PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ବିଜେପିରେ ମିଶିବା ପାଇଁ ୨୨ ବର୍ଷ ଅପେକ୍ଷା କଲି: ବୈଜୟନ୍ତ

ନୁଆଦିଲ୍ଲୀ ୪/୩: ବିଜେପିରେ ଯୋଗଦେଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ଜୟ ପଣ୍ଡା । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ବିଦ୍ଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି ବୈଜୟନ୍ତ । ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖିଛନ୍ତି ବୈଜୟନ୍ତ । ସେ କହିଛନ୍ତି ଯେ ୨୨ ବର୍ଷ ତଳୁ ବିଜେପିରେ ମିଶିବା ପାଇଁ ତାଙ୍କର ଇଛା ଥିଲା । ବିଜେପିରେ ମିଶିବା ପାଇଁ ୨୨ ବର୍ଷ ଅପେକ୍ଷା କରିଥିଲେ ବୋଲି ସେ କହିଛନ୍ତି ।  ମୋଦିଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ବିଜେପିରେ ମିଶିଲେ ବୋଲି କହିଛନ୍ତି ଶ୍ରୀଯୁକ୍ତ ପଣ୍ଡା ।

ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ନେତୃତ୍ୱକୁ ଗ୍ରହଣ କରୁଛନ୍ତି ବୋଲି ମଧ୍ୟ ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଓଡିଶାରେ ଶାସନ ବ୍ଯବସ୍ଥା ସମ୍ପୂର୍ଣ୍ଣ ଭୁଷୁଡି ପଡିଛି । ମହିଳା ଓ ଶିଶୁମାନଙ୍କ ପ୍ରତି ନିର୍ଯାତନା, ଅପରାଧ ଆଦି ବଢିଛି । ଓଡିଶାରେ ଦୁର୍ନୀତି ଅତିଶୟ ଭାବେ ବୃଦ୍ଧି ପାଇଛି ।

ସେ ପ୍ରଧାନମନ୍ତ୍ରୀଙ୍କ ଶାସନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଦେଶର ଓ ଦେଶବାସୀଙ୍କ ଉନ୍ନତି ପାଇଁ ମୋଦି କଠୋର ନିଷ୍ପତ୍ତି ନେଉଛନ୍ତି । ଓଡିଶାରେ ପରିବର୍ତ୍ତନ ପାଇଁ ଏବଂ ଦେଶକୁ ବିକାଶ ପଥରେ ଆଗେଇ ନେବାପାଇଁ ଏହିଭଳି ନେତୃତ୍ୱ ଦରକାର ବୋଲି ସେ କହିଛନ୍ତି ।

ଅନ୍ଯପଟେ ବୈଜୟନ୍ତଙ୍କ ଯୋଗଦାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ ଦଳ ସହ ଆଜି ଏକ ନୂଆ ବଳ ଯୋଡି ହୋଇଛି । ଦୀର୍ଘ ୨୦ ବର୍ଷ ହେଲା ସଂସଦରେ ସେ ନିଜସ୍ୱ ପରିଚୟ ସୃଷ୍ଟି କରିଛନ୍ତି । ବୈଜୟନ୍ତଙ୍କ ଯୋଗଦାନ ଦ୍ୱାରା ବିଜେପିର ଲାଭ ହେବ ବୋଲି ସେ କହିଛନ୍ତି ।

ଅଧିକ ପଢନ୍ତୁ ବିଜେପିରେ ଯୋଗଦେଲେ ବିଜେପି