ନୂଆଦିଲ୍ଲୀ, ୧୨/୦୩ : ଅଡ଼ୁଆରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର। ଟି-୨୦ ବିଶ୍ଵକପ୍ ବିଜୟ ପରେ ଜାତୀୟ ପତାକାକୁ ଅପମାନ ଅଭିଯୋଗ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁରେ ଏଫଆଇଆର ରୁଜୁ। ରବିବାର ଅହମଦାବାଦରେ ବିଶ୍ଵକପ୍ ବିଜୟ ସେଲିବ୍ରେସନ ବେଳେ ପାଣ୍ଡ୍ୟା ଜାତୀୟ ପତାକାକୁ ଅପମାନ କରିଥିବା ନେଇ ପୁଣେର ଜଣେ ଓକିଲ ଶିବାଜୀ ନଗର ଥାନାରେ ଅଭିଯୋଗ କରିଛନ୍ତି। ହାର୍ଡ ରିଚ୍ ପାଣ୍ଡ୍ୟାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଇଣ୍ଡିଆନ୍ ଟିମ୍ ମ୍ୟାଚ୍ ପରେ ପୁରା ସେଲିବ୍ରେସନ୍ ମୁଡ୍ ରେ ଥିଲେ। ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ତ୍ରିରଙ୍ଗାକୁ ନିଜ କାନ୍ଧରେ ଘୋଡାଇ ହୋଇ ମଇଦାନରେ ଦୌଡ଼ି ଦୌଡ଼ି ନାଚୁଥିଲେ। ସେ ଖୁସିରେ ଏମିତି ମଗ୍ନ ହୋଇଯାଇଥିଲେ ଯେ ତାଙ୍କ ପ୍ରେମିକା ମହିକା ଶର୍ମାଙ୍କ ସହ ମଞ୍ଚ ଉପରେ ଖୁସିରେ ଗଡ଼ି ଯାଇଥିଲେ। ହେଲେ କାନ୍ଧରୁ ତ୍ରିରଙ୍ଗା ଖୋଲିବାକୁ ଭୁଲି ଯାଇଥିଲେ। ୧୯୭୧ ରାଷ୍ଟ୍ରୀୟ ଧ୍ଵଜା ଅଧିନିୟମର ଧାରା ୨ ଅନୁଯାୟୀ, ଜାତୀୟ ପତାକା ପ୍ରତି ଏହା ଅପମାନ। ହାର୍ଡ ହିଟିଂ ପାଣ୍ଡ୍ୟାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ସାବଧାନତାର ସହ ଜାତୀୟ ପତାକା ଧରିବାକୁ ହାର୍ଦ୍ଦିକଙ୍କ ପ୍ରଶଂସକମାନେ କହିଛନ୍ତି।
ଏହି ଖବରଟିକୁ ପଢନ୍ତୁ- ପୁରୁଣା ସଂଯୋଗ, ଏଥର ଟ୍ରଫି ଜିତିବ ତ ମୁମ୍ବାଇ ଇଣ୍ଡିଆନ୍ସ ?