ନୂଆଦିଲ୍ଲୀ: ପୁଣି ଯୌତୁକ ନିର୍ଯାତନାରେ ଜଳିଲେ ଆଉ ଜଣେ । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାକୁରଗଞ୍ଜରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ମାତ୍ର ୬ ମାସ ତଳେ ବିବାହ କରିଥିବା ଯୁବତୀଙ୍କ ମୃତ୍ୟୁ ଏବେ ଖବରର ଶିରୋନାମା ପାଲଟିଛି । ଯୌତୁକ ପାଇଁ ପାଇଁ ସେ ଆତ୍ମହତ୍ୟା କରିଛନ୍ତି । ତାଙ୍କ ବାପଘର ଲୋକେ ଶାଶୁଘର ଲୋକଙ୍କ ନାଁରେ ଅଭିଯୋଗ କରିବା ପରେ ସ୍ବାମୀଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ଅଟକ ରଖିଛି ପୁଲିସ । ତେବେ ୧୨ ଘଣ୍ଟା ମଧ୍ୟରେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିବାବେଳେ ଏହାକୁ ସହି ନପାରି ଜୀବନ ହାରିଥିବା ଅଭିଯୋଗ କରିଛନ୍ତି ମୃତ ଶ୍ବେତାଙ୍କ ଭଉଣୀ ।

ଶ୍ବେତାଙ୍କ ବିବାହ ଶିବମଙ୍କ ସହ ୬ ମାସ ତଳେ ହୋଇଥିଲା । ଶିବମ ଜଣେ ଲ୍ୟାବ ଅପରେଟର । ତେବେ ବିବାହ ଦିନରୁ ସେମାନେ ଯୌତୁକ ପାଇଁ ଝଗଡ଼ା କରିଆସୁଥିଲେ । ବିବାହ ଦିନ ମଧ୍ୟ ମଣ୍ଡପରେ ଦାବି କରିଥିଲେ । ମାତ୍ର ଏହା ଧିରେ ଧିରେ ଠିକ୍ ହୋଇଯିବ ବୋଲି ଭାବୁଥିଲେ । ମାତ୍ର ଶ୍ବେତା ଗୋଟିଏ ଦିନ ବି ତାଙ୍କ ଘରେ ଶାନ୍ତିରେ ରହିପାରିନଥିଲେ । ସ୍କର୍ପିଓ ଏବଂ ଟଙ୍କା ପାଇଁ ଶାଶୁଘର ଲୋକେ ପ୍ରତିଦିନ ମାନସିକଭାବେ ନିର୍ଯାତନା ଦେଇ ଆସୁଥିଲେ । ଯେଉଁ କାରଣରୁ ସେ ଚିନ୍ତିତ ଥିବା ପ୍ରକାଶ କରିଥିଲେ ।

ଶ୍ବେତାଙ୍କ ମାଆ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଅପରେସନ ହୋଇଥିବାବେଳେ ମାଆଙ୍କ ପାଖକୁ ଯତ୍ନ ନେବା ପାଇଁ ଯାଇଥିଲେ । ମାତ୍ର ଗତ ରବିବାର ଶାଶୁଘର ଲୋକେ ମେଡିକାଲକୁ ଯାଇ ଜୋରଜବରଦସ୍ତ ନେଇ ଆସିଥିଲେ । ପରେ ସୋମବାର ଶ୍ବେତା ତାଙ୍କ ଭଉଣୀଙ୍କୁ ଫୋନ କରି କହିଥିଲେ କି, ମୁଁ ମାଆଙ୍କୁ ଦେଖା କରିବାକୁ ଚାହେଁ । ମୋତେ ଆସି ଘଣ୍ଟେ ଭିତରେ ନେଇଯାଅ । ନହେଲେ ଆଉ ମୋତେ ଦେଖିପାରିବ ନାହିଁ । ପରିବାର ଲୋକେ ତରବର ହୋଇ ଆଣିବା ପାଇଁ ବାହାରୁଥିବାବେଳେ ମାତ୍ର ୧୦ ମିନିଟରେ ଫୋନ ଆସିଥିଲା କି, ଶ୍ବେତା ଆଉ ନାହାନ୍ତି ।

ଶ୍ବେତାଙ୍କ ଭୁଣୀ କହିଛନ୍ତି କି, ଆମେ ଏହି ଖବର ପାଇ ଉଭଣୀର ଶ୍ବଶୁରଘରେ ପହଞ୍ଚିଥିଲୁ । ହେଲେ ସେଠାରେ ପାଇନଥିଲୁ । ମାତ୍ର ଆମେ ସ୍ଥାନୀୟ ମେଡିକାଲରେ ପହଞ୍ଚିଥିବାବେଳେ ସେଠାରେ ଏକ ଷ୍ଟେ୍ରଚରରେ ମୃତଦେହ ପାଇଥିଲୁ । ଦେହରେ କୌଣସି ଚିହ୍ନ ନଥିବାବେଳେ ଗୋଡ଼ରେ ଫୋଟକା ଥିଲା । ତେବେ ସେମାନେ ନିର୍ଯାତନା ଦେଇ ଦେଇ ମୋ ଉଭଣୀକୁ ମାରି ଦେଇଛନ୍ତି । ବାରମ୍ବାର ଯୌତୁକ ପାଇଁ ଦାବି କରି ଆସୁଥିଲେ । ଆମେ ସକ୍ଷମ ଅନୁସାରେ ଦେଇଥିଲୁ । କିନ୍ତୁ ସେମାନେ ବାରମ୍ବାର ନିର୍ଯାତନା ଦେଇ ଆସୁଥିଲେ । ଭିଣୋଇଙ୍କୁ ପ୍ରଥମେ ଭଲ ଭାବିଥିଲୁ । କିନ୍ତୁ ସେ ମୁଖ୍ୟ ଥିଲେ ଭଉଣୀକୁ ନିର୍ଯାତନା ଦେବାରେ ।

ଏହାସହ ପଢ଼ନ୍ତୁ : ସ୍ତ୍ରୀର ଅବୈଧ ସମ୍ପର୍କ ଦେଖିଦେଲା ସ୍ବାମୀ, ପ୍ରେମିକ ସହ ମିଶି ଖଟରେ ବାନ୍ଧି ନିଆଁ ଲଗାଇଲା ସ୍ତ୍ରୀ