ନୂଆଦିଲ୍ଲୀ, ୧୯/୨ : ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ କ୍ରିକେଟରେ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ବୁଧବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ବକପ ୨୦୨୬ର ଅନ୍ତିମ ଲିଗ୍ ମ୍ୟାଚରେ ଇତିହାସ ରଚିଛନ୍ତି । ସେ ନେଦରଲ୍ୟାଣ୍ଡସ ବିପକ୍ଷ ମ୍ୟାଚରେ ୩୦ ରନର ପାଳି ଖେଳିଥିଲେ । ଏହି ମ୍ୟାଚରେ ସେ ୩୦ ରନ କରିଥିବାବେଳେ ୬ ହଜାର ରନ୍ ପୂରଣ କରିଛନ୍ତି । ଏହାସହ ୨୦୦ ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ପ୍ରଥମ ଭାରତୀୟ ଖେଳାଳିଭାବେ ସେ ଏହି ରେକର୍ଡ କରିଛନ୍ତି ।
ସେପଟେ ଆମେ ଯଦି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ରିକେଟ କ୍ୟାରିୟର ସମ୍ପର୍କରେ ଯଦି କହିବା ତାହେଲେ ସେ ୨୦୧୩ରେ ଘରୋଇ କ୍ରିକେଟରେ ଟି-୨୦ରେ ଡେବ୍ୟୁ କରିଥିଲେ । ବରୋଦା ପକ୍ଷରୁ ଖେଳୁଥିବାବେଳେ ମଧ୍ୟପ୍ରଦେଶ ବିପକ୍ଷରେ ଡେବ୍ୟୁ କରିଥିଲେ । ଦମଦାର ପ୍ରଦର୍ଶନ କରିଥିବାବେଳେ ୨୦୧୫ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲରେ ତାଙ୍କୁ କିଣିଥିଲା । ୨୦୧୬ ମସିହାରେ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବାବେଳେ ୨୦୧୬ ଟି-୨୦ ବିଶ୍ବକପ ଦଳର ସଦସ୍ୟ ମଧ୍ୟ ରହିଥିଲେ । ଲଗାତାର ଭଲ ପ୍ରଦର୍ଶନ କରିଆସୁଥିବା ପାଣ୍ଡ୍ୟା ଦଳର ନିୟମିତ ସଦସ୍ୟ ରହିଆସିଛନ୍ତି । ଲଗାତାର ବଡ଼ ବଡ଼ ସଟ୍ ଖେଳି ଫ୍ୟାନ୍ସଙ୍କ ମନ ଜିଣିଥିବା ହାର୍ଦ୍ଦିକ ଏବେ ଦମଦାର ଫର୍ମରେ ରହିଛନ୍ତି । ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ଟି-୨୦ କ୍ରିକେଟରେ ମଧ୍ୟ ଦଳ ଦମଦାର ପ୍ରଦର୍ଶନ କରୁଛି । ଏବେ ଭାରତୀୟ ଦଳର ଏହି ନିର୍ଭରଯୋଗ୍ୟ ଅଲରାଉଣ୍ଡ ପାକିସ୍ତାନ ବିପକ୍ଷରେ ଦମଦାର ବୋଲିଂ ପ୍ରଦର୍ଶନ ମଧ୍ୟ ଦେଖାଇଛନ୍ତି ।
ଏହାସହ ପଢ଼ନ୍ତୁ : ରାଜ୍ୟପାଳଙ୍କ ଅଭିଭାଷଣ ପ୍ରଗତିଶୀଳ,ସଂସ୍କାରମୂଳକ: ଡବଲ ଇଞ୍ଜିନ ସରକାରର ସୁଫଳ ମିଳିଛି,ବିରୋଧୀଙ୍କ ଆଚରଣର ବିଚାର କରିବେ ଲୋକ