PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

‘ସିର୍ଫ ଏକ ବନ୍ଦା କାଫି ହୈ ’ ବ୍ୟାନ୍‌ କରିବାକୁ ମନାକଲେ ହାଇକୋର୍ଟ,  ଆସାରାମଙ୍କ ପିଟିସନ ଖାରଜ

ଯୋଧପୁର – ମନୋଜ ବାଜପେୟୀଙ୍କ ଫିଲ୍ମ ସିର୍ଫ ଏକ ବନ୍ଦା କାଫି ହୈ କୁ ନେଇ ଶୁକ୍ରବାର ଆସିଛି ରାଜସ୍ଥାନ ହାଇକୋର୍ଟଙ୍କ ରାୟ । ମନୋଜ ବାଜପେୟୀଙ୍କ ଫିଲ୍ମ ସିର୍ଫ ଏକ ବନ୍ଦା କାଫି ହୈ  ଉପରେ ରୋକ୍‌ ଲଗେଇବାକୁ ଦାବି କରାଯାଇ ଥିବା ପିଟିସନକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ। ଫିଲ୍ମକୁ ୨୩ ମଇରେ ଓଟିଟି ପ୍ଲାଟଫର୍ମରେ ରିଲିଜ କରାଯାଇଥିଲା। ନାବାଳିକାଙ୍କ ସହ ଦୁଷ୍କର୍ମ କେସ୍‌ରେ ଆଜୀବନ କାରାଦଣ୍ଡ ସଜା କାଟୁଥିବା ଆସାରାମ ବାପୁ ନିଜର ଅନୁଗାମୀ ଓମ୍‌ ପ୍ରକାଶଙ୍କ ସହ ଫିଲ୍ମର ପ୍ରସାରଣ ଉପରେ ରୋକ୍‌ ଲଗେଇବାର ଦାବି କରି ଏକ ପିଟିସନ ଦାଖଲ କରିଥିଲେ ।

ବିଚାରପତି ଡ. ପୁଷ୍ପେନ୍ଦ୍ର ସିଂହ ଭାଟି ନିଜର ଆଦେଶରେ ଅନେକ ପ୍ରମୁଖ ଟିପ୍ପଣୀ କରିଛନ୍ତି। ଆସାରାମ ବାପୁଙ୍କୁ ଆଇପିସି ଓ ପକ୍ସୋ ଆକ୍ଟ ଅନୁସାରେ ଟ୍ରାଏଲ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ରାଜସ୍ଥାନ ହାଇକୋର୍ଟରେ ଏହା ବିରୋଧରେ ଅପିଲ ପେଣ୍ଡିଂ ରହିଛି।

ପିଟିସନକାରୀ ଦାବି କରିଛନ୍ତି କି, ଫିଲ୍ମ ଆସାରାମ ବାପୁଙ୍କ ଅପରାଧିକ ଟ୍ରାୟଲ ଉପରେ ଆଧାରିତ। ସେ ଜୋର ଦେଇଛନ୍ତି କି ଏହା ଗୋପନୀୟତା ଓ ନିରପେକ୍ଷ ଶୁଣାଣିର ଅଧିକାରର ଉଲ୍ଲଙ୍ଘନ କରୁଛି।

ସମ୍ବନ୍ଧିତ ଖବର