ନୂଆଦିଲ୍ଲୀ, ୧୧/୩ : ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବର ଧନୀ କ୍ରିକେଟ ଲିଗ୍ ଆଇପିଏଲ । ୨୦ ମ୍ୟାଚ୍ ପାଇଁ ସୂଚୀ ପ୍ରକାଶ ପାଇଛି । ୪ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ୧୫ ଦିନ ପାଇଁ ସୂଚୀ ପ୍ରକାଶ ପାଇଛି । ତେବେ ଏହି ସୂଚୀ ଅନୁସାରେ ମୁମ୍ବାଇ ଚାମ୍ପିୟନ ହେବାର ଆଶା କରାଯାଉଛି । କାରଣ ୧୮ ବର୍ଷ ପୂର୍ବେ ଏଭଳି ହୋଇଥିଲା ଆଉ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ ହୋଇଥିଲା ।

 

ସୂଚୀ ଅନୁସାରେ ଉଦଘାଟନୀ ମ୍ୟାଚରେ ବାଙ୍ଗାଳୋର ଏବଂ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ତେବେ ୨୦୧୭ ମସିହାରେ ଏଭଳି ହୋଇଥିଲା । ଉଦଘାଟନୀ ମ୍ୟାଚରେ ହାଇଦ୍ରାବାଦ ଏବଂ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିଲା ଆଉ ମୁମ୍ବାଇ ଚାମ୍ପିୟନ ହୋଇଥିଲା । ଆଉ ଏବେ ଏଭଳି ହେବାକୁ ଯାଉଛି ଏଣୁ ମୁମ୍ବାଇ ଚାମ୍ପିୟନ ହେବ କି ବୋଲି ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଛି ।

ସେପଟେ ସପ୍ତମଥର ପାଇଁ ବାଙ୍ଗାଲୋର ଉଦଘାଟନୀ ମ୍ୟାଚ ଖେଳିବ । ଚେନ୍ନାଇ ସର୍ବାଧିକ ୯ଥର ଉଦଘାଟନୀ ମ୍ୟାଚ୍ ଖେଳିଛି । ଆଇପିଏଲ ଇତିହାସରେ ଏହା ଦ୍ବିତୀୟଥର ପାଇଁ ହେବାକୁ ଯାଉଛି ମୁମ୍ବାଇ ଏବଂ ଚେନ୍ନାଇ ଉଦଘାଟନୀ ମ୍ୟାଚ ଖେଳିବେ ନାହିଁ । ୨୦୨୫ ମସିହାରେ କେକେଆର ଏବଂ ଆରସିବି ଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯାଇଥିଲା । ଏବଂ ୨୦୨୬ ମସିହାରେ ଆରସିବି ଏବଂ ଏସଆରଏଚ ମଧ୍ୟରେ ଖେଳାଯିବ । ସେପଟେ ରାଜସ୍ଥାନ, ପଞ୍ଜାବ ଏବଂ ଲକ୍ଷ୍ନୌ କେବେ ମଧ୍ୟ ଉଦଘାଟନୀ ମ୍ୟାଚ ଖେଳିନାହାନ୍ତି ।

ଏହାସହ ପଢ଼ନ୍ତୁ : ୨୦ ମ୍ୟାଚ୍ ପାଇଁ ଘୋଷଣା ହେଲା ଆଇପିଏଲ ସୂଚୀ