ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ହନୁମାନ ଜୟନ୍ତୀରେ ପୂଜା ପାଇଲେ କୋଟିଏ ଆଠ ରୁଦ୍ରାକ୍ଷରେ ନିର୍ମିତ ମହାବୀରଙ୍କ ପ୍ରତିମୂର୍ତ୍ତି

Published By : Rasmita Pradhan | April 14, 2025 2:22 PM

ଭୁବନେଶ୍ଵର, ୧୪/୦୪ : ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନଙ୍କ ଜୟନ୍ତୀ। ଏହି ଅବସରରେ ଗଞ୍ଜାମ ଜିଲ୍ଲା ଆସ୍କା ବାଣୀବିହାର ଗୁରୁକୃପା ଆଶ୍ରମ ଠାରେ ନିଆରା ଢଙ୍ଗରେ ହନୁମାନ ଜୟନ୍ତୀ ପାଳନ କରାଯାଇଛି। ୧ କୋଟି ୮ ରୁଦ୍ରାକ୍ଷରେ ମହାବୀରଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରାଯାଉଛି। ତାସହ ଲକ୍ଷେ ଆଠ ବେଲପତ୍ରରେ ରାମ ନାମ ଲିଖନ କରାଯିବା ସହିତ ହଜାରେ କୋଟି ହସ୍ତ ଲିଖିତ ରାମ ନାମର ପୂଜାର୍ଚ୍ଚନା କରାଯାଇଛି। ହନୁମାନଙ୍କ ପ୍ରତିମୂର୍ତ୍ତିକୁ ପଇଡ ପାଣିରେ ଅଭିଷେକ କରାଯାଇଛି। 

କେବଳ ସେତିକି ନୁହେଁ ବାଲୁକାରେ ହନୁମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଛି। ଶ୍ରୀ ଗୁରୁକୃପା ଆଶ୍ରମର ଗୁରୁଦେବ ଶ୍ରୀ ଆତ୍ମାରାମ ଜି ମହାରାଜଙ୍କ ତତ୍ତ୍ଵାବଧାନରେ ଆଜିର ଏହି ହନୁମାନ ଜୟନ୍ତୀ ପାଳନ ହୋଇଥିବା ବେଳେ ଦେଶ, ରାଜ୍ୟ, ତଥା ଦେଶ ବାହାରରୁ ହଜାର ହଜାର ଭକ୍ତଙ୍କ ସମାଙ୍ଗମ ହୋଇଥିବା ଦେଖିବାକୁ ମିଳିଛି। ବହୁ ବର୍ଷ ଧରି ଆଶ୍ରମରେ ହନୁମାନ ଜୟନ୍ତୀ ପାଳନ ହୋଇ ଆସୁଛି। ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

ଏହି ଖବରଟିକୁ ପଢନ୍ତୁ-ହନୁମାନ ଜୟନ୍ତୀ ପାଇଁ ଚଳଚଞ୍ଚଳ ସମ୍ବଲପୁର, ପୋଲିସ ଛାଉଣୀରେ ସହର


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.