ସୁନ୍ଦରଗଡ଼,୨୭/୧୨ : ସ୍କୁଟି ସହ ଯୁବକଙ୍କୁ ଜାଳିଦେଲେ I ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର I ଲେଫ୍ରିପଡ଼ା ଥାନା ସର୍ଗିପାଲି ନବୋଦୟ ସ୍କୁଲ ପଛପଟୁ ଉଦ୍ଧାର I କେହି ସ୍କୁଟି ସହ ଯୁବକଙ୍କୁ ଜାଳି ଦେଇଥିବା ସନ୍ଦେହ କରାଯାଉଛି I ସୁନ୍ଦରଗଡ ଲେଫ୍ରିପଡା ଥାନା ସର୍ଗିପାଲି ନବୋଦୟ ବିଦ୍ୟାଳୟ ପଛପଟେ ଥିବା ଏକ ପାଳ ଗଦାରେ ନିଆଁ ଲାଗିଥିବା ଦେଖିଥିଲେ ଲୋକେ । ପାଖକୁ ଗଲା ପରେ ସେଠାରେ ଦେଖିଥିଲେ ଏକ ସ୍କୁଟି ସହ ଯୁବକ ଜଳୁଥିବାର । ଏହାଦେଖି ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । ଯୁବକ ଜଣଙ୍କ ହେମଗିରି ଅଞ୍ଚଳର ବୋଲି ଜଣାପଡୁଛି। ଘଟଣାର ତଦନ୍ତ କରୁଛି ପୋଲିସ ।

ପିଏମ ମୋଦୀଙ୍କୁ ପ୍ରଶଂସା କଲେ ଶଶି ଥରୁର; କଂଗ୍ରେସକୁ...