ହରଭଙ୍ଗା, ୯/୭(ଆପ୍ର): ବୁଧବାର ଦିନ ୧୧ଟା ସମୟରେ ହରଭଙ୍ଗା ଥାନା ଅଞ୍ଚଳରୁ ନିଖୋଜ ଥିବା ଜଣେ ନାବାଳିକାକୁ ଚେନ୍ନାଇରୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଛି ହରଭଙ୍ଗା ପୋଲିସ l
ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଞ୍ଚଳର ଜଣେ ନାବାଳିକା ଗତ ଜୁନ ୩୦ ତାରିଖ ଠାରୁ ନିଖୋଜ ଥିଲେ l ନାବାଳିକା ଜଣକ ପରିବାର ଲୋକଙ୍କ ଉପରେ କୌଣସି କାରଣରୁ ରାଗି ଟ୍ରେନ୍ ଯୋଗେ ଚେନ୍ନାଇ ଚାଲି ଯାଇଥିଲେ। ତେବେ ଚେନ୍ନାଇରେ ଅନୁଗୁଳ ଅଂଚଳର ଏକ ଦମ୍ପତ୍ତି ନାବାଳିକା ରାଗରେ ଘରୁ ଚାଲି ଆସିଥିବା ଜାଣି ଆଶ୍ରୟ ଦେଇଥିଲେ l ପରେ ପରିବାରକୁ ଫୋନ ଯୋଗେ ସୂଚନା ଦେଇଥିଲେ l
ଘର ଲୋକେ ଜାଣିବା ପରେ ହରଭଙ୍ଗା ଥାନାରେ ପହଞ୍ଚି ସମସ୍ତ କଥା ଜଣାଇଥିଲେl ଆଇଆଇସି ନଳିନୀ କାନ୍ତ ଦାଶ ଏକ ପୋଲିସ ଟିମ ଗଠନ କରି ଚେନ୍ନାଇ ପଠାଇଥିଲେ ଓ ନାବାଳିକା ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରା ଯାଇଥିବା ସୂଚନା ମିଳିଛି l