ପୁଣି ଫେରିବ ହିଟୱେଭ୍ , ୪ ଡ଼ିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ସମ୍ଭାବନା

ଭୁବନେଶ୍ବର, ୧୮।୫ ତାତିରୁ କିଛି ଦିନ ହେଲା ଆଶ୍ବସ୍ତି ମିଳିଥିବା ବେଳେ ପୁଣି ତାପମାତ୍ରା ବଢିବାରେ ଲାଗିଛି। ପାରଦ ଉପରମୁହାଁ ହେବାରେ ଲାଗିଛି। ଏପରିକି ଅଧିକାଂଶ ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଲାଣି। ତାତିରେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ଏପରି ସ୍ଥଳେ ପୁଣି ରାଜ୍ୟର କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। କାରଣ ପୁଣି ଫେରିବ ହିଟୱେଭ୍ । ୩ ଦିନ ପରେ ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବ ।୩ ରୁ ୪ ଡ଼ିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।