ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଜିଭ ସଫା ନ କରିବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ, ଶରୀର ଉପରେ ପକାଇପାରେ ଖରାପ ପ୍ରଭାବ...

Published By : Harapriya Sethi | May 10, 2025 10:10 AM

ପ୍ରତିଦିନ ଗାଧୋଇବା ସମୟରେ, କେଶ ଧୋଇବା ସହ ଦାନ୍ତ ଘଷି କିନ୍ତୁ ଜିଭକୁ ଅଣଦେଖା କରି ଦେଇଥାଉ। ହେଲେ କ’ଣ ଆପଣ ଜାଣନ୍ତି ଯେ, ପ୍ରତିଦିନ ଆପଣଙ୍କ ଜିଭରେ ହଜାର ହଜାର ବ୍ୟାକ୍ଟେରିଆ ଜମା ହୁଏ, ଯାହା କେବଳ ଆପଣଙ୍କ ଶ୍ୱାସକୁ ଦୁର୍ଗନ୍ଧିତ କରେ ନାହିଁ ବରଂ ଧୀରେ ଧୀରେ ଆପଣଙ୍କ ସମଗ୍ର ଶରୀରକୁ ପ୍ରଭାବିତ କରେ? ଦାନ୍ତ ସଫା କରିବା ପରି ଜିଭ ସଫା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

ପାଟିରୁ ଦୁର୍ଗନ୍ଧ: ଜିଭରେ ଜମା ହୋଇଥିବା ମଇଳା ପ୍ରଥମେ ଆପଣଙ୍କ ପାଟିକୁ ଦୁର୍ଗନ୍ଧ କରିଥାଏ। ଆପଣ ଯେତେ ଥର ବ୍ରଶ୍ କରୁଥିଲେ ମଧ୍ୟ ଯଦି ଜିଭ ସଫା କରୁ ନାହାନ୍ତି, ତେବେ ଦୁର୍ଗନ୍ଧ ଲାଗି ରହିବ।

ସ୍ୱାଦ ହ୍ରାସ: ଆପଣ କେବେ ଅନୁଭବ କରିଛନ୍ତି ଯେ, ଖାଦ୍ୟର ସ୍ୱାଦ ଜଣି ପାରୁ ନାହାନ୍ତି? ଏହାର କାରଣ ଆପଣଙ୍କ ଜିଭରେ ଜମା ହୋଇଥିବା ମୃତ କୋଷ ଏବଂ ବ୍ୟାକ୍ଟେରିଆ ହୋଇପାରେ, ଯାହା ଆପଣଙ୍କ ସ୍ୱାଦକୁ ନଷ୍ଟ କରିଥାଏ ।

ପାଚନ ସମସ୍ୟା: ଜିଭରେ ଜମା ହୋଇଥିବା ଜୀବାଣୁ ଆପଣଙ୍କ ପାଟି ଦେଇ ପେଟରେ ପହଞ୍ଚି ପାଚନ ପ୍ରଣାଳୀକୁ ପ୍ରଭାବିତ କରେ। ଏହା ଯୋଗୁଁ ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ବଢ଼ିପାରେ।

ଦାନ୍ତ ସଂକ୍ରମଣ: ଜିଭରୁ ବାହାରୁଥିବା ମଇଳା ଦାନ୍ତ ଏବଂ ମାଢ଼ିକୁ ମଧ୍ୟ ବ୍ୟାପିପାରେ । ଯାହା ଫଳରେ କ୍ୟାଭିଟି, ମାଢ଼ି ଫୁଲିବା ଏବଂ ପାଇରିଆ ଭଳି ସମସ୍ୟା ସୃଷ୍ଟି ହୁଏ।

ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା: ଜୀବାଣୁ ଏବଂ ବିଷାକ୍ତ ପଦାର୍ଥର ନିରନ୍ତର ସଂସ୍ପର୍ଶରେ ଆସିବା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିପାରେ। ଜିଭକୁ ସଫା ରଖିବା ଶରୀରକୁ ସଂକ୍ରମଣରୁ ରକ୍ଷା କରେ ।

ଚର୍ମ ଉପରେ ପ୍ରଭାବ: ଜିଭ ସଫା କରିବା ମଧ୍ୟ ଆପଣଙ୍କ ଚର୍ମ ସହିତ ଜଡିତ। ଯେତେବେଳେ ଶରୀରରେ ବିଷାକ୍ତ ପଦାର୍ଥ ଜମା ହୁଏ, ସେତେବେଳେ ବ୍ରଣ ଭଳି ଚର୍ମ ସମସ୍ୟା ହୋଇପାରେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.