ନୂଆଦିଲ୍ଲୀ,୧୯/୧୨: ଜାମ୍ମୁ କାଶ୍ମୀର କୁଲ୍‌ଗାମ୍‌ ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର । ଶ୍ରୀନଗର କଦ୍ଦର ଗାଁରେ ଭିଷଣ ଗୁଳି ବିନିମୟ ଜାରି ରହିଥିଲା । ଲୁଚି ରହିଥିବା ଦୁଇ ଜଣ ଆତଙ୍କବାଦୀଙ୍କୁ ଘେରି ରହିଥିଲେ ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀଙ୍କ ଉପରକୁ ପାଲଟା ଗୁଳି ଚାଳନା ମଧ୍ୟ କରିଥିଲେ ଆତଙ୍କୀ । ଦୀର୍ଘ ସମୟ ପରେ ଶେଷରେ ୫ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷା କର୍ମୀ ।

ବିଗତ ଦିନରେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳରେ ବହୁ ମାତ୍ରାରେ ଆତଙ୍କ ଖେଳାଉଥିଲେ । ଏହାକୁ ନଜରରେ ରଖି ସ୍ଥାନୀୟ ଘାଟି ଗୁଡ଼ିକରେ ଆଣ୍ଟି ଟେରର୍ ଅପରେସନ୍‌କୁ ଜାରି ରଖିଥିଲେ ସୁରକ୍ଷାକର୍ମୀ । ଦୁଇ ମାସ ତଳେ ଏହି ଅଞ୍ଚଳରୁ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ସୁରକ୍ଷାକର୍ମୀ । ଯାହା ପରେ ଏହି ଅପରେସନ୍‌ ଶ୍ରୀନଗର କଦ୍ଦର ଗାଁରେ ଆରମ୍ଭ ହୋଇଥିଲା ।