PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

ଏହି ୪ ସୁପର୍ ଡ୍ରିଙ୍କ୍ କମ୍ କରିବ ହାଇ କୋଲେଷ୍ଟ୍ରଲ୍, ଆଜି ହିଁ ଡାଏଟ୍‌ରେ କରନ୍ତୁ ସାମିଲ

ନୂଆଦିଲ୍ଲୀ ୦୬/୧୨: ପାଗ ଯାହା ହେଉନା କାହିଁକି, ଆମକୁ ସବୁବେଳେ ନିଜର ବିଶେଷ ଯତ୍ନ ନେବାକୁ ପଡିବ, ନଚେତ୍ ଅନେକ ରୋଗ ହେବାର ଆଶଙ୍କା ରହିବ। ନିଜକୁ ହାଇଡ୍ରେଟ୍ ରଖିବା ପାଇଁ, ଆମେ କିଛି ନା କିଛି ଥଣ୍ଡା ତରଳ ପିଇଥାଉ। କିନ୍ତୁ ଆପଣ ଜାଣନ୍ତି କି, କିଛି ପାନୀୟ ପିଇବା ଦ୍ୱାରା ବ୍ୟାଡ୍ କୋଲେଷ୍ଟ୍ରଲ ବା ଏଲଡିଏଲ କମିଯାଏ। ଯେଉଁମାନଙ୍କର ହାଇ କୋଲେଷ୍ଟ୍ରଲ୍ ସମସ୍ୟା ରହିଛି, ସେମାନେ ତେଲିଆ ଫାଷ୍ଟଫୁଡ୍ ଏବଂ ଜଙ୍କ ଫୁଡ୍ ଆଦୌ ଖାଇବା ଉଚିତ୍ ନୁହେଁ । ଚାଲନ୍ତୁ ଏପରି କିଛି ସୁପର ପାନୀୟ ବିଷୟରେ ଜାଣିବା, ଯାହାକୁ ପିଇବା ଦ୍ୱାରା ବ୍ୟାଡ୍ କୋଲେଷ୍ଟ୍ରଲ୍ ସମସ୍ୟାରୁ ମୁକ୍ତି ମିଳିଥାଏ।

ଗ୍ରୀନ୍ ଟି :

ଗ୍ରୀନ୍ ଟିରେ କ୍ୟାଟେଚିନ୍ ଏବଂ ଏପିଗାଲୋକାଟେଚିନ୍ ଗାଲେଟ୍ ରହିଥାଏ ଏବଂ ଏହା ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର। ଏହା ଦିନକୁ ଦୁଇଥର ପିଇବା ଉଚିତ୍। କାରଣ ଏହା କରିବା ଦ୍ୱାରା ଶରୀରରେ ବ୍ୟାଡ୍ କୋଲେଷ୍ଟ୍ରୋଲର ମାତ୍ରା କମ୍ ହୋଇପାରେ।

ଓଟ୍‌ସ ମିଲ୍କ :

କୋଜଳଖିଆରେ ଓଟସ୍ ମିଲ୍କ ଖାଆନ୍ତୁ। ଏହା ହାଇ କୋଲେଷ୍ଟ୍ରୋଲ୍ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରେ। ଏଥିରେ ଥିବା ବିଟା-ଗ୍ଲୁକନ୍ ଉପାଦାନ ବାଇଲ ସଲ୍ଟ ସହିତ ମିଶି ଅନ୍ତନଳୀରେ ଏକ ଜେଲ ପରି ସ୍ତର ସୃଷ୍ଟି କରିଥାଏ, ଯାହା କୋଲେଷ୍ଟ୍ରଲର ଅବଶୋଷଣକୁ ସହଜ କରିଥାଏ।

ଟମାଟୋ ଜୁସ୍ :

ଗ୍ରୀଷ୍ମ ଋତୁରେ ଟମାଟୋ ଖାଇବାକୁ ପରାମର୍ଶ ଦିଆଯାଏ, କାରଣ ଏଥିରେ ଥିବା ଜଳର ମାତ୍ରା ବହୁତ ଅଧିକ। ଏହା ଲାଇକୋପିନ୍ ନାମକ ଏକ ଆଣ୍ଟିଅକ୍ସିଡାଣ୍ଟର ଏକ ସମୃଦ୍ଧ ଉତ୍ସ, ଯାହା କୋଷଗୁଡ଼ିକୁ କ୍ଷତିରୁ ରକ୍ଷା କରିଥାଏ । ଏଥିରେ ଥିବା ଫାଇବର ହାଇ କୋଲେଷ୍ଟ୍ରଲକୁ ହ୍ରାସ କରିଥାଏ। ତେଣୁ ନିୟମିତ ଭାବେ ଟମାଟୋ ରସ ପିଅନ୍ତୁ।

ସୋୟା ମିଲ୍କ :

ସୋୟା ମିଲ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ, କାରଣ ଏଥିରେ କୋଲେଷ୍ଟ୍ରଲ ସ୍ତର ପରିଚାଳନା କରିବାର କ୍ଷମତା ରହିଛି। ଏହାକୁ ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯିବା ଜରୁରୀ।