ନୂଆଦିଲ୍ଲୀ,୨୩/୦୨; ଦକ୍ଷିଣ ଆଫ୍ରିକା ଓ ଭାରତ ମ୍ୟାଚ୍ରେ ଏକ ଅଦ୍ଭୁତ ସମନ୍ୱୟ ଦେଖିବାକୁ ମିଳିଥିଲା । ଭାଷ୍ୟକାର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ଗୁଗୁଲର ସିଇଓ ସୁନ୍ଦର ପିଚାଇ । କମେଣ୍ଟ୍ରି ବକ୍ସରେ ସେ ଭେଟେରାନ ରବି ଶାସ୍ତ୍ରୀଙ୍କ ସହ ବସି ବାର୍ତ୍ତାଳପ କରିଥିଲେ । ମନେ ପକାଇଥିଲେ ପିଲା ଦିନ କଥା । ସୁନୀଲ ଗାଭାସ୍କରଙ୍କୁ ଦେଖି ସେକେମିତି ବଢ଼ିଥିଲେ ତାହା ପିଚାଇ କହିଥିଲେ । ସେ କହିଥିଲେ, ‘ଗାଭାସ୍କର ମୋର ବଡ଼ ଆଦର୍ଶ ଥିଲେ । ସ୍ପୋର୍ଟ୍ସଷ୍ଟାରରେ ପ୍ରକାଶିତ ତାଙ୍କ ଫଟୋକୁ ମୁଁ କାନ୍ଥରେ ଲଗାଇ ରଖୁଥିଲି । ପିଲା ଦିନରୁ କ୍ରିକେଟ ପ୍ରିୟ ଥିଲି ।’ ମ୍ୟାଚ ଆରମ୍ଭ ପୂର୍ବରୁ ସୁନୀଲ ଗାଭାସ୍କାରଙ୍କ ସହ ମିଶି ସୁନ୍ଦର ପିଚାଇ ଟି-ଟ୍ୱେଣ୍ଟି ଟ୍ରଫି ଧରି ମୈଦାନକୁ ଆସିଥିବା ଦେଖିବାକୁ ମିଳିଥିଲା ।
ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଦ.ଆଫ୍ରିକା ମ୍ୟାଚର ଉତ୍ସାହ ଦ୍ୱିଗୁଣିତ ହୋଇଥିଲା ଯେବେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇଙ୍କୁ ହଠାତ୍ କମେଣ୍ଟ୍ରି ବକ୍ସରେ ଦେଖିବାକୁ ମିଳିଥିଲା । ସିଲିକନ୍ ଭ୍ୟାଲିରେ ସାରା ବିଶ୍ୱକୁ ଚଳାଉଥିବା ପିଚାଇଙ୍କର କ୍ରିକେଟ ପ୍ରତି ଭଲ ପାଇବା କାହାକୁ ଅଛପା ନାହିଁ । ତାଙ୍କୁ ମାଇକ୍ରୋଫୋନ ଧରିଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କମେଣ୍ଟ୍ରି କରି ଲକ୍ଷ ଲକ୍ଷ ଦର୍ଶକଙ୍କ ଦୃଦୟ ଜିତିଥିଲେ ସୁନ୍ଦର ପିଚାଇ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଆମେରିକାର ଅନେକ ଶ୍ରେଷ୍ଠ ସିଲିକନ ଭ୍ୟାଲି ସିଇଓଙ୍କ ଦରମା କମେଣ୍ଟେଣ୍ଟରଙ୍କଠୁ ବି କମ୍ । କ୍ରିକେଟ ଭାଷ୍ୟକାର ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି ।
ଏହା ବି ପଢନ୍ତୁ...ବଳକା ୨ ମ୍ୟାଚ ଜିତିଲେ ବି ଭାରତ ପାଇଁ ସେମିଫାଇନାଲ ରାସ୍ତା ମୁସ୍କିଲ, ଗୋଟିଏ ପରାଜୟରେ ବଦଳିଲା ସମୀକରଣ
କହି ରଖୁଛି କି, ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ର ସୁପର-୮ ରାଉଣ୍ଡ ଜାରି ରହିଛି । ପ୍ରଥମ ମ୍ୟାଚ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ବର୍ଷା ପାଇଁ ଡ୍ର ହୋଇଥିଲା । ଫଳରେ ଉଭୟ ଦଳ ପଏଣ୍ଟ ବାଣ୍ଟି ଥିଲେ । ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ଇଂଲଣ୍ଡ ହରାଇଥିଲା । ୫୧ରନ୍ରେ ବାଜି ମାରିଥିଲେ ବ୍ରିଟିଶ ବାହିନୀ । ତୃତୀୟ ମ୍ୟାଚ ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା । ଯାହାକୁ ୭୬ ରନ୍ରେ ଜିତିଥିଲା ଟିମ୍ ମାରକ୍ରମ । ଆଜି ଚତୁର୍ଥ ମ୍ୟାଚରେ ମୁହାଁମୁହିଁ ହେବେ ଜିମ୍ୱାୱେ ଏବଂ ୱେଷ୍ଟଇଣ୍ଡିଜ ।