PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ହେୟାର କଲର କରୁଛନ୍ତି କି? କେଉଁ କଲର ବ୍ୟବହାର କଲେ ଷ୍ଟାଇଲିସ୍‌ ଦିଶିବେ ଜାଣନ୍ତୁ

ଟ୍ରୋଫି ହେୟାର କଲର : ଏହି ହେୟାର କଲର ଆପଣଙ୍କୁ ଏକ ସୁନ୍ଦର ଓ ଷ୍ଟାଇଲିସ୍‌ ଲୁକ୍‌ ଦେବ । ଏହି ରଙ୍ଗ ସବୁ ତ୍ୱଚାର ମହିଳାଙ୍କୁ ମାନିଥାଏ ।

କୋପର ହେୟାର କଲର : କୋପର ହେୟାର କଲର ସମସ୍ତଙ୍କୁ ମାନିଥାଏ । ହେଲେ ଗୋରାତ୍ୱଚା ମହିଳା ମାନଙ୍କୁ ଏହି ରଙ୍ଗ ଅଧିକ ସୁନ୍ଦର ଲାଗିଥାଏ ।

ପ୍ଲାଣ୍ଟିନମ୍‌ ହେୟାର କଲର : ଏବେ ଗ୍ରେ ହେୟାର କଲର ଅଧିକ ଫ୍ୟାସନ୍‌ରେ ଚାଲିଛି । ଏହାକୁ ପ୍ଲାଣ୍ଟିନମ୍‌ ଓ ସିଲଭର୍‌ ହେୟାର କଲର ମଧ୍ୟ କୁହାଯାଏ । ପ୍ଲାଣ୍ଟିନମ୍‌ କଲର ସବୁ ତ୍ୱଚା ର ମହିଳାଙ୍କୁ ମାନିଥାଏ ।
ଡାର୍କ ଚୋକଲେଟ୍‌ ହେୟାର କଲର: ଏହା ସବୁ ତ୍ୱଚାକୁ ଭଲ ମାନିଥାଏ । ଏହା ତ୍ୱଚାକୁ ଏକ ନ୍ୟାଚୁରାଲ ଲୁକ୍‌ ମଧ୍ୟ ଦିଏ ।

ଲାଇଟ୍‌ ବ୍ରାଉନ୍ : ଲାଇଟ୍‌ ବ୍ରାଉନ୍‌ ହେୟାର କଲର ଅଧିକ ଫ୍ୟାସ୍‌ନେବୁଲ୍‌ କଲର ଅଟେ । କିନ୍ତୁ ଏହା ଗୋରାରଙ୍ଗର ତ୍ୱଚାକୁ ଅଧିକ ମାନିଥାଏ ।

ଡାର୍କ ବ୍ଲନଣ୍ଡ୍‌ ହେୟାର କଲର: ଏହି ରଙ୍ଗ ଗୋରା ତ୍ୱଚାକୁ ଭଲ ମାନିଥାଏ । ଗୋରା ତ୍ୱଚା ମହିଳାମାନେ ଏହି ରଙ୍ଗ କରିବା ଦ୍ୱାରା ତାଙ୍କ ତ୍ୱଚା ଆହୁରି ଅଧିକ ଚମକି ଥାଏ ।

କଲର କରିବା ପରେ:


ହେୟାର କଲର କରିବା ପରେ ଚୁଟିରେ ସାଧାରଣ ସ୍ୟାମ୍ପୁ ବ୍ୟବହାର କରନ୍ତୁ ନାହିଁ । ଏହା କରିବା ଦ୍ୱାରା ଚୁଟିରୁ ରଙ୍ଗ ଯଥାଶୀଘ୍ର ଛାଡ଼ି ଯାଇଥାଏ । ସାଧାରଣ ସ୍ୟାମ୍ପୁ ପରିବର୍ତ୍ତେ କଲର ପ୍ରୋଟେକ୍ଟିଭ୍‌ ସ୍ୟାମ୍ପୁ ବ୍ୟବହାର କରନ୍ତୁ ।
ଚୁଟିକୁ ସୁସ୍ଥ ରଖିବା ପାଇଁ ୧୫ ଦିନରେ ଥରେ ହେୟାର ସ୍ପା କରନ୍ତୁ । ଏହାସହ ସପ୍ତାହରେ ୧ ଥର ତେଲ ମାଲିସ କରନ୍ତୁ, ଏହାଦ୍ୱାରା ଚୁଟିର ମଜବୁଦ୍‌ ହେବ ।
ଚୁଟି କଲର କଲେ ସୁନ୍ଦର ଦେଖାଯାଇଥାଏ । ହେଲେ ଏହାଦ୍ୱାରା ଚୁଟି ଫାଟିବାର ସମ୍ଭାବନା ରହିଥାଏ, ଏଥିରୁ ମୁକ୍ତି ପାଇବା ପାଇଁ ଚୁଟିକୁ ମଝିରେ ମଝିରେ ଟ୍ରିମିଙ୍ଗ୍‌ କରାନ୍ତୁ ।
କଲର କରିବା ପରେ ଚୁଟିକୁ ଧୋଇବା ପାଇଁ ଉଷୁମ ପାଣି କିମ୍ବା ଥଣ୍ଡା ପାଣି ବ୍ୟବହାର କରନ୍ତୁ ।
ଖରାରୁ ଚୁଟିକୁ ସୁରକ୍ଷା ଦିଅନ୍ତୁ ।