯାଇଛି । ବଡ ବଡ ଗଛ ମଧ୍ୟ କିଛି ସମୟ ମଧ୍ୟରେ ଧରାଶାୟୀ ହୋଇଯାଇଛି । 

ପ୍ରାୟ ୧ ଘଣ୍ଟା ଧରି ପ୍ରବଳ କୁଆପଥର ମାଡ ହୋଇଥିଲା । ୧୦୦  ଗ୍ରାମରୁ ୫୦୦ ଗ୍ରାମ ପର୍ଯ୍ୟନ୍ତ ଓଜନର କୁଆ ପଥର ପଡିବା ଯୋଗୁଁ ରାସ୍ତା କଡରେ  ଥିବା ବାଇକ ଓ ଚାରି ଚକିଆ ଯାନ ଗୁଡିକର ମିରର ଠାରୁ ଆରମ୍ଭ କରି ସାମ୍ନା ପଟ  ଓ ପଛପଟ ଗ୍ଲାସ ଗୁଡିକ ଭାଙ୍ଗିଯାଇଛି । ରବି ଧାନ ଫସଲ,ପନିପରିବା କୁଆ ପଥର  ମାଡରେ ପ୍ରବଳ କ୍ଷତିଗ୍ରସ୍ତ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.