• ଦିଲ୍ଲୀରେ ଥାଇ ୟୁନୁସଙ୍କୁ ଶେଖ ହସିନାଙ୍କ ଧମକ
  • ୟୁନୁସଙ୍କୁ ଜଣେ ହତ୍ୟାକାରୀ ଏବଂ ଫାସିବାଦୀ କହିଲେ
  • ବାଂଲାଦେଶର ଲୋକମାନେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି
  • ବାଂଲାଦେଶ ଏବେ ବଡ଼ ବିପଦରେ ଅଛି କହିଲେ ଶେଖ ହସିନା

ନୂଆଦିଲ୍ଲୀ : ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିସ୍ଫୋରକ ବୟାନ। ଦିଲ୍ଲୀରୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଏବଂ ବିରୋଧୀଙ୍କୁ ଦେଲେ ଚ୍ୟାଲେଞ୍ଜ। ସେ ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମ ‘ବାଂଲାଦେଶରେ ଗଣତନ୍ତ୍ରର ସୁରକ୍ଷା’ କାର୍ଯ୍ୟକ୍ରମରେ ଅଡିଓ କନଫରେନିଂ ମାଧ୍ୟମରେ ଭାଷଣ ଦେଇ ଥିଲେ। ସେ କହି ଥିଲେ- ମହମ୍ମଦ ୟୁନୁସଙ୍କୁ ଜଣେ ହତ୍ୟାକାରୀ ଏବଂ ଫାସିବାଦୀ। ଶେଖ ହସିନା କହି ଥିଲେ , ଦେଶରେ ହିଂସାକୁ ଉସୁକାଇ ଏହି ସରକାର ବାଂଲାଦେଶକୁ ଆତଙ୍କବାଦ ଏବଂ ଅପରାଧର ନିଆଁକୁ ପକାଉଛି।

ଶେଖ୍ ହସିନା କହି ଥିଲେ - ବାଂଲାଦେଶରେ ସାମ୍ପ୍ରଦାୟିକ ଶକ୍ତିମାନେ ପରିବେଶକୁ ନଷ୍ଟ କରି ଦେଇଛନ୍ତି। ଏକ ଉର୍ବର ଭୂମିକୁ ବନ୍ଧ୍ୟା କରି ଦେଇଛନ୍ତି। ଏବେ ବାଂଲାଦେଶର ଲୋକମାନେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଦେଶର ଶତ୍ରୁମାନେ ଏକ ବଡ଼ ଷଡ଼ଯନ୍ତ୍ର ରଚି ବଳ ପ୍ରୟୋଗ କରି ନିର୍ବାଚିତ ସରକାରଙ୍କୁ ଭାଙ୍ଗି ଦେଲେ। ଏହାପରେ ଦେଶରେ ଆଇନର ଶାସନ ଭୁଶୁଡ଼ି ପଡ଼ିଲା। ବାଂଲାଦେଶରେ ଗଣତନ୍ତ୍ର ଶେଷ ହୋଇ ଗଲା, ମାନବାଧିକାର ଉଲ୍ଲଂଘନ ହୋଇଛି। ଆଜି ସେଠାରେ ଯୁବତୀମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି। ସଂଖ୍ୟାଲଘୁଙ୍କୁ ବଞ୍ଚିବା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି।

ଜାତିସଂଘ ଉପରେ ଆମର ଭରସା ରହିଛି, ବୋର୍ଡ ଅଫ୍ ପିସ୍ ଦରକାର ନାହିଁ ; ଟ୍ରମ୍ପଙ୍କୁ ନାଟୋ ସାଥି ମଧ୍ୟ ଦେଖାଇଲା ଠେଙ୍ଗା

ସେ କହିଥିଲେ- ବାଂଲାଦେଶରେ ନ୍ୟାୟ ଏକ ମଜାକ ପାଲଟି ଯାଇଛି। ଏପରି ସଙ୍କଟ ସମୟରେ, ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ ଏକାଠି ହୋଇ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ।।ବିଦେଶୀଙ୍କ କାଠ ପୁତ୍ତଳିକା ପାଲଟି ଥିବା ସରକାରକୁ ହଟାଇବା ଜରୁରୀ ଏବଂ ବାଂଲାଦେଶରେ ଗଣତନ୍ତ୍ର ପ୍ରତିଷ୍ଠା କରିବା ଆବଶ୍ୟକ। ଯାହା ଦ୍ବାରା ଏହା ଏହାର ସ୍ୱାଧୀନତା ପାଇଁ ଦିଆ ଯାଇଥିବା ବଳିଦାନ ବ୍ୟର୍ଥ ଯିବ ନାହିଁ। ଶେଖ୍ ହସିନା କହିଥିଲେ, ଆମ ଦେଶ ସଙ୍କଟରେ ଅଛି। ଦୁର୍ନୀତି ଏବଂ ହିଂସାର ନିଆଁ ଏହାକୁ ଜଳାଉଛି।

ଆୱାମୀ ଲିଗ୍ ମୁଖ୍ୟ ଅଭିଯୋଗ କରିଛନ୍ତି ଯେ , ୫ ଅଗଷ୍ଟ, ୨୦୨୪ରେ କ୍ଷମତାରୁ ହଟାଇବା ପରଠାରୁ ବାଂଲାଦେଶର ଏକ ଏମିତି ‘ବିଶ୍ବାସଘାତକ ଷଡ଼ଯନ୍ତ୍ର’ର ସମ୍ମୁଖୀନ ହେଉଛି, ଯାହାର ଉଦ୍ଦେଶ୍ୟ ଦେଶର କ୍ଷେତ୍ରୀୟ ଅଖଣ୍ଡତାକୁ ବିପଦରେ ପକାଇବା। ସେ ଚେତାବନୀ ଦେଇ କହିଥିଲେ -ବାଂଲାଦେଶର ସାର୍ବଭୌମତ୍ୱ ଏବଂ ଏକତା ବିପଦରେ ଅଛି ଏବଂ ଆଜି ଏହା ଏକ ଏମିତି ରାଷ୍ଟ୍ରରେ ପରିଣତ ହୋଇଛି ଯିଏ ‘ରକ୍ତର ଲୁହ କାନ୍ଦୁଛି’।