କଂଗ୍ରେସ ଛାଡିବା ପରେ କଣ ହାର୍ଦ୍ଦିକ ପଟେଲଙ୍କ ଯୋଜନା, କେଉଁ ଦଳକୁ ଯିବେ

ଗୁଜୁରାଟ, ୧୯।୫ କଂଗ୍ରେସରୁ ଇସ୍ତଫା ଦେବା ପରେ ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ କଣ ଯୋଜନା। କେଉଁ ଦଳକୁ ସେ ଯିବେ ତାହାକୁ ନେଇ ଚର୍ଚ୍ଚା ଚାଲିଛି।ତେବେ ଏହି ଚର୍ଚ୍ଚା ଭିତରେ ସେ ଗୁରୁବାର କହିଛନ୍ତି ଯେ ବିଜେପି ଏବଂ ଆପରେ ସାମିଲ ହେବା ନେଇ ସେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।
ଏଥିସହ ସେ କହିଛନ୍ତି ଯେ କଂଗ୍ରେସରେ କୌଣସି ଦୃଷ୍ଟିକୋଣ ନାହିଁ। ପାର୍ଟିର ନେତା ଗୁଜୁରାଟୀ ଲୋକଙ୍କ ସହ ପକ୍ଷପାତ କରୁଛନ୍ତି। ଗୁଜୁରାଟରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବ। ପଟେଲ ବୁଧବାର କଂଗ୍ରେସ ସଦସ୍ୟରୁ ଇସ୍ତଫା ଦେବା ଅବସରରେ କହିଥିଲେ ଯେ ପାର୍ଟିର ଶୀର୍ଷ ନେତାଙ୍କ ଧ୍ୟାନ ନିଜ ମୋବାଇଲ ଫୋନ ଉପରେ ରହୁଛି। ବର୍ତ୍ତମାନ ସୁଦ୍ଧା ଅନ୍ୟ ରାଜନୈତିକ ଦଳ ଭାଜପା ଓ ଆପରେ ସାମିଲ ହେବାର କୌଣସି ନିଷ୍ପତ୍ତି ନେଇ ନାହିଁ।
ଗୁଜୁରାଟ କଂଗ୍ରେସରେ ଜାତୀୟ ରାଜନୀତି ବହୁତ ହେଉଛି। କଂଗ୍ରେସରେ ଯୋଗ ଦେଇ ୩ ବର୍ଷ ବରବାଦ କରିଛି ବୋଲି ପଟେଲ କହିଥିଲେ। ୨୦୨୦ ଜୁଲାଇରେ ପଟେଲଙ୍କୁ ପ୍ରଦେଶ କଂଗ୍ରେସର କାର୍ଯ୍ୟବାହ ଅଧ୍ୟକ୍ଷ କରାଯାଇଥିଲା।