PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ ଲଜପତ୍‌ ନଗର ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ
  • ||
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ଯୁବକଙ୍କୁ ହାଣିଲେ, ଥାନା ଦୁଆରେ ଫିଙ୍ଗିଲେ: ଜଣେ ଆକ୍ରମଣକାରୀ ଗିରଫ, ଅନ୍ୟମାନେ ଫେରାର..

ଭୁବନେଶ୍ୱର,୨୭/୦୫: ଇଟାର ଜବାବ ପଥରରେ ଦେଲା ଭଳି ହଣାହଣି କରି ଫେରାର୍‌ ହେଉଥିବା ଜଣେ ଯୁବକଙ୍କୁ ସଂଘବଦ୍ଧ ହୋଇ ହାଣି ପକାଇଲେ । ଗୁରୁତର ଯୁବକଙ୍କୁ ଟେକିନେଇ ଭରତପୁର ଥାନା ସମ୍ମୁଖରେ ଫିଙ୍ଗି ପଳାଇଲେ । ଭରତପୁର ଥାନା ପୁଲିସ ଆକ୍ରମଣର ଶିକାର ଯୁବକକୁ ନେଇ ହସ୍ପିଟାଲରେ ଚିକିତ୍ସା କରାଇ ଜେଲ୍‌ ପଠାଇଲା । ସେପଟେ ସଂପୃକ୍ତ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ତମାଣ୍ଡୋ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ତାଙ୍କ ନାମ ବିକାଶ ଓରଫ ଦିପ୍ତୀରଞ୍ଜନ ମୁଦୁଲି(୨୪) । ଘର ଭରତପୁର ଥାନା ଅନ୍ତର୍ଗତ ନୂଆଗାଁ ।

ପୁଲିସ ସୂଚନା ଅନୁଯାୟୀ, ଗତ ୧୯ ତାରିଖରେ ଶ୍ୟାମପୁରର କିଛି ଯୁବକ ଦାଦାବଟିକୁ ନେଇ ନୂଆଗାଁ ବଜାରରେ ଖଣ୍ଡା ବୁଲାଇବା ସହ ହଣାହଣି କରିଥିଲେ । ନୂଆଗାଁ ଯୁବକମାନେ ଏକାଠି ହେବା ବେଳକୁ ଆକ୍ରମଣକାରୀ ଶ୍ୟାମପୁରର ଯୁବକମାନେ ଫେରାର୍‌ ହୋଇ ଯାଇଥିଲେ । ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ତନାଘନା ଚଳାଇଥିଲା । ସେହି ରାତିରେ ଆକ୍ରମଣକାରୀଙ୍କ ମଧ୍ୟରୁ ଶ୍ୟାମପୁରର ଗୁଡ୍ଡୁ ଓରଫ ଅବିନାଶ ବେହେରା ପୁଲିସ ଗିରଫଦାରୀରୁ ବର୍ତ୍ତିବା ପାଇଁ ତାଙ୍କ ମାମୁଁଙ୍କ ସହ ବାଇକ୍‌ରେ ଫେରାର୍‌ ହୋଇ ଯାଉଥିଲେ । ଗୁଡ୍ଡୁ ଫେରାର୍‌ ହେଉଥିବା ସୂଚନା ପାଇ ନୂଆଗାଁର ୫/୬ ଜଣ ଯୁବକ ତାଙ୍କୁ ପିଛାକରି ତମାଣ୍ଡୋ ବେହେରା ଢ଼ାବା ସମ୍ମୁଖରେ ଅଟକାଇଥିଲେ । ଗୁଡ୍ଡୁଙ୍କୁ ସେମାନେ ବିଭିନ୍ନ ମାରଣାସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ହାଣି ପକାଇଥିଲେ । ପରେ ତାଙ୍କୁ ଟେକି ନେଇଥିଲେ । ଗୁଡ୍ଡୁଙ୍କୁ ସେମାନେ ଭରତପୁର ଥାନା ସମ୍ମୁଖରେ ପକାଇ ପଳାଇ ଆସିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭରତପୁର ପୁଲିସ ଗୁଡ୍ଡୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଭରତପୁର ଥାନା ମାମଲାରେ ପୁଲିସ ଗୁଡ୍ଡୁଙ୍କ ସହ ପିଣ୍ଟା ନାମକ ଶ୍ୟାମପୁରର ଅନ୍ୟଜଣେ ଯୁବକଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲା ।

ସେପଟେ ଗୁଡ୍ଡୁଙ୍କୁ ମରଣାନ୍ତକ ଆକ୍ରମଣ ନେଇ ତାଙ୍କ ମା’ ସବିତା ବେହେରା ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ତମାଣ୍ଡୋ ଥାନା ପୁଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଗତକାଲି ରାତିରେ ପୁଲିସ ନୂଆଗାଁରେ ଚଢ଼ଉ କରି ବିକାଶଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ଏହି ଆକ୍ରମଣରେ ସଂପୃକ୍ତ ନୂଆଗାଁର ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି