PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଦାଉ ସାଧିବ ହିଟ୍‌ ଓ୍ୱେଭ୍‌- ୧୨୦ କୋଟି ଲୋକଙ୍କୁ ପ୍ରଭାବ ପକାଇବ,୨୧୦୦ ସୁଦ୍ଧା ପ୍ରତି ବର୍ଷ ହେବେ…

ନୂଆଦିଲ୍ଲୀ ୧୪।୦୩ -ବିଶ୍ୱ ତାପାୟନ ସହ ଗ୍ରୀଷ୍ମ ପ୍ରବାହ ଏବେ ଲୋକଙ୍କ ଉପରେ ଦାଉ ସାଧିବ । ଧୀରେ ଧୀରେ ଏହା ଲୋକଙ୍କୁ ଅଧିକ ପ୍ରଭାବିତ କରିବ । ଲୋକମାନେ ଅସହ୍ୟ ଗରମରେ ଡହଳ ବିକଳ ହେବେ , କେବଳ ସାଧାରଣ ନୁହେଁ ଅତି ଧନୀଙ୍କ ଉପରେ ବି ଏହି ଜଳବାୟୁ ପରିବର୍ତ୍ତନ ପ୍ରଭାବ ପକାଇବ । ହିଟ୍‌ ଷ୍ଟ୍ରେସ ବା ଗ୍ରୀଷ୍ମ ପ୍ରଦାହ ଲୋକଙ୍କ ପାଇଁ ଏକ ପ୍ରକାର ଅସହ୍ୟ ହେବ ବୋଲି ପୂର୍ବାନୁମାନ କରାଯାଇଛି ।

ଲୋକ ଏବେ ଠାରୁ ସଚେତନ ହୋଇ ପରିବେଶର ସୁରକ୍ଷା ନକଲେ ୨୧୦୦ ସୁଦ୍ଧା ଏହା ଅତି ଖରାପ ପ୍ରଭାବ ପକାଇବ । ଅତି ଗରମ ବା ଅସହ୍ୟ ଗରମ ସହ ଆଦ୍ରତା ବୃଦ୍ଧି ପାଇବ । ୪୦ ଡିଗ୍ରୀ ହେଲେ ଏହା ୫୦ କି ତାଠାରୁ ଅଧିକ ତାପ ପରି ଲାଗିବ । ଖରାବେଳେ ବାହାରକୁ ବାହାରି ହେବ ନାହିଁ । ଏହା ତତଲା ହାଣ୍ଡି ପରି ଅସହ୍ୟ ଯନ୍ତ୍ରଣା ହେବ । କେବଳ ମଣିଷ ନୁହେଁ ଜୀବ ଜନ୍ତୁ , ପକ୍ଷୀ ସମସ୍ତଙ୍କ ଉପରେ ଏହାର ଖରାପ ପ୍ରଭାବ ପକାଇବ ।

ଏପରି ସ୍ଥଳେ ଏସି କିମ୍ବା ଅନ୍ୟ ସାମଗ୍ରୀ କାମ କରିବା ଏକ ପ୍ରକାର ବନ୍ଦ କରିଦେଇପାରେ ।
ରୁଟ୍‌ଜେର୍‌ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଏହା ସ୍ଫଷ୍ଟ ହୋଇଛି । ମିଷର ଶରୀର ବି ଏହାକୁ ସହ୍ୟ କରିପାରିବ ନାହିଁ । ଝାଳ ବୋହି ଶରୀରକୁ ପ୍ରାକୃତିକ ଉପାୟରେ ଥଣ୍ଡା କରିବା ପ୍ରକ୍ରିୟା ପ୍ରଭାବିତ ହେବ । ମଣିଷ ଶରୀର ତାପମାତ୍ରା ଏତେ ବଢି ଯିବ ଯେ ଏହା ବ୍ରେନ୍‌ ବା ମସ୍ତିଷ୍କ ସହ ଅନ୍ୟ ଅଂଶ ଉପରେ ପ୍ରଭାବ ପକାଇବ ।
ଆମେରିକା ଓ ୟୁରୋପ ବଡ ବଡ ମହାନଗରରେ ଏହାର ପ୍ରଭାବ ବି ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଇଛି ।