ପ୍ରମୂଖ ଖବର

ବଲିଉଡରେ ଏଣ୍ଟ୍ରି କରିବେ ବ୍ରହ୍ମାଣ୍ଡ ସୁନ୍ଦରୀ ହର୍‌ନାଜ, ‘ବାଗି-୪’ ରେ ଆସିବେ ନଜର

Published By : Krishna Priya | December 13, 2024 8:41 AM

ମୁମ୍ବାଇ ୧୩/୧୨: ଟାଇଗର ଶ୍ରଫ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବାଗି-୪’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିବେ ୨୦୨୧ ମସିହା ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ ସନ୍ଧୁ । ଫିଲ୍ମମେକର ନିକଟରେ ସୋନମ ବାଜୱା ଓ ସଞ୍ଜୟ ଦତ୍ତଙ୍କ ଏଣ୍ଟ୍ରି ବିଷୟରେ ସ୍ପଷ୍ଟ କରିଥିଲେ । ଏବେ ନିର୍ମାତା ସୋସିଆଲ ମିଡିଆରେ ଏକ ପୋଷ୍ଟ୍‌ ଶେୟାର କରି ହରନାଜଙ୍କ ଏଣ୍ଟ୍ରିରେ ମୋହର ମାରିଛନ୍ତି । ପୋଷ୍ଟ୍‌ରେ କ୍ୟାପ୍‌ସନ ରହିଛି ‘ମିସ୍‌ ୟୁନିଭର୍ସରୁ ବାଗି ୟୁନିଭର୍ସରେ ହରନାଜ କୌରଙ୍କୁ ସ୍ୱାଗତ ।’ ଫିଲ୍ମ ଟିମ୍‌ ହରନାଜଙ୍କ ନାଁ ଦେଇଛନ୍ତି ରିବେଲ ଲେଡି । ହରନାଜ ଏହା ପୂର୍ବରୁ ୨୦୨୨ରେ ମୁକ୍ତିପ୍ରାପ୍ତ ପଞ୍ଜାବୀ ଫିଲ୍ମ ‘ବାଈ ଜୀ କୁଟୁଙ୍ଗେ’ ଓ ୨୦୨୩ରେ ମୁକ୍ତିପ୍ରାପ୍ତ ‘ୟାରାଂ ଦିୟାଂ ପୌ ବାରାଂ’ରେ ନଜର ଆସିଥିଲେ । 



ସାଜିଦ ନାଦିଆଦୱାଲାଙ୍କ ପ୍ରଯୋଜନାରେ ନିର୍ମାଣାଧୀନ ‘ବାଗି୪’ର ପୋଷ୍ଟର୍‌ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଛି । ପ୍ରଥମ ପୋଷ୍ଟର୍‌ ଗତ ନଭେମ୍ବର ୧୮ ତାରିଖରେ ରିଲିଜ୍‌ ହୋଇଥିଲା । ଏଥିରେ ଟାଇଗର ଶ୍ରଫ୍‌ଙ୍କ ଭୟଙ୍କର ଲୁକ୍‌ ଦେଖିବାକୁ ମିଳିଥିଲା । ‘ବାଗି’ର ପ୍ରଥମ ଭାଗ ୨୦୧୬ ମସିହାରେ ରିଲିଜ୍‌ ହୋଇଥିଲା । ଏଥିରେ ଟାଇଗର ଶ୍ରଫ୍‌ ଓ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ବକ୍ସ ଅଫିସ୍‌ରେ ଏହା ଭଲ ବ୍ୟବସାୟ କରିଥିଲା । ଫିଲ୍ମର ୨ୟ ଭାଗ ୨୦୧୮ ଓ ୩ୟ ଭାଗ ୨୦୨୦ରେ ମୁକ୍ତିଲାଭ କରିଥିଲା । ୫ ବର୍ଷ ପରେ ୨୦୨୫, ସେପ୍ଟେମ୍ବର ୫ ତାରିଖରେ ‘ବାଗି୪’ ସିନେମାଘରକୁ ଆସିବ । ଏଥିରେ ଜିମି ଶେରଗିଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ବାଗି ୟୁନିଭର୍ସରେ ହରନାଜଙ୍କ ଏଣ୍ଟ୍ରି ଘୋଷଣା ପରଠୁ ତାଙ୍କ ବଲିଉଡ୍‌ ଡେବ୍ୟୁ ଖବରର ଶିରୋନାମା ହୋଇଛି । ଇଣ୍ଟର୍‌ନେଟ୍‌ରେ ଏବେ ସେ ଟ୍ରେଣ୍ଡ୍‌ କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.