ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବକ୍ସିପଲ୍ଲୀରେ ଶୀତଳାପଲ୍ଲୀ ସମ ହସ୍ପିଟାଲ ପକ୍ଷରୁ ସ୍ବାସ୍ଥ୍ୟ ଶିବିର

Published By : Suraj Kumar | April 26, 2025 6:12 PM

ଗୋପାଳପୁର ୨୬/୪ : ଗୋପାଳପୁର ନିକଟସ୍ଥ ବକ୍ସିପଲ୍ଲୀ ପଞ୍ଚାୟତ ଅଫିସଠାରେ ଶିତଳାପଲ୍ଲୀ ସମ ହସ୍ପିଟାଲ୍ ପକ୍ଷରୁ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିତଳାପଲ୍ଲୀ ସମହସ୍ପିଟାଲ ଡାଇରେକ୍ଟର ଦେବପ୍ରସାଦ ଦାସଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ  ହୋଇଥିଲା।  ଏଥିରେ ସ୍ଥାନୀୟ ସରପଞ୍ଚ ନାର୍ଶିମୁଲୁ , ସମିତି ସଭ୍ୟ ଜୟସେନ ସାହୁ, ଗୋପାଳପୁର ଅଞ୍ଚଳର ସମାଜସେବୀ ପଞ୍ଚୁ ବେହେରା, କରlପଲ୍ଲି ମଣ୍ଡଳର ସଭାପତି ଏମ୍.ସାଗର, ସୋମନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।  ଗ୍ରାମାଞ୍ଚଳରେ ବସବାସ କରୁଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ସମସ୍ୟା ଦୂର କରିବା ଏବଂ ଉତ୍ତମ ଚିକିତ୍ସା ବାବଦରେ ଅବଗତ କରାଇବା ସହ ସଚେତନତା କରିବା  ସ୍ବାସ୍ଥ୍ୟ ଶିବିରର ମୂଳ ଲକ୍ଷ୍ୟ ବୋଲି ଶିତଳାପଲ୍ଲୀ ସମହସ୍ପିଟାଲ ଡାଇରେକ୍ଟର ଦେବପ୍ରସାଦ ଦାସ କହିଛନ୍ତି।  

ଅନ୍ୟମାନଙ୍କ ମଧ୍ୟରେ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଡ.ଅଯୋଧ୍ୟାନାଥ ପାଢ଼ୀ, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଡ.ପ୍ରୀୟଜିତ୍ ପାଣିଗ୍ରାହୀ, ମେଡିସିନ ବିଶେଷଜ୍ଞ ଡ଼.ସନ୍ଧ୍ୟାଶ୍ରୀ ପଣ୍ଡା , ପ୍ରସୂତି ଓ ସ୍ତ୍ରୀ ବିଶେଷଜ୍ଞ ଡ଼.ରିଶିକା ସେନ, ଚର୍ମ ରୋଗ ବିଶେଷଜ୍ଞ ଡ଼.ଶିବାଶିଷ ମହାପାତ୍ର, ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ଅର୍ଚ୍ଚନା ତ୍ରୀପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରରେ ବକ୍ସିପଲ୍ଲୀ ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳର ବହୁ ଜନସାଧାରଣ  ଡାକ୍ତରଙ୍କ ପରାମର୍ଶ  ନେବା ସହ  ସ୍ବାସ୍ଥ୍ୟ ପରୀକ୍ଷା କରି, ମାଗଣାରେ ଔଷଧ   ନେଇଥିଲେ। ଅସ୍ତ୍ରୋପ୍ରଚାର ମୁଖ୍ୟ ବିଷ୍ଣୁ ପାଣିଗ୍ରାହୀ , ନର୍ସିଂ ଇନଚାର୍ଜ ଶ୍ରାବଣୀ ଷଡ଼ଙ୍ଗୀ , ଦିନେଶ ପଟ୍ଟନାୟକ, ହସ୍ପିଟାଲ ମ୍ୟାନେଜର ସୁବ୍ରତ ପ୍ରଧାନ , କ୍ୟାମ୍ପ୍ କୋର୍ଡିନେଟର ,ଫାର୍ମାସୀ ଇନଚାର୍ଜଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.