PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ୍‌: ଖସିବା ମାତ୍ରେ ଲାଗିଲା ନିଆଁ, ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୁରା ଗାଁ
  • ||
  • ଧାନବାଦ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ
  • ||
  • ମଧ୍ୟପ୍ରଦେଶରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ
  • ||

ତାଙ୍କୁ ଜୋତା ମାଡ଼ର ଅଭ୍ୟାସ ଅଛି …’ ଦ କାଶ୍ମୀର ଫାଇଲ୍ସ ଉପରେ ବୟାନ ଦେଇଥିବା ଜୁରି ସଦସ୍ୟଙ୍କ ଉପରେ ବର୍ଷିଲେ ଅନୁପମ ଖେର

ମୁମ୍ୱାଇ : ଚଳିତ ବର୍ଷର ସବୁଠୁ ବଡ଼ ହିଟ୍‌ ଫିଲ୍ମ ଦ କାଶ୍ମୀର ଫାଇଲ୍ସକୁ ନେଇ ବିବାଦ ଯେମିତି ଥମିବାର ନାଁ ହିଁ ନେଉନାହିଁ। ଏହି ଫିଲ୍ମ ଉପରେ ନାଦଭ ଲାପିଡ ( ଇସ୍ରାଇଲର ଫିଲ୍ମମେକର ଓ ସ୍କ୍ରିନ ରାଇଟର )ଙ୍କର ଅଶ୍ଳୀଳ ଓ ପ୍ରଚାର ( vulgar , propaganda) ଭଳି ବୟାନ ପରେ ଭାରତର ହଙ୍ଗାମା ଭଳି ସ୍ଥିତି ଉପୁଜିଛି । ଉକ୍ତ ମାମଲାକୁ ନେଇ ଅନୁପମ୍‌ ଖେର ଇଣ୍ଡିଆ ଟୁଡେ ସହ ଏକ୍ସକ୍ଲୁସିଭ୍‌ କଥା ହୋଇଛନ୍ତି। ସେ ନାଦଭ ଲାପିଡ୍‌ଙ୍କ ମନ୍ତବ୍ୟକୁ ଲଜ୍ଜାଜନକ କହିବା ସହ ତାଙ୍କୁ ଜୋତା ମାଡ଼ର ଅଭ୍ୟାସ ଥିବା କହିଛନ୍ତି।

କାଶ୍ମୀର ପଣ୍ଡିତଙ୍କ ଦୁଃଖ ଓ ଯନ୍ତ୍ରଣାକୁ ପ୍ରଦର୍ଶିତ କରିଥିବା ଫିଲ୍ମ ଦ କାଶ୍ମୀର ଫାଇଲ୍ସ ସେହି ଫିଲ୍ମ , ଯାହାକି ବକ୍ସ ଅଫିସ୍‌ରେ ଧମାକା କରିଥିଲା । ଏହି ଫିଲ୍ମକୁ ଚଳିତ ବର୍ଷର ସବୁଠୁ ବଡ଼ ହିଟ୍‌ ଫିଲ୍ମରେ ଗଣାଯାଏ। ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ (ଆଇଏଫଏଫଆଇ)ରେ ଏହି ଫିଲ୍ମର ନିର୍ବାଚନ ଗୋଲ୍ଡେନ ପିକକ୍‌ ଆୱାର୍ଡ କ୍ୟାଟେଗୋରୀ ପାଇଁ କରାଯାଇ ଥିଲା।

ହେଲେ ଏହି ମଞ୍ଚରେ ଉକ୍ତ ଫିଲ୍ମ ଫେଷ୍ଟିଭାଲର ଜୁରି ସଦସ୍ୟ ଥିବା ନାଦଭ ଲାପିଡ ଫିଲ୍ମକୁ  vulgar ଓ propaganda କହିଥିଲେ। ଏହି ପ୍ରତିକ୍ରିୟା ଉପରେ ଅଭିନେତା ଅନୁପମ ଖେର ଖୁବ୍‌ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ। କହିଥିଲେ – ଏହା ଏକ ଅସୁସ୍ଥ ମସ୍ତିଷ୍କର ଟିପ୍ପଣୀ (ସିକ୍‌ ମାଇଣ୍ଡ ପ୍ରଡକ୍ଟ)। ଏକ ଏମିତି ମସ୍ତିଷ୍କ ଯାହା ଅଶ୍ଳୀଳତାପୂର୍ଣ୍ଣ । ସେହି ମସ୍ତିଷ୍କ ଯାହା ପ୍ରୋପାଗେଣ୍ଡାରେ ବିଶ୍ୱାସ କରିଥାଏ। ଏହିପରି ମଣିଷର ଏମିତି କଥା କହିପାରେ। ଜଣେ ଜୁରି ସଦସ୍ୟର ଅଧିକାର ହୋଇଥାଏ ସେ ଫିଲ୍ମକୁ ଉପେକ୍ଷା କରିପାରନ୍ତି ବା କହି ପାରନ୍ତି ମୋତେ ଫିଲ୍ମ ପସନ୍ଦ ଆସିଲାନି। କିନ୍ତୁ ଏପରି ଇଣ୍ଟରନ୍ୟାସନାଲ ମଞ୍ଚର ବ୍ୟବହାର ଯଦି ଏମିତି ମନ୍ତବ୍ୟ ଦେବା ପାଇଁ କରାଯାଏ , ତ ମୁଁ କହିବି କି ଅସୁସ୍ଥ ବିଚାର ଓ ମେଣ୍ଟାଲି ଅନଷ୍ଟେବଲ ମଣିଷ ହିଁ ଏମିତି କରିପାରିବେ ।

କାଶ୍ମୀର ଫାଇଲ୍ସକୁ vulgar propaganda କହିଥିବା ନାଦଭ ଜଣେ ଇସ୍ରାଇଲୀୟ ସ୍କ୍ରିନରାଇଟର ଓ ଫିଲ୍ମମେକର। ନାଦେଭ ପୂର୍ବରୁ ବି ଅନେକ ଥର ଏହପରି ମନ୍ତବ୍ୟ ଦେଇ ସାରିଛନ୍ତି। ତାଙ୍କର କ୍ୟାରିୟର ଖୁବ୍‌ ବିବାଦପୂର୍ଣ୍ଣ ରହିଛି। ଏହା ଜାଣିବା ପରେ ଅନୁପମ ଖେର କହିଛନ୍ତି- ମୁଁ କହିବି କି ତାଙ୍କୁ ପ୍ରତି ପ୍ଲାଟଫର୍ମରେ ଜୋତା ମାଡ଼ ଖାଇବାର ଅଭ୍ୟାସ ଅଛି। ସେ ଏମିତି ଷ୍ଟେଟମେଣ୍ଟ ଦେଇଛନ୍ତି ,ତାଙ୍କୁ ପ୍ରତି ଜାଗାରେ ଜୋତା ମାଡ଼ ହେଉଥିବ। ଏବେ ଏଠାରେ ବି ଏପରି ମନ୍ତବ୍ୟ ଦେଉଛନ୍ତି।

 

 

ସମ୍ବନ୍ଧିତ ଖବର