ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଯୁଦ୍ଧ ବିରାମ ପରେ ତିନି ଇସ୍ରାଏଲୀୟ ମହିଳା ବନ୍ଧକଙ୍କୁ ମୁକ୍ତ କଲା ହମାସ

Published By : Prameya | January 19, 2025 11:09 PM

ନୂଆଦିଲ୍ଲୀ : ଇସ୍ରାଏଲ ଓ ହମାସ ମଧ୍ୟରେ ସିଜଫାୟରର ଚୁକ୍ତିନାମା ପରେ, ହମାସ ପ୍ରଥମେ ତିନି ବନ୍ଧକଙ୍କୁ ରେଡ୍‌ କ୍ରସ୍‌କୁ ପ୍ରଦାନ କରିଛି। ଏବେ ସେମାନଙ୍କୁ ଇସ୍ରାଏଲ ନିଆଯାଉଛି। ସୂଚନା ମୁତାବିକ , ପ୍ରଥମେ ତିନି ଜଣ ମହିଳା ବନ୍ଧକଙ୍କୁ ମୁକ୍ତ କରାଯାଇଛି। କହି ରଖୁଛୁ ଯେ, ଯୁଦ୍ଧ ବିରାମ ଉପରେ ସହମତି ପରେ ୧୫ ମାସ ଧରି ଚାଲୁଥିବା ଭୟଙ୍କର ଯୁଦ୍ଧର ଅବସାନ ଘଟିଛି। ହେଲେ ହମାସ ପକ୍ଷରୁ ମୁକ୍ତ କରାଯାଇ ଥିବା ପଣବନ୍ଦୀଙ୍କ ତାଲିକା ପ୍ରଦାନରେ ବିଳମ୍ୱ କାରଣରୁ ସିଜଫାୟରରେ ବିଳମ୍ୱ ହୋଇଥିଲା। ଏଥିରେ ସକାଳେ ମଧ୍ୟ ଇସ୍ରାଏଲୀୟ ସେନା ହମଲା କରିଥିଲା, ଯେଉଁଥିରେ ପାଖାପାଖି ୧୯ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା।

ବନ୍ଧକଙ୍କୁ ମୁକ୍ତ କରାଯିବାର ସିଧା ପ୍ରସାରଣ ମଧ୍ୟ ଟିଭିରେ କରାଯାଇଛି। ମୁକ୍ତ ହୋଇଥିବା ମହିଳା ବନ୍ଧକଙ୍କ ନାଁ ଯଥାକ୍ରମେ ରୋମୀ ଗୋନେନ , ଡୋରୋନ ଷ୍ଟିନବ୍ରେଚର ଓ ଏମିଲି ଦମାରି। ୨୪ ବର୍ଷିୟ ରୋମୀ ଗୋନେନ ଇସ୍ରାଏଲର କେଫର ବ୍ରାଦିମରେ ରୁହନ୍ତି। ତାଙ୍କୁ ବୁଲିବା ଓ ଡ୍ୟାନ୍ସ କରିବାକୁ ପସନ୍ଦ। ୭ ଅକ୍ଟୋବରରେ ତାଙ୍କୁ ନୋଭା ଫେଷ୍ଟିଭାଲରୁ ହିଁ ହମାସର ଆତଙ୍କୀମାନେ ଅପହରଣ କରି ନେଇଥିଲେ। ଦ୍ୱିତୀୟ ମହିଳା ଏମିଲି ଦମାରୀ ଜଣେ ବ୍ରିଟିଶ ନାଗରିକ। ସେ ଏହି ସମୟରେ କଫର ଗାଜାରେ ରହୁଥିଲେ। ତାଙ୍କର ଅନେକ ବନ୍ଧୁଙ୍କୁ ମଧ୍ୟ ଅପହରଣ କରିନିଆ ଯାଇଥିଲା। 

କହି ରଖୁଛୁ କି, ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟ ଅନୁସାରେ ୪୨ ଦିନ ଯାଏ ସିଜଫାୟର ରହିବ। ଏହି ସମୟରେ ହମାସ ପକ୍ଷରୁ ୩୩ ବନ୍ଧକଙ୍କୁ ମୁକ୍ତ କରାଯିବ। ଏଥିରେ ମହିଳା ଓ ଶିଶୁଙ୍କ ସହ ୫୦ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକ ଅଛନ୍ତି। ଇସ୍ରାଏଲୀୟ ମିଡ଼ିଆର ଖବରରେ କୁହାଯାଇଛି ଯେ ,ସେନା ତିନି ବନ୍ଧକଙ୍କ ମାଆଙ୍କୁ ଗାଜା ସୀମା ନିକଟରେ ଏକ ସେନା ଶିବିରରେ ସାକ୍ଷାତ ସ୍ଥଳକୁ ଆସିବାକୁ କହିଛି। 

ଉଲ୍ଲେଖନୀୟ ଯେ, ଚୁକ୍ତିନାମାର ଗ୍ୟାରେଣ୍ଟର କତାର , ମିଶର ଓ ଆମେରିକା ଅଛନ୍ତି। ଯିଏ କି କାହିରାରେ ଏକ ସମନ୍ୱୟ କେନ୍ଦ୍ର ଗଠନ କରିବେ। ଯୁଦ୍ଧବିରାମର ୧୬ତମ ଦିନ , ଇସ୍ରାଏଲ ଓ ହମାସ ଚୁକ୍ତିନାମାର ଦ୍ୱିତୀୟ ପର୍ଯ୍ୟାୟ ଉପରେ କଥାବାର୍ତ୍ତା ଆରମ୍ଭ କରିବାକୁ ପ୍ରତିବଦ୍ଧତା ଦେଖାଇଛନ୍ତି , ଯେଉଁଥିରେ ଅବଶିଷ୍ଟ ବନ୍ଧକଙ୍କ ମୁକ୍ତ , ଏକ ସ୍ଥାୟୀ ଯୁଦ୍ଧାବିରାମ ଓ ପୂର୍ଣ୍ଣ ଇସ୍ରାଏଲୀୟଙ୍କୁ ଫେରସ୍ତ ସାମିଲ ହେବ। ଶାନ୍ତି ପ୍ରକ୍ରିୟାର ଗାରେଣ୍ଟର ୩ୟ ପର୍ଯ୍ୟାୟ ବିଷୟରେ ମଧ୍ୟ କଥାବାର୍ତ୍ତା କରୁଛନ୍ତି। ଯେଉଁଥିରେ ଅବଶିଷ୍ଟର ଆଦାନ ପ୍ରଦାନ, ଗାଜା ପଟ୍ଟିର ପୁନର୍ନିର୍ମାଣ ଓ ଏହାର ନାକାବନ୍ଦୀକୁ ସମାପ୍ତ କରିବା ସାମିଲ ହେବ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.