PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଲକାତା :ପଶ୍ଚିମବଙ୍ଗ ବିଜେପି ନେତାଙ୍କ ଅଭିଯୋଗ, ରାଜ୍ୟରେ ମମତା ବାନାର୍ଜି ଓ ଶୁଭେନ୍ଦୁ ଅଧିକାରୀଙ୍କ ଭିତରେ ହୋଇଛି ଗୁପ୍ତ ବୁଝାମଣା…
  • ||
  • ନୟାଗଡ଼ : ମାର୍ବଲ ବୋଝେଇ ଟ୍ରକ୍ ପଛକୁ ପିଟିଲା ମାଣିକେଶ୍ଵରୀ ବସ୍ : ଜଣେ ମୃତ,୫ ଗୁରୁତର
  • ||
  • ଭୁବନେଶ୍ୱର: ଆଜି ପଛୁଆ ବର୍ଗର ଭାରତ ବନ୍ଦ ଡାକରା, ସକାଳ ସାଢ଼େ ୯ଟା ପୂର୍ବରୁ ଅଫିସ ପହଞ୍ଚିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଏବେ ଉତ୍ତର ପୂର୍ବରୁ ପବନ ବହୁଥିବାରୁ କମିବ ଶୀତ, ୩ ତାରିଖରୁ ପ୍ରବଳ ଶୀତ: ୫.୬ ଡିଗ୍ରୀରେ ଥରୁଛି ସିମିଳିଗୁଡ଼ା
  • ||

ମାଉସୀ ଘରେ ବେକରେ ଫାଶୀ ଲଗାଇଦେଲେ ନବ ବିବାହିତା

କେନ୍ଦୁଝର,୨୫/୧୧ : ସ୍ଵାମୀ, ସ୍ତ୍ରୀ ଭୋଜି ଖାଇ ଫେରିଲେ। ରାତିରେ ଗୋଟିଏ ବିଛଣାରେ ଶୋଇଲେ। ସକାଳୁ ସ୍ଵାମୀଙ୍କ ନିଦ ଭାଙ୍ଗିବାବେଳକୁ ବିଛଣାରେ ସ୍ତ୍ରୀ ନ ଥିଲେ। କିଛି ସମୟ ପର୍ଯ୍ୟନ୍ତ ଖୋଜାଖୋଜି କରି ନ ପାଇବାରୁ ବାପ ଘରକୁ ଚାଲି ଯାଇଥିବା ସନ୍ଦେହ କରି ବାଟରେ ଆସି ଛକିଲେ ସ୍ଵାମୀ। ଆଉ ଅଧ ବାଟରେ ଭେଟ ହେବା ପରେ ସ୍ତ୍ରୀଙ୍କୁ ନେଇ ନିକଟସ୍ଥ ମାଉସୀ ଶାଶୁ ଘରକୁ ଗଲେ। ହେଲେ ଗୋଟିଏ ରୁମରେ ମାତ୍ର କେଇ ମିନିଟ ଏକା ଛାଡ଼ି ଦେବା ପରେ ନିଜ ଶାଢ଼ୀର ଓଢଣୀରେ ବେକରେ ଫାଶୀ ଲଗାଇ ଝୁଲି ପଡିଲେ ୪ ମାସର ନବ ବିବହିତା । ପରେ ସ୍ଵାମୀ ଏବଂ ମାଉସୀ ଦୌଡ଼ି ଆସି ତଳକୁ ଓହ୍ଲାଉ ଓହ୍ଲାଉ ତାଙ୍କର ମୃତ୍ୟୁ ହୋଇଥିଲା। ଏଭଳି ଏକ ଅଭାବନୀୟ ଘଟଣା ଗୁରୁବାର ସନ୍ଧ୍ୟାରେ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା କାଶିପାଳ ଗାଁରେ ।

ସୂଚନା ଅନୁଯାୟୀ, ବାମେବାରୀ ଥାନା ବେଲଦା ଗ୍ରାମର ପଣ୍ଡିତ ମହାକୁଡ଼ଙ୍କୁ ବିବାହ କରିଥିବା ଟାଉନ୍ ଥାନା ସିରିସପାଳ ଗ୍ରାମର ଗଦାଧର ମହାକୁଡ଼ଙ୍କ ଝିଅ ସ୍ମୃତିବାଳା (୨୨)କୌଣସି କାରଣକୁ ନେଇ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ଶବ ବ୍ୟବଛେଦ କରି ତଦନ୍ତ ଆରମ୍ଭ କରିଛି ପୁଲିସ। ଗତ ଜୁଲାଇ ମାସରେ ସ୍ମୃତିବାଳା ଏବଂ ପଣ୍ଡିତଙ୍କ ମଧ୍ୟରେ ବୈଦିକ ରୀତିରେ ବିବାହ ଅନୁଷ୍ଠିତ ହୋଇଥିଲା। ଉଭୟେ ବେଲଦା ଗାଁରେ ରହୁଥିଲେ। ଗତ ବୁଧବାର ଉଭୟ ସ୍ଵାମୀ ଏବଂ ସ୍ତ୍ରୀ ଏକ ବାହାଘର ଭୋଜିରେ ଯୋଗଦେବାକୁ ସିରିସପାଳ ଆସିଥିଲେ ଏବଂ ସେହିଦିନ ହିଁ ଫେରି ରାତି ଗୋଟିଏ ରୁମରେ ଶୋଇଥିଲେ । ହେଲେ କୌଣସି କାରଣକୁ ନେଇ ଗୁରୁବାର ଭୋରରୁ ଘର ଛାଡ଼ି ଚାଲି ଆସିଥିଲେ ସ୍ମୃତି। ପିଛା କରିବା ପୂର୍ବକ କଟଲପଶି ଛକ ପର୍ଯ୍ୟନ୍ତ ଆସିଥିଲେ ପଣ୍ଡିତ। ସେଠାରେ ସ୍ମୃତିଙ୍କ ସହ ଭେଟ ହୋଇଥିଲା ଏବଂ ପୁଣି ଥରେ ଘରକୁ ଡ଼ାକି ନେବାକୁ ଉଦ୍ୟମ କରିଥିଲେ। ମାତ୍ର ଫେରିବାକୁ ନାରାଜ ହେଇଥିଲେ ସ୍ମୃତି। ଫଳରେ  କାଶିପାଳ ଗ୍ରାମରେ  ରହୁଥିବା ମାଉସୀ ଶାଶୁ ଶୀଳା ମହାକୁଡ଼ଙ୍କୁ ଡାକି ସ୍ତ୍ରୀଙ୍କୁ ନେଇ ତାଙ୍କ ଘରକୁ ଯାଇଥିଲେ ପଣ୍ତିତ । ସେଠାରେ ପହଞ୍ଚିବା ପରେ ମୋତେ ଟିକିଏ ଏକା ରହିବାକୁ ଦିଅ ବୋଲି କହିଥିଲେ ସ୍ମୃତି । ଫଳରେ ମାଉସୀ ଶୀଳା ଏବଂ ପଣ୍ଡିତ ଘରୁ ବାହାରକୁ ଚାଲି ଆସିଥିଲେ।

ଏହାର ସୁଯୋଗ ନେଇ ଘର ଭିତରେ ଥିବା ଏକ କାଠରୁ ବେକରେ ଶାଢ଼ୀର ଓଢ଼ଣୀ ଲଗେଇ ଝୁଲି ପଡ଼ିଥିଲେ ସ୍ମୃତି। ଚିତ୍କାର ଶୁଣି ସ୍ଵାମୀ ଏବଂ ମାଉସୀ ଦୌଡ଼ି ଆସି ତଳକୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଏହାପରେ ସ୍ମୃତିଙ୍କ ବାପ ଘର ଏବଂ ଶ୍ଵଶୁର ଘର ଲୋକଙ୍କୁ ଖବର ଦିଆଯାଇଥିଲା । ସ୍ମୃତିଙ୍କ ବାପା ଗଦାଧର ମହାକୁଡ଼ ଝୁମ୍ପରା ଥାନାରେ ଜଣାଇବା ପରେ ଝୁମ୍ପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର କ୍ରିସେନ୍ସିଆ ତିର୍କୀଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇଥିଲା । ଝୁମ୍ପୁରା ଥାନାରେ ଏ ସମ୍ବନ୍ଧୀୟ ଏକ ଅପମୃତ୍ୟୁ ମାମଲା ୧୭/୨୨ ରୁଜୁ କରାଯାଇ ଶୁକ୍ରବାର ମୃତ ଦେହ ବ୍ୟବଚ୍ଛେଦ କରାଯାଇଛି । ଆତ୍ମହତ୍ୟାର ସଠିକ୍ କାରଣ ଜଣା ପଡି ନଥିବାବେଳେ ପୁଲିସ ଅଧିକ ଅନୁ ସନ୍ଧାନ ଜାରି ରଖିଛି।