ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଡେବ୍ୟୁ କରିବି ବୋଲି ଜାଣିବା ପରେ ଟିମ୍‌ ସାମ୍ନାରେ କାନ୍ଦି ପକାଇଥିଲି: ହର୍ଷିତ ରାଣା

Published By : Tapas Panda | November 23, 2024 11:30 PM

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପକ୍ଷରୁ ଡେବ୍ୟୁ କରିଥିବା ହର୍ଷିତ ରାଣା ପ୍ରଥମ ପାଳିରେ ୩ଟି ଓ୍ବିକେଟ ନେଇଛନ୍ତି । ବୁମରାଙ୍କ ପରେ ସେ ପର୍ଥରେ ଅଧିକ ଓ୍ବିକେଟ ନେଇଛନ୍ତି ।  କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳ ଆରମ୍ଭ ହେବା ପୂର୍ବରୁ ହର୍ଷିତ ରାଣା ଅପ୍ରସ୍ତୁତ ମନେ କରିଥିଲେ । ପର୍ଥ ଟେଷ୍ଟର ଦ୍ବିତୀୟ ଦିନରେ ଖେଳ ଶେଷ ହେବା ପରେ ହର୍ଷିତ ରାଣା କହିଛନ୍ତି, ଟିମ୍‌ ସାମ୍ନାରେ ହିଁ ତାଙ୍କୁ ଡେବ୍ୟୁ ନେଇ ଖବର ମିଳିଥିଲା । ଏହା ଶୁଣି ସେ ଭାବବିହ୍ବଳ ହୋଇପଡ଼ିଥିଲେ। ହର୍ଷିତଙ୍କ ବ୍ୟତୀତ ନୀତୀଶ ରେଡ୍ଡୀ ମଧ୍ୟ ଡେବ୍ୟୁ ମ୍ୟାଚ୍‌ ଖେଳୁଛନ୍ତି । 

ହର୍ଷିତ ରାଣା ପ୍ରଥମ ପାଳିରେ ଅଧିନାୟକ ଜସପୀତ ବୁମାରଙ୍କୁ ଖୁବ ସପୋର୍ଟ କରିଥିଲେ।  ପ୍ରଥମ ପାଳିରେ ବୁମରା ୫ଟି ଓ୍ବିକେଟ ନେଇଥିବା ବେଳେ ରାଣା ୩ଟି ଓ୍ବିକେଟ ନେଇଥିଲେ। ଅଷ୍ଟ୍ରେଲିଆକୁ ଭାରତ ୧୦୪ ରନ୍‌ରେ ଅଲଆଉଟ୍‌ କରିଛି।  ଏହା ପରେ ଦ୍ବିତୀୟ ଦିନରେ ଭାରତ ୨୧୮ ରନ୍‌ରେ ଆଗୁଆ ରହିଛି । ହର୍ଷିତ ରାଣା ୧୫.୨ ଓଭର ବୋଲିଂ କରି ୪୮ ରନ୍‌ ଦେବା ସହ ୩ ଟି ଓ୍ବିକେଟ ଅକ୍ତିଆର କରିବାରେ ସଫଳ ହୋଇଥିଲେ । 

ଦ୍ରୁତ ବୋଲର ରାଣା କହିଛନ୍ତି, ଡେବ୍ୟୁ କରିବା ନେଇ ଖବର ମିଳିବା ପରେ ସେ ରାତିରେ ଶୋଇପାରି ନଥିଲେ। ଯେବେ ତାଙ୍କୁ କୁହାଗଲା କି ସେ ଟେଷ୍ଟ ଖେଳିବେ, ସେ ଟିମ୍‌ର ବୈଠକରେ ହିଁ କାନ୍ଦି ପକାଇଥିଲେ ବୋଲି ୨୨ ବର୍ଷୀୟ ରାଣା କହିଛନ୍ତି । ହର୍ଷିତ ରାଣା କହିଛନ୍ତି, ‘ହଁ, ମୁଁ ଡେବ୍ୟୁ କରିବା କଥା ଜାଣିବା ପରେ ରାତିରେ ଶୋଇପାରି ନଥିଲି।  ସକାଳେ ମୋ ଭିତରେ ଭୟ ନଥିଲା ବୋଲି କହିପାରିବି ନାହିଁ । ପ୍ରଥମ ଦିନ ମୋତେ ନର୍ଭସ ଲାଗିଥିଲା । କିନ୍ତୁ ଟିମ୍‌ ସାମ୍ନାରେ ଡେବ୍ୟୁ କଥା ଜାଣିବା ପରେ କାନ୍ଦି ପକାଇଥିଲି ।’ ସେ ଆହୁରି କହିଛନ୍ତି, ମୁଁ ଯେତେବେଳେ ପିଲା ଥିଲି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଦେଖିବାକୁ ମୋ ବାପାଙ୍କ ସହ ସକାଳୁ ଉଠୁଥିଲି । ସେତେବେଳେ ଏହା ମୋ ପାଇଁ ବହୁତ ବଡ଼ କଥା ଥିଲା ବୋଲି ହର୍ଷିତ ରାଣା କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.