ମନମୁଣ୍ଡା, ୩୦/୦୬ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଖଟଖଟିଆ ଅଞ୍ଚଳରେ ୩ ଯୁବକଙ୍କ ଆତଙ୍କରାଜ। ରାସ୍ତା ଉପରେ ମାରଣାସ୍ତ୍ର ଦେଖାଇ ଲୋକଙ୍କୁ ଭୟଭୀତ କରିବା ବେଳେ ମାଡ଼ି ବସିଲା ପୁଲିସ। ୩ ଯୁବକଙ୍କ ମଧ୍ୟରୁ ଜଣକୁ ମନମୁଣ୍ଡା ପୁଲିସ କାବୁ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତ ଜଣକ ବ୍ରାହ୍ମଣୀ ଗ୍ରାମର ଜିତେନ୍ଦ୍ର କର୍ମୀ ବୋଲି ଜଣାପଡ଼ିଛି।  

ସୂଚନାନୁଯାୟୀ, ଜିତେନ୍ଦ୍ର କର୍ମୀ ଏବଂ ତାଙ୍କର ଦୁଇଜଣ ବନ୍ଧୁ ଦୁଇଟି ମୋଟରସାଇକେଲ ଯୋଗେ ଆସି ଖଟଖଟିଆ ଅଞ୍ଚଳରେ ହାତରେ ଦେଶୀ ବନ୍ଧୁକ ଧରି ଆତଙ୍କ ଖେଳାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ସଙ୍ଗେ ସଙ୍ଗେ ମନମୁଣ୍ଡା ପୁଲିସକୁ ଖବର ଦେଇଥିଲେ। ପୁଲିସ ଗାଡ଼ିକୁ ଦେଖି ଦୁଇଜଣ ଯୁବକ ନିଜ ନିଜ ବାଇକ୍ ଛାଡ଼ି ସେଠାରୁ  ଖସି ପଳାଇଥିଲେ । ତେବେ ପୁଲିସ ଜିତେନ୍ଦ୍ରଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଗିରଫ ଅଭିଯୁକ୍ତ ଠାରୁ ୨ ଟି ଦେଶୀ ପିସ୍ତଲ ଏବଂ ଘଟଣାସ୍ଥଳରୁ ୨ ଟି ବାଇକ୍ ଜବତ କରାଯାଇଛି। ଜିତେନ୍ଦ୍ରକୁ ଅଟକ ରଖି ପୁଲିସ ପଚରାଉଚରା କରିବା ସହ ଫେରାର ଥିବା ଅନ୍ୟ ଦୁଇ ସହଯୋଗୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି।

ଆହୁରି ପଢନ୍ତୁ- ରଥରେ ଲାଗିଲା ଧୂଳିଦଣ୍ଡା, ଚକା ବେଦି ପଛରେ ରହିବ ପ୍ରଭା

How Did the Malini River Disappear from Puri's Grand Road?