ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ତଥା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହୋଇଯାଇଛି କି ଡିଲେଟ୍ ? ସର୍ଚ୍ଚ କଲେ ଏହି ଖେଳାଳିଙ୍କ ପେଜ୍ ଖୋଲୁନି । ସର୍ଚ୍ଚ କଲେ ହାର୍ଦ୍ଦିକଙ୍କ ପେଜରେ ଲେଖାଯାଉଛି କି, ଦୁଃଖୀତ ଏହି ପେଜ୍ ଉପଲବ୍ଧ ନାହିଁ । ଅନେକଥର ସର୍ଚ୍ଚ କରିବା ପରେ ମଧ୍ୟ ଏଭଳି ଦେଖାଉଛି । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ପେଜ୍ ନଖୋଲିବା ପରେ ପ୍ରଶ୍ନ ଉଠିଛି କି, ହାର୍ଦ୍ଦିକଙ୍କ ପେଜ୍ ଡିଲେଟ୍, ହ୍ୟାକ୍ କିମ୍ବା ସସପେଣ୍ଡ ହୋଇଯାଇଛି କି ? ତେବେ ଏନେଇ ଏଯାବତ କୌଣସି ଠୋସ୍ ପ୍ରମାଣ ମିଳିନାହିଁ । କିନ୍ତୁ ୟୁଜର୍ସମାନେ ପାଣ୍ଡ୍ୟାଙ୍କ ପେଜ୍ ସର୍ଚ୍ଚ କରିବା ପରେ ଏହାକୁ ସ୍କ୍ରିନସଟ ମାରି ସୋସିଆଲ ମିଡିଆାର ପୋଷ୍ଟ କରୁଛନ୍ତି । ଯାହାକୁ ଭିନ୍ନ ଭିନ୍ନ ୟୁଜର୍ସମାନେ ଅଲଗା ଅଲଗା କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଇନଷ୍ଟାଗ୍ରାମ ପେଜରେ ୪୦ ମିଲିୟନରୁ ଅଧିକ ଫଲୋର୍ସ ରହିଛନ୍ତି । କିନ୍ତୁ ଏବେ ପେଜ୍ ଖୋଲୁନାହିଁ । ତେବେ ଏଭଳି ଅନେକ ବଡ଼ ବଡ଼ ୟୁଜର୍ସଙ୍କ ଆକାଉଣ୍ଟ ଏଭଳି କିଛି ସମୟ ପାଇଁ ଦେଖାଏ ଏବଂ ପରେ ପୁଣି ରିକୋଭରି ହୋଇଯାଏ । ଯାହାକି ପୂର୍ବରୁ ମଧ୍ୟ ଦେକିବାକୁ ମିଳିଛି । ତେବେ ପାଣ୍ଡ୍ୟାଙ୍କ ପେଜ ମଧ୍ୟ ପୁଣି ଫେରିଆସିବ ବୋଲି ଆଶା ରଖିଛନ୍ତି ତାଙ୍କ ଫ୍ୟାନ୍ସମାନେ ।

ସେପଟେ ଚଳିତବର୍ଷ ଆରମ୍ଭରୁ ଏଭଳି ଟିମ ଇଣ୍ଡିଆର ନିର୍ଭରଯୋଗ୍ୟ ଖେଳାଳି ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ଏଭଳି ଉଡ଼ି ଯାଇଥିଲା । ଯାହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ମାତ୍ର ପରେ ସେ ନିଜର ଆକାଉଣ୍ଟକୁ ରିକୋଭରି କରିଥିଲେ ଏବଂ ପୁରୁଣା ପେଜକୁ ଫେରିପାଇଥିଲେ । ଆଉ ଏବେ ହାର୍ଦ୍ଦିକଙ୍କ ଆକାଉଣ୍ଟ ଏଭଳି ହୋଇଛି । ଚଳିତ ଆଇପିଏଲରେ ହାର୍ଦ୍ଦିକଙ୍କ ଅଧିନାୟକତ୍ବରେ ମୁମ୍ବାଇ ଖରାପ ପ୍ରଦର୍ଶନ କରିଥିଲା । ଯାହାକୁ ନେଇ ପାଣ୍ଡ୍ୟାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।

ଏହାସହ ପଢ଼ନ୍ତୁ : ଭଉଣୀ କହିଲେ ଗୁମର କଥା: ଯୌତୁକରେ ସ୍କର୍ପିଓ ପାଇଁ ମାନସିକ ନିର୍ଯାତନା ଦେଇ ମାରିଦେଲେ...