PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ହଜୁରୀ ଭୀମସେନ୍‌ ଖୁଣ୍ଟିଆଙ୍କ ପରଲୋକ, ମୃତ୍ୟୁବେଳକୁ ହୋଇଥିଲା ୬୫ ବର୍ଷ

ପୁରୀ,୦୩/୦୭: ମେଳାପୀ, ମିଷ୍ଟଭାଷୀ, ସଦାନନ୍ଦି ଓ ପୁରୀ ସଂସ୍କୃତି ସହ ଜଡ଼ିତ ମହାପ୍ରଭୁଙ୍କ ସେବକ ତଥା ସ୍ୱାଧୀନତା ସଂଗ୍ରାମୀ ଚନ୍ଦନ ହଜୁରୀଙ୍କ ଦାୟାଦ ହଜୁରୀ ଭୀମସେନ୍‌ ଖୁଣ୍ଟିଆଙ୍କ ଶନିବାର ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୫ବର୍ଷ ହୋଇଥିଲା । ଅପରାହ୍ଣରେ ସ୍ୱର୍ଗତ ଖୁଣ୍ଟିଆଙ୍କ ମରଶରୀର ମଣିକର୍ଣ୍ଣିକା ସାହି ହଜୁରୀ ଲେନ୍‌ସ୍ଥିତ ବାସଭବନକୁ ନେବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।

ସେବାୟତ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରୁ ହୋମାଗ୍ନି ଆସି ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ପୁତ୍ର ହଜୁରୀ ନୀଳକଣ୍ଠ ଖୁଣ୍ଟିଆ ମୁଖାଗ୍ନି ଦେଇଥିଲେ । କିଛି ଦିନ ହେବ ଅସୁସ୍ଥ ରହିବା ପରେ ୨ ଦିନ ପୂର୍ବେ ସ୍ୱର୍ଗତ ଖୁଣ୍ଟିଆଙ୍କ ଓପନ୍‌ ହାର୍ଟ ସର୍ଜରି ଅପରେସନ୍‌ ହୋଇଥିଲା। ଶନିବାର ପୂର୍ବାହ୍ଣ ସାଢ଼େ ୧୧ଟାରେ ତାଙ୍କ ଦେହାନ୍ତ ଘଟିଥିଲା । ମରଶରୀର ବାସଭବନରେ ପହଞ୍ଚିବା ପରେ ଚାଖୀ ଖୁଣ୍ଟିଆ ସ୍ମୃତି ସମିତି ସମ୍ପାଦକ ଧ୍ରୁବଚରଣ କର, କର୍ମକର୍ତ୍ତା ଦିଲୀପ କୁମାର ମହାପାତ୍ର, ଗଣେଶ୍ୱର ପ୍ରହରାଜ, ଗଦାଧର ନନ୍ଦ ପ୍ରମୁଖ ସ୍ୱର୍ଗତ ଖୁଣ୍ଟିଆଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଚାଖୀ ଖୁଣ୍ଟିଆ ସ୍ମୃତି ସମିତିର ମୁଖ୍ୟ ପୃଷ୍ଠପୋଷକ ଥିଲେ ସ୍ୱର୍ଗତ ଖୁଣ୍ଟିଆ । ଚନ୍ଦନ ହଜୁରୀଙ୍କ ସ୍ମୃତିଚାରଣ ପାଇଁ ତାଙ୍କର ଯଥେଷ୍ଟ ଅବଦାନ ଥିଲା । ବଡ଼ଆଖଡ଼ା ଜାଗା ଓ କୁସୁନି ଖୁଣ୍ଟିଆ ଜାଗାର ସଭାପତି ଥିବା ସହ ସେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ପୃଷ୍ଣପୋଷକ ଭାବେ ଅଗ୍ରଣୀ ଭୂମିକା ନେଇଥିଲେ । ସ୍ୱର୍ଗଦ୍ୱାରରେ ବହୁ ଜଣାଶୁଣା ବ୍ୟକ୍ତି ପହଞ୍ଚି ତାଙ୍କ ଶେଷକୃତ୍ୟରେ ସାମିଲ ହେବା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।