ନୂଆଦିଲ୍ଲୀ,୨୩/୦୨; ଭାରତୀୟ ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ ବ୍ୟକ୍ତିଗତ ଜୀବନରେ ଅଲଗା ହୋଇ ସାରିଛନ୍ତି । ହେଲେ ପୁଅ ଅଗସ୍ତ୍ୟାଙ୍କ ଖୁସି ପାଇଁ କିଛି ବୁଝାମଣା କରନ୍ତି ନାହିଁ । ନିକଟରେ ଏହି ସମ୍ପର୍କର ଏକ ସୁନ୍ଦର ଝଲକ ଦେଖିବାକୁ ମିଳିଛି । ହାର୍ଦ୍ଦିକ ପାଣ୍ଡ୍ୟା ପୁଅ ଅଗସ୍ତ୍ୟ ଏବ ଏକ୍ସ ପତ୍ନୀ ନତାଶାଙ୍କୁ ଏକ ଦାମୀ କାର ଲ୍ୟାଣ୍ଡ ରୋଭର ଡିଫେଣ୍ଡର ଗିପ୍ଟ କରିଛନ୍ତି । ସୋସିଆଲ ମିଡିଆରେ ଏହି ଦାମୀ କାର ଡେଲିଭରୀର ଫଟୋ ସାମ୍ନାକୁ ଆସିଛି । ଫ୍ୟାନ୍ସ ହାର୍ଦ୍ଦିକଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।
କାର୍ ଗିପ୍ଟକୁ ଗ୍ରହଣ କରୁଛନ୍ତି ନତାଶା ଓ ଅଗସ୍ତ୍ୟ- ଶୋ' ରୁମ ଦ୍ୱାରା ସେୟାର କରାଯାଇଥିବା ଫଟୋଗୁଡିକରେ, ପାଣ୍ଡ୍ୟାଙ୍କ ପୁଅ ଅଗସ୍ତ୍ୟ ତାଙ୍କର ନୂଆ କଳା କାର ଦେଖି ଉତ୍ସାହିତ ହେଉଛନ୍ତି । ସେ କେତେବେଳେ କାର୍ ଭିତରକୁ ଚାହୁଁଛନ୍ତି ତ ପୁଣି କେତେବେଳେ ଏହାକୁ ଛୁଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ନତାଶା ଡିଲରସିପ କର୍ମଚାରୀଙ୍କଠାରୁ ଗିଫ୍ଟ ହାମ୍ପର ଗ୍ରହଣ କରୁଛନ୍ତି । ସେ ବି ବେଶ୍ ଖୁସି ଥିବା ଦେଖିବାକୁ ମିଳିଛି । ହାର୍ଦ୍ଦିକ ଓ ନତାଶା ସ୍ୱାମୀ-ସ୍ତ୍ରୀ ଭାବେ ଅଗଲା ହୋଇଥିଲେ ବି ପରସ୍ପରକୁ ଜଣେ ପିତାମାତା ଭାବେ ସମ୍ମାନ କରନ୍ତି ।
ବାହୁବଳୀ ଲ୍ୟାଣ୍ଡ ରୋଭଲ ଡିଫେଣ୍ଡର କେବଳ ଏକ କାର ନୁହେଁ ବରଂ ଏକ ଷ୍ଟେଟର୍ସ ପ୍ରତୀକ । ଏହା ରାସ୍ତାରେ ଯେତିକି ଶକ୍ତିଶାଳୀ, ସେତିକି ଦ୍ରୁତ । ଏହାର ଶକ୍ତିଶାଳୀ ଅକ୍ଟା ଭାରିଆଣ୍ଟରେ ଏକ ବିଏମଡବ୍ଲୁ ଇଞ୍ଜିନ ଅଛି ଯାହା ୬୩୫ ଭିଏଚପି ଉତ୍ପାଦନ କରେ । ଏହାର ଗତି ବିଶାଳ ଏସୟୁଭି ମାତ୍ର ୩.୮ ସେକେଣ୍ଡରେ ୦ରୁ ୧୦୦ କିଲୋମିଟର ଘଣ୍ଟାପ୍ରତି ବେଗରେ ଗତି କରେ । ଶ୍ରେଷ୍ଠ ମଡେଲ ପାଇଁ ଏହାର ଏକ୍ସ-ଶୋରୁମ ମୂଲ୍ୟ ୧.୨୬ କୋଟିରୁ ୨.୫୯ କୋଟି ପର୍ଯ୍ୟନ୍ତ ରହିଛି । ଏଥିରେ ବଡ଼ ଟଚସ୍କ୍ରିନ, ସାଉଣ୍ଡ ସିଷ୍ଟମ ଏବଂ ଆରାମଦାୟକ ଏୟାର ସିଟ୍ ରହିଛି । ସୁରକ୍ଷା ପାଇଁ ୬ଟି ଏୟାରବ୍ୟାଗ୍ ଏବଂ ୩୬୦ ଡିଗ୍ରୀ କ୍ୟାମେରା ରହିଛି । ନତାଶା ଏବଂ ପୁଅ ଅଗସ୍ତ୍ୟଙ୍କୁ ଏହି କାର୍ ଗିପ୍ଟ ଦେଇ ହାର୍ଦ୍ଦିକ ପ୍ରମାଣ କରିଛନ୍ତି ପୁଅର ସୁଖ-ଖୁସି ତାଙ୍କର ପ୍ରଥମ ପ୍ରାଥମିକତା । ବର୍ତ୍ତମାନ ହାର୍ଦ୍ଦିକ ଟି-ଟ୍ୱେଣ୍ଟି ବିଶ୍ୱକପ ଖେଳରେ ବ୍ୟସ୍ତ ଅଛନ୍ତି । ଗତକାଲି ସାଉଥ ଆଫ୍ରିକା ବିପକ୍ଷରେ ୧୮ ରନ୍ କରିଥିଲେ ।
ଏହା ବି ପଢନ୍ତୁ...ଭାରତ-ଦ.ଆଫ୍ରିକା ମ୍ୟାଚରେ ହାଇଭୋଲ୍ଟେଜ ଡ୍ରାମା; ମିଲର-ୱାସିଂଟନଙ୍କ ମଧ୍ୟରେ ଭୟଙ୍କର ଝଗଡା, ଜାଣନ୍ତୁ କ'ଣ ହେଲା ?