ନୂଆଦିଲ୍ଲୀ,୨୩/୦୨; ଚଳିତ ଟି-୨୦ ବିଶ୍ୱକପର ସୁପର ୮ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାର ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିଥିଲା । ଏହି ମ୍ୟାଚ୍ ସମୟରେ ହାଇଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳିଥିଲା । ଭାରତୀୟ ଅଫ୍-ସ୍ପିନ୍ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଏବଂ ଡେଭିଡ୍ ମିଲରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ୱାସିଂଟନ ସୁନ୍ଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାର ଇନିଂସର ୧୪ତମ ଓଭର ବୋଲିଂ କରିଥିଲେ । ଏହି ଓଭର ପରେ, ଡ୍ରିଙ୍କସ୍ ବ୍ରେକ୍ ହୋଇଥାଏ । ଏତିକି ବେଲେ ମିଲର ଏବଂ ସୁନ୍ଦରଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହୋଇଥିବା ଦେଖିବାକୁ ମିଳିଥିଲା । ହୁହେଁ ଏକଦମ ରାଗ ମୁଡରେ ଥିଲେ । କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।

ସୂର୍ଯ୍ୟ ଏବଂ ଅମ୍ପାୟାରଙ୍କ ହସ୍ତକ୍ଷେପ- ଡେଭିଡ୍ ମିଲର ରାଗି ଯାଇଥିଲେ । ୱାଶିଂଟନ୍ ସୁନ୍ଦର ତାଙ୍କ ମନ୍ତବ୍ୟର ଜବାବ ଦେଉଥିଲେ । ଏହି ସମୟରେ, ଅମ୍ପାୟାର ଏବଂ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ହସ୍ତକ୍ଷେପ କରିଥିଲେ । ଉପ-ଅଧିନାୟକ ଅକ୍ଷର ପଟେଲଙ୍କୁ ବାଦ ଦିଆଯିବା ପରେ ୱାଶିଂଟନ୍ ସୁନ୍ଦରଙ୍କୁ ଏହି ମ୍ୟାଚ୍ରେ ସୁଯୋଗ ଦିଆଯାଇଥିଲା । ସେ ବଲ୍ ସହ ସେପରି କିଛି ଚମତ୍କାର କରିପାରିନଥିଲେ । ୨ଟି ଓଭର ବୋଲିଂ କରି ୧୭ ରନ୍ ଦେଇଥିଲେ । ବ୍ୟାଟିଂରେ ବି ନିରାଶ କରିଥିଲେ ।

ମ୍ୟାଚ୍ ସମୟରେ ସୁନ୍ଦରଙ୍କ ରାଗ ସ୍ପଷ୍ଟ ଭାବେ ଦେଖାଯାଉଥିଲା । ସେ ବାରମ୍ବାର ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ, ଦକ୍ଷିଣ ଆଫ୍ରିକାର ବ୍ୟାଟର ଡେଭିଡ୍ ମିଲର ନନ୍-ଷ୍ଟ୍ରାଇକର ଏଣ୍ଡରେ କ୍ରିଜ୍ ପାଖରେ ଠିଆ ହୋଇଛନ୍ତି । ଏହି ଘଟଣା ୧୪ତମ ଓଭରର ଶେଷରେ ଘଟିଥିଲା, ଯେତେବେଳେ ଟ୍ରିଷ୍ଟାନ୍ ଷ୍ଟବ୍ସ ଷ୍ଟ୍ରାଇକରେ ଥିଲେ ଏବଂ ମିଲର ନନ୍-ଷ୍ଟ୍ରାଇକର ଏଣ୍ଡରେ ଥିଲେ । ସୁନ୍ଦର ବୋଲିଂ ବନ୍ଦ କରି ମିଲରଙ୍କ ସ୍ଥିତିକୁ ଇଙ୍ଗିତ କରିଥିଲେ । ଓଭର ପରେ, ମିଲର ଭାରତୀୟ ଖେଳାଳିଙ୍କ ଆଡ଼କୁ ଚାଲିକି ଯାଇଥିଲେ ଏବଂ ହୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ।

Heated Words Exchanged Between Miller And Washington Sundar 🌶️

Both are usually the calmest on the field, but this time even they couldn’t keep their cool 🔥

pic.twitter.com/QxsFiBhXkp

ଭାରତକୁ ୧୮୮ ରନର ଟାର୍ଗେଟ ମିଳିଥିଲା- ମ୍ୟାଚ୍ ବିଷୟରେ କହିବାକୁ ଗଲେ, ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୧୮୭ ରନ୍ କରିଥିଲା। ଭାରତୀୟ ଦଳ ବଲ୍ ସହିତ ଏକ ଚମତ୍କାର ଆରମ୍ଭ କରିଥିଲା । ପ୍ରଥମ ୪ ଓଭର ମଧ୍ୟରେ, ଦକ୍ଷିଣ ଆଫ୍ରିକାର ଶୀର୍ଷ ତିନି ବ୍ୟାଟର ୨୦ ରନ୍ କରି ଆଉଟ୍ ହୋଇଥିଲେ । ସେଠାରୁ, ଡେଭିଡ୍ ମିଲର୍ ଏବଂ ଡେୱାଲ୍ଡ ବ୍ରେଭିସ୍ ଇନିଂସକୁ ସ୍ଥିର କରିଥିଲେ । ସେମାନେ ଦଳକୁ ୧୦୦ ଅତିକ୍ରମ କରାଇଥିଲେ । ଏହି ଯୋଡ଼ି ୫୦ ବଲ୍ ରେ ୯୭ ରନ୍ ର ଭାଗୀଦାରୀ କରି ଦକ୍ଷିଣ ଆଫ୍ରିକାକୁ ସଙ୍କଟରୁ ଉଦ୍ଧାର କରିଥିଲେ ।

ମିଲର ୬୩ ରନ କରିଥିଲେ- ଡିୱାଲ୍ଡ ବ୍ରେଭିସ୍ ଅର୍ଦ୍ଧଶତକରୁ ବଞ୍ଚିତ ହୋଇ ୪୫ ରନ୍ କରି ଆଉଟ୍ ହୋଇଥିଲେ । ଡେଭିଡ୍ ମିଲର୍ ମାତ୍ର ୨୬ ବଲ୍ରେ ନିଜର ୫୦ ରନ୍ ପୂରଣ କରିଥିଲେ । ୩୫ ବଲ୍ରେ ୬୩ ରନ୍ କରିବା ପରେ ମିଲର୍ ବରୁଣ ଚକ୍ରବର୍ତ୍ତୀଙ୍କ ଶିକାର ହୋଇଥିଲେ । ସେ ୭ ଚୌକା ଏବଂ ୩ ଛକା ମାରିଥିଲେ । ଭାରତ ପାଇଁ ଜସପ୍ରିତ ବୁମରାହ ୪ ଓଭରରେ ୧୫ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। ମିଲର୍ଙ୍କ ୱିକେଟ୍ ପଡ଼ିବା ପରେ ଭାରତ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲା । ତଥାପି, ଶେଷ ଓଭରରେ ଟ୍ରିଷ୍ଟାନ୍ ଷ୍ଟବ୍ସ ୨୦ ରନ୍ କରି ଦକ୍ଷିଣ ଆଫ୍ରିକାକୁ ୧୮୭ ରନ୍ ରେ ପହଞ୍ଚାଇଥିଲେ ।

ଏହା ବି ପଢନ୍ତୁ...​​​​​​​ଭାରତ ଖେଳୁଥିଲା, ଭାଷ୍ୟକାର ସାଜିଲେ ଗୁଗୁଲ ସିଇଓ ସୁନ୍ଦର ପିଚାଇ