ଅହମ୍ମଦାବାଦ, ୨୧/୨ : ସୁପରସଣ୍ଡେରେ ସୁପର ମୁକାବିଲା । ରବିବାର ଦକ୍ଷିଣଆଫ୍ରିକା ବିପକ୍ଷରେ ସୁପର-୮ର ପ୍ରଥମ ମୁକାବିଲା ଖେଳିବ ଟିମ୍ ଇଣ୍ଡିଆ । ଦୁଇ ଶକ୍ତିଶାଳି ଦଳ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ ଅନୁଷ୍ଠିତ ହେବ । ବିଜୟ ପାଇଁ ଉଭୟ ଦଳ ପ୍ରୟାସ କରିବାକୁ ଥିବାବେଳେ ମ୍ୟାଚ ପୂର୍ବରୁ ପ୍ରେସମିଟରେ ଟିମକୁ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରତିକ୍ରିୟା ରଖିଛନ୍ତି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ।

ସୂର୍ଯ୍ୟକୁମାର ଯାଦବ ଟିମ ଇଣ୍ଡିଆର ଓପନର ବ୍ୟାଟ୍ସମ୍ୟାନ୍ ଅଭିଶେକ ଶର୍ମାଙ୍କ ସମ୍ପର୍କରେ ଉତ୍ତରରେ କହିଥିଲେ କି, ମ୍ୟାନେଜମେଣ୍ଟ ଅଭିଶେକଙ୍କ ପ୍ରଦର୍ଶନକୁ ନେଇ କୌଣସି ଚିନ୍ତିତ ନାହିଁ । ତିନୋଟି ମ୍ୟାଚରେ ଜିରୋରେ ଆଉଟ୍ ହୋଇଥିବା ଅଭିଶେକ ଶର୍ମା ସୁପର-୮ରେ ଖେଳିବେ କି ନାହିଁ ଏହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଛି । ଯାହା ଉପରେ ସେ କହିଥିଲେ କି, ଏହା ଏକ ଦଳଗତ ଖେଳ । ଆମ ଦଳ ଏବେ ଭଲ ଫର୍ମରେ ଅଛି । ଅଭିଶେକ ଏବେ ଖରାପ ଫର୍ମରେ ରହିଥିବାକୁ ନେଇ ମ୍ୟାନେଜମେଣ୍ଟ ଜମା ଚିନ୍ତିତ ନାହିଁ । ଅନ୍ୟମାନେ ଏତେ କାହିଁକି ଚିନ୍ତା କରୁଛି ।

ପିଚ୍ ସମ୍ପର୍କରେ ଅଭିଶେକ ଶର୍ମା କହିଥିଲେ କି, ଓ୍ବକେଟ୍ ନେବା କଷ୍ଟକର ହେବ ତଥାପି ପିଚ୍ ସହ ତାଳ ଦେଇ ଦଳ ପ୍ରଦର୍ଶନ କରିବ । ଆମ ଦଳରେ ଭଲ ଖେଳାଳି ଅଛନ୍ତି । ପରିସ୍ଥିତି ହିସାବରେ ଦଳ ଭଲ ପ୍ରଦର୍ଶନ କରିବା ଜାଣିସାରିଛି । ସଞ୍ଜୁ ସାମସନଙ୍କୁ ଦଳରେ ସୁଯୋଗ ମିଳିବ କି ? ପ୍ରଶ୍ନ କରାଯାଇଥିବାବେଳେ ସେ କହିଥିଲେ କି, ଅଭିଶେକ ଏବଂ ତିଲକ ଏବେ ଦଳରେ ଅଛନ୍ତି । ସେପଟେ ତିଲକ ବର୍ମାଙ୍କ ବ୍ୟାଟିଂ ଅର୍ଡର ବଦଳିବାକୁ ନେଇ ସୂର୍ଯ୍ୟକୁମାର କହିଥିଲେ କି, ମ୍ୟାଚ ଉପରେ ନିର୍ଭର କରେ କାହାକୁ କେଉଁ ସମୟରେ ବ୍ୟାଟିଂ ଦିଆଯିବ । ଓପନର ଯଦି ଭଲ ଆରମ୍ଭ କରନ୍ତି ଏହି ଅନୁସାରେ ମଧ୍ୟ ବ୍ୟାଟିଂ ଅର୍ଡର ରଖାଯାଇଥାଏ । ଏହାସହ ଦକ୍ଷିଣଆଫ୍ରିକା ବିପକ୍ଷ ମ୍ୟାଚକୁ ନେଇ ପ୍ରେସର ରହିଛି କି ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ କହିଥିଲେ କି ସେମିତି କିଛି ନାହିଁ ।

ଏହାସହ ପଢ଼ନ୍ତୁ :ଲିଗ୍ ପର୍ଯ୍ୟାୟରେ ଫ୍ଲପ୍ ହେବା ପରେ ସୁପର-୮ ପୂର୍ବରୁ ଏମିତି କହିଲେ ଅଭିଶେକ ଶର୍ମା