ପ୍ରମେୟ ଡିଜିଟାଲ : ସୁନ୍ଦର ଏବଂ ଫିଟ୍ ରହିବା ପାଇଁ କିଏ ବା ନଚାହେଁ । ନିଜର ଜୀବନଚର୍ଯ୍ୟା ପାଇଁ ବେଳେ ଆମ ଶରୀର ଉପରେ ଅନେକ ପ୍ରଭାବ ପକାଇଥାଏ । ତେବେ ଅନେକ ସମୟରେ କମ୍ ବୟସରେ ପିଲାମାନେ ମଧ୍ୟ ମୋଟା ହୋଇଯାଆନ୍ତି । ଅନେକ ସମୟରେ ଶରୀର ଅପେକ୍ଷା ଅଧିକ ମୋଟା ହୋଇଗଲେ ଅସୁନ୍ଦର ଦେଖାଯାଏ । ଏବେ ସମାଜରେ ଫିଟ୍ ରହିବା କଥା କହିବା ମାତ୍ରେ ପ୍ରଥମେ ଆସେ ଜିମ୍ କଥା । ତେବେ ଆସନ୍ତୁ ଜାଣିବା ବିନା ଜିମରେ କେମିତି କମାଇବେ ଓଜନ...

ସବୁବେଳେ କୌଣସି ସ୍ବାସ୍ଥ୍ୟ ସମନ୍ଧୀୟ ପଦକ୍ଷେପ ନେବା ପୂର୍ବରୁ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବେ । ଅଧିକ ଓଜନ ହ୍ରାସ କରିବା ମଧ୍ୟ ଶରୀର ଉପରେ ପ୍ରଭାବ ପକାଇଥାଏ ।ଓଜନ ହ୍ରାସ ପାଇଁ ଶରୀରରେ କ୍ୟାଲୋରି ଅଭାବ ରହିବା ଆବଶ୍ୟକ। ଏହାର ଅର୍ଥ ହେଉଛି ଆପଣ ଦୈନିକ ଯେତିକି କ୍ୟାଲୋରିର ଖାଦ୍ୟ ନେଉଛନ୍ତି ତା'ଠାରୁ କମ୍ କ୍ୟାଲୋରି ଗ୍ରହଣ କରନ୍ତୁ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତିଙ୍କୁ ପ୍ରତିଦିନ ହାରାହାରି ୨୦୦୦ କ୍ୟାଲୋରି ଆବଶ୍ୟକ। ଓଜନ ହ୍ରାସ କରିବା ପାଇଁ, ଆପଣଙ୍କୁ ୨୦୦୦ କ୍ୟାଲୋରିରୁ କମ୍ କ୍ୟାଲୋରି ଗ୍ରହଣ କରିବା ଉଚିତ । ୨୦୦୦ କ୍ୟାଲୋରିରୁ ଅଧିକ କ୍ୟାଲୋରି ଗ୍ରହଣ କଲେ ଓଜନ ବୃଦ୍ଧି ପାଇବ ଏବଂ ଚର୍ବି ବୃଦ୍ଧି ହେବ।

ବ୍ୟାୟାମ ବିନା କମେିତି କମାଇବେ ଓଜନ ?

ସବୁବେଳେ କିଛି ନା କିଛି କାମ କରନ୍ତୁ ଯାହାକି ଆପଣଙ୍କ ଶରୀର ସହ ଜଡ଼ିତ ରହିବ । ଚାଲିବା, ବୁଲିବା, ସିଡ଼ି ଚଢ଼ିବା, ଘର ସଫା, ଝାଡ଼ୁ କରିବା, ରୋଷେଇ କରିବା ଭଳି କିଛି ଶାରିରୀକ କାମ କରନ୍ତୁ । ଏପରିକି କରିବା ଦ୍ବାରା ଶରୀର ସବୁବେଳେ ଫିଟ୍ ରହିପାରିବ । ତେବେ ଯଦି ଆପଣ କୌଣସି ବ୍ୟାୟାମ କରନ୍ତି ତାହେଲେ ଓଜନ ଶୀଘ୍ର କମିପାରେ । ମାତ୍ର ଏଭଳି କିଛି କାମ କଲେ ଶରୀର ଉପରେ ପ୍ରଭାବ ପକାଏ ମାତ୍ର ଧିରେ ଧିରେ ଓଜନ କମିଥାଏ । କୁହାଯାଏ ବସି ରହିଲେ ଅଧିକ ରୋଗ ମାଡ଼ିବସେ । ଯଦି ଆପଣ ବ୍ୟାୟାମ କରନ୍ତି ତାହେଲେ ସପ୍ତାହରେ ୧୫୦ ମିନିଟରୁ କମ ସମୟ ବ୍ୟାୟାମ କରନ୍ତୁ । ଏହାଦ୍ବାରା ଆପଣଙ୍କ ଶରୀର ସନ୍ତୁଳିତ ରହିବ ।

ଏହାସହ ପଢ଼ନ୍ତୁ : ସୁପର- ୮ରେ କ’ଣ ରହିବ ଭାରତର ଯୋଜନା ? ସବୁ କହିଦେଲେ ସୂର୍ଯ୍ୟ...