ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ହାର୍ଡକୋର ମାଓବାଦୀ ବିଶ୍ଵନାଥଙ୍କୁ ଗିରଫ କଲା ଏନଆଇଏ

ମାଲକାନଗିରି,୨୪।୧(ଆପ୍ର):ମାଲକାନଗିରି ଜିଲ୍ଲାର ହାର୍ଡକୋର ମାଓବାଦୀ ରଞ୍ଜୁ ଖିଲ (୪୦)ଓରଫ ଚାଣ୍ଟି ଓରଫ ବିଶ୍ଵନାଥଙ୍କୁ ଏନଆଇଏ ଗିରଫ କରିଛି। ତାଙ୍କୁ ଭୁବନେଶ୍ୱର ଅଫିସକୁ ଏନଆଇଏ ଆଣିଛି। ମାଓବାଦୀ ରଞ୍ଜୁ ଖିଲ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଜଣେ ହାର୍ଡକୋର ମାଓବାଦୀ। ସେ ଗତ ୨୦୧୨ ମସିହାରେ ୪ଜଣ ବିଏସଏଫ ଯବାନ ଙ୍କୁ ହତ୍ୟା କରିଥିଲା। ଏ ସମ୍ପର୍କରେ ଚିତ୍ରକୋଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ମଙ୍ଗଳବାର ମାଲକାନଗିରି କାଦଗୁମ୍ମା ଅଞ୍ଚଳରୁ ମାଲକାନଗିରି ପୁଲିସ   ସହାୟତାରେ ଭୁବନେଶ୍ବରରୁ ଏନଆଇଏର ଏକ ଟିମ ଆସି ରଞ୍ଜୁ ଓରଫ ବିଶ୍ଵ ନାଥଙ୍କୁ ଗିରଫ କରିଛି। ଅଧିକ ପଚରା ଉଚରା କରିବା ପାଇଁ ଭୁବନେଶ୍ବର ଏନଆଇ ଏ କାର୍ଯ୍ୟଳୟ କୁ ନେଇଥିବାର ମାଲକାନଗିରି ଏସପି ନିତେଶ ୱାଧନୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।

Copyright © 2022 - Summa Real Media Private Limited. All Rights Reserved.